ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂକୀର୍ତ୍ତନ୍ୟ ମଣ୍ଡଳୀ ଓ କଳାକାର ମାନଙ୍କ ତରଫରୁ ବିକ୍ଷୋଭ 

ସଂକୀର୍ତ୍ତନ୍ୟ ମଣ୍ଡଳୀ ଓ କଳାକାର ମାନଙ୍କ ତରଫରୁ ବିକ୍ଷୋଭ 

ବୌଦ୍ଧ ତା 29/03/26 — କଳା ଓ ସଂସ୍କୃତି ପରିଷଦ, ଓଡିଶା ବୌଦ୍ଧ ଜିଲ୍ଲା ଶାଖା ତରଫରୁ ରାଜ୍ୟ ଅଧକ୍ଷ ଲଷ୍ମୀଧର ସାହୁଙ୍କ ଡାକରାରେ ବୌଦ୍ଧ ଜିଲ୍ଲା ସଭାପତି ଅରୁଣ କୁମାର ମେଣ୍ଡିଲିଙ୍କ ନେତୃତ୍ୱରେ ବୌଦ୍ଧ ଜିଲ୍ଲାର ସଂକୀର୍ତ୍ତନ୍ୟ ମଣ୍ଡଳୀ ଓ କଳାକାର ମାନେ ବୌଦ୍ଧ ମ୍ୟୁଜିୟମ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଜୁ ଜନତା ଦଳର ମହିଳା ଉପ ସଭାନେତ୍ରୀ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର କଟକ-ଚୌଦ୍ୱାର ପୂର୍ବତନ ବିଧାୟକ ଡ଼. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଆଶାଳିନ ମନ୍ତବ୍ୟ ବିରୁଦ୍ଧରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ବିକ୍ଷୋଭ ପ୍ରଦର୍ଶନ ପୁର୍ବକ ପ୍ରତିବାଦ ଜଣାଇଥିଲେ l ଶ୍ରୀମତୀ ସାମନ୍ତ ସିଂହାର ଡା. ବିଶ୍ୱାଳଙ୍କୁ ରାଜ୍ୟର ଲକ୍ଷ ଲକ୍ଷ ସଂକୀର୍ତ୍ତନ୍ୟ ମଣ୍ଡଳୀ ମାନଙ୍କ ପାଖରୁ ଭତ୍ତା କରେଇ ଦେବା ନାମରେ କୋଟି କୋଟି ଟଙ୍କା ଚାନ୍ଦା ଆଦାୟ କରୁଥିବା ଅପପ୍ରଚାର ବିରୁଦ୍ଧରେ ଗତ 25ତାରିଖରେ ରାଜ୍ୟ ରାଜଧାନୀ ଠାରେ ପ୍ରତ୍ୟେକ ଜିଲ୍ଲାର ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି କ୍ରମେ ଲେଖାଶ୍ରୀ ଭୁଲ ନ ମାଗିଲେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ପରେ ଆସନ୍ତା 5ତାରିଖ ରବିବାର ଦିନ ଲେଖାଶ୍ରୀଙ୍କ ଘର ଆଗରେ ପ୍ରତ୍ୟେକ ବ୍ଲକରୁ ହହାର ହଜାର ସଂକୀର୍ତ୍ତନ୍ୟ ମଣ୍ଡଳୀ ସମେତ କଳାକାର ମାନେ କୀର୍ତ୍ତନ୍ୟ କରିବା ପାଇଁ ଚେତାବନୀ ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ରାଜ୍ୟ ଉପଦେଷ୍ଟା ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ବସନ୍ତ କୁମାର ସାହୁ, କନ୍ଧମାଳ ଜିଲ୍ଲା ପ୍ରଭାରୀ ସାମାଜିକ କର୍ମୀ ଶରତ ପ୍ରଧାନ ଓ ବୌଦ୍ଧ ଜିଲ୍ଲା ପ୍ରଭାରୀ ସାମାଜିକକର୍ମୀ କୃତ୍ତିବାସ ପଲିଆ ଉପସ୍ଥିତ ଥିଲେ l

ଅରୁଣ କୁମାର ମାଣ୍ଡିଲି ଙ୍କ ରିପୋର୍ଟ୍ 

Related posts

ଶକ୍ତିନଗର ଶାରଳା ମନ୍ଦିର ଯୋଗ କେନ୍ଦ୍ରର ୧୭ ତମ ବାର୍ଷିକ ଉତ୍ସବ ପାଳିତ

masiha

ଦୁଇ ଅନାଥ ଝିଅ ଙ୍କୁ ଉଦ୍ଧାର କରି ଅନାଥ ଆଶ୍ରମ ରେ ଛାଡ଼ିଲା ବହୁଜନ ସଂଗ୍ରାମ ସମିତି

masiha

ଇଶ୍ବରୀୟ ବିଶ୍ବବିଦ୍ୟାଳୟର ପ୍ରଥମ ମୁଖ୍ୟ ପ୍ରଶାସିକା ମlତେଶ୍ୱରୀ ଜଗଦମ୍ବା ସରସ୍ଵତୀଙ୍କ ୬୧ ତମ ଅବ୍ୟକ୍ତ ସ୍ମୃତି ଦିବସ 

Sunil Chandra Nayak

Leave a Comment

error: Content is protected !!