ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

ଓଡିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୩୧/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଓଡିଆ ପକ୍ଷ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଚଳିତ ବର୍ଷ ଏପ୍ରିଲ ୧ ତାରିଖ ଠାରୁ ୧୪ ତାରିଖ ମହାବିଷୁବ ସଙ୍କ୍ରାନ୍ତି ପର୍ଯ୍ୟନ୍ତ ଓଡିଆ ପକ୍ଷ ପାଳନ କରାଯିବ | ଏଥିରେ ଓଡିଆ ଦିବସ, ଖଡିଛୁଆଁ ଦିବସ, ପାରମ୍ପାରିକ ପୋଷାକ ପରିଧାନ ଦିବସ, ଓଡିଆରେ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା, ଗଣ ଦୌଡ, ଦେବାଳୟ ଓ ଐତିହ୍ୟ ସ୍ଥଳୀ ସ୍ଵଛତା ଅଭିଯାନ, ବର୍ଣ୍ଣବୋଧ ବଣ୍ଟନ, ରକ୍ତଦାନ ଦିବସ, ଆସ ବହିଟିଏ କିଣିବା ଦିବସ, ଲୋକକଳା ପାଇଁ ଦିନଟିଏ, ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଓ କଳାଗ୍ରାମ ପରିଦର୍ଶନ, ଜୁଆବ ଲେଖକ ସମ୍ମିଳନୀ, ବ୍ଲକର ବରପୁତ୍ର ମାନଙ୍କ ଉପରେ ଆଲୋଚନା, ପାରମ୍ପରିକ ଖାଦ୍ୟ ଦିବସ ଓ ଶେଷ ଦିନରେ ଓଡିଆ ନବ ବର୍ଷ ପାଳନ ଏବଂ ବିଭିନ୍ନ ପ୍ରତିଯୋଗୀତା ଆଦି କରାଯିବା ନେଇ ଆଲୋଚନା କରାଯାଇଥିଲା | ଏହି ବୈଠକରେ ବିଡିଓ ସମୀର ପାତ୍ର, ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତାମ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଓଏଲଏମ ବିପିଏମ ଦୀପ୍ତି କିଶୋର ନାୟକ, ଅଙ୍ଗନୱାଡି ସୁପରଭାଇଜର ବିମଳା ନାୟକ, ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା, ଏମବିକେ ଓ ସିଆରପି ମାନେ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମ କୁ ଅମୂଲ୍ୟ ଦଳାଇ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା : ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି 

masiha

ଆବାସ ଯୋଜନାରୁ ବଞ୍ଚିତ କୁହୁରା ଗ୍ରାମର ବିଧବା ଦହନା ବାଗ

Sunil Chandra Nayak

ଗୋପୁବନ୍ଧୁ ସ୍ମାରକ ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ 

Leave a Comment

error: Content is protected !!