ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

‎ଝର, ଝାର, ଝାଲ, ଆମର ସେ କି ତମର ‎ଥୁଆମୁଲ ରାମପୁର ଆଉ ଲାଞ୍ଜିଗର୍ଡର ନୂଆ କାହାନି

‎ଝର, ଝାର, ଝାଲ, ଆମର ସେ କି ତମର

‎ଥୁଆମୁଲ ରାମପୁର ଆଉ ଲାଞ୍ଜିଗର୍ଡର ନୂଆ କାହାନି

‎କଳାହାଣ୍ଡି କହେଲେ ଲୋକ ପଛୁଆ ଭାବୁଥିଲେ, ଝାର ଜଙ୍ଗଲ, ପାହାଡ, ନାଲା, ବାଗ ଭାଲୁ ଇତ୍ୟାଦି ଭାବୁଥିଲେ। ଇତାର ଡରହେଁ, ଲୋକ ଚାକ୍ରି ବି କରି ନେଇ ଆସୁ ଥିଲେ।

‎ହେଲେ ଇନର ଲୋକ ଭୋକୁଆ ଅନ୍, ବ୍ୟବସାୟ ନାଇ ଜନନ୍ ବୋଲି ବ୍ୟବସାୟୀ ଜାତି କେ ରଜା ଆନଲେ, ସେନ୍ତା, ଚାଷ ନାଇ ଜାନି ଭାବି ଚାଷୀ ମାନକେ ଆନଲେ, ପୂଜା ନାଇ ଜାନି ବୋଲି ପୁଝାରୀ ଆନଲେ, ଜାନି ମାନେ କିନ୍ତୁ ଥିଲେ, ପାଠ ନାଇ ଜାନି ବୋଲି ପଢ଼ାବାକେ ବି ଲୋକ ଆନଲେ। ବହୁତ୍ ପୂର୍ଣା ଇତିହାସ। ଚତୁର୍ଥ ଶତାବ୍ଦୀ ବେଳେ ଗୁପ୍ତ ରାଜା ସମୁଦ୍ର ଗୁପ୍ତ ଇ କଳାହାଣ୍ଡି ଦି ଗଲା ବେଳେ ସେ ଅବସ୍ଥା ବଲି ଅନୁମାନ।

‎‎କଳାହାଣ୍ଡି ନାଇ ହେଲେ, ଖାଲି, କନ୍ଧ, କୁଟିଆ, ଗଣ, ଆଉ ଡମ, ଗଣା, ଇତ୍ୟାଦିଙ୍କ ର ଜାଗାହି କରି ଥିଲା। ଇତାର ଅର୍ଥ, ବିଭିନ୍ନ ଆଦିବାସୀ, ଆଉ ବିଭିନ୍ନ ହରିଜନ ମାନକର ରାଜ୍ୟ ହିକରି କଲାହାଣ୍ଡି ଥିଲା । ରଜା ଜେନ୍ତା କି ଗୁପ୍ତ, ଚୋଲା, ନାଗ, ଆଉ ମରାଠା ବି ଇନେ ପ୍ରଭାବ ବିସ୍ତାର କରି ଥିଲେ। ଗଉଡ଼ ଆଉ, ପାଇକବି ଥିଲେ କହେଶନ। ପରେ ପରେ ସଭେ ଆସଲେ। କିନ୍ତୁ ୧୯୫୧ ଜନଗଣନା ଅନୁସାରେ ଆଦିବାସୀ ମାତର ୨୮.୪ ଥିଲେ ଆଉ ହରିଜନ ୨୦.୬ ଶତକଡା ଥିଲେ ଜଣା ପଡ଼ୁଛେ।

‎ହେଲେ ବିଶେଷ କରି ଜଙ୍ଗଲ ମାନକର ଗାଁ ମାନକେ, ଆଦିବାସୀ ଆଉ କିଛି କିଛି ହରିଜନ ଥିଲେ। ମରୁଡି, ମହାମାରୀ ଯେନ୍ତାକି କଲେରା, ମେଲେରିଆ, ବସନ୍ତ, ମିଲମିଲା, ହଇଜାବି ହିକରି ଇ ଲୋକ ଜିଇ ରହି ଆସୁଥିଲେ।

‎ଉଭୟେ ଗୁଟେ ଭାଷା କହୁଥିଲେ, ଚାଷ କମ ଜଙ୍ଗଲ, ଜଲ, ଜନ୍ତୁ, ଜମିନ ଉପରେ ବେଶୀ ଥିଲା, ଆଉ ବେଶି ସେ ଠାନେ ନିର୍ଭର କରୁ ଥିଲେ, ଆରୁ ସେତାକେହଁ ପୂଜା ବି କରୁଥିଲେ। 

‎ସ୍ଵାଧୀନ ପୂର୍ବରୁ ବ୍ୟବସାୟୀ, ଚାଷୀ, ପୂଜକ, ଶିକ୍ଷକ ମାନେ ଆସି ଥିଲେନା, ବିଭିନ୍ନ ରାଜା ମାନେ ଜମି ବାଡ଼ି ଦିକରି କଳାହାଣ୍ଡି ସାରା ରଖିଥିଲେ, କିନ୍ତୁ ଆଦିବାସୀ ଆଉ ହରିଜନ ହିଁ ବେଶିକରି ଥିଲେ ଆଉ ସେମାନେ ସମସ୍ତେ ରଜା ଆଉ ଆସିଥିବା ଲୋକ ମାନଙ୍କର ସଙ୍ଗେ ମିଶିକରି ଚଲୁ ଥିଲେ। ଇଟା ପୂର୍ନା କଥା। 

‎‎ଲାଞ୍ଜିଗଡ ଆଉ ଥିଆମୂଲ୍ ରାମପୁର ଭିତରେ କେବଲ ଆଦିବାସୀ ଆଉ ହରିଜନ ଥିଲେ, ସାନ ସାନ ରାଜା ମାନେ ବି ଥିଲେ। ପାହାଡ ଉପରୁ ଲୋକ ତଲ୍ କେ କମ ଆଶୁ ଥିଲେ।

‎ସ୍ଵାଧୀନ ପରେ ଦେଶର ନୀତି ବଦଲି ଆସଲା, ଯାତାୟାତ ବଢଲା। ୧୯୮୦ ଦଶନ୍ଧିରେ ବି ଲାଞ୍ଜିଗଡ ଆଉ ଥିଆମୂଲ୍ ରାମପୁର କେ ବାଘ, ଭାଲୁ, ହାତୀ ଭୟରେ ପଶି ହେଉ ନାଇ ଥାଇ। ଫୁର୍ଲି ଝରନ୍, ପେଂଶୁଲ ଗଲେ, ପାଞ୍ଚ ବଜା ପୁର୍ବରୁ ଫିରି ଆସବାର ଚିନ୍ତା ହେଉଥିଲା। ଲୁକା ଛୁପା, ସହର ନେ କେବେ କେବେ ଜଙ୍ଗଲି ମାଂସ ମିଲୁ ଥିଲା।

‎ସେ ବେଲେ ଝର ଧରା ବର୍ଷା ହୁଏ, ଆଉ କନ କନା ସିତ ହୁଏ। ଜଙ୍ଗଲର ବର୍ଷାଦିନର କର୍ଡି, ନାନା ଜାତିର ଛତି, ଖରା ଦିନର କାନ୍ଦୁଲ, କୁଲଥ, ଝୁଡୁଙ୍ଗ, ଶାଗ ବଲେ, ଗୁଞ୍ଜେର, କୁଲେର, ବହଲ, ଉଶୋ ବଲେ ମହୁ, ଝୁଣା, ହରିଡା, ବାହାଡ଼ା, କେନ୍ଦୁ, ଭେଲୁଆ, ଚାହାର, ମହୁଲ, ଟୋଲ, ଗଦା ଗଦା ବଜାର କେ ଆସୁଥିଲା। ମାଣ୍ଡିଆ, କାଙ୍ଗ, କୁଷ୍ଲା, ଅପର୍ବଲ୍ ମିଳୁ ଥିଲା।  ଲୋକ ବାଉସ, ଖୁଟା, ଡେଲି, ପାଟି, ବଅଶା, ସବୁ ଜଙ୍ଗଲରୁ କିମ୍ବା ବାଜରୁ ପାଉଥିଲେ।

‎ଏନ.ଜି.ଓ, ବା ସମାଜ ସେବି ନାଁ ରେ ଉର୍ଲାଦନି, ବିଜେପୁର, କାଣୀଗୁମା ଇତ୍ୟାଦି ଜାଗା ମାନକେ ବାହାରୁ କିଛି ସଂସ୍ଥା ଆସଲେ। ଆଦିବାସୀ ଉନ୍ନତି ନାଁ ରେ କିଛି କିଛି କାମ କଲେ। ମାଷ୍ଟର, ସ୍ବାସ୍ଥ୍ୟ କର୍ମୀ, କୃଷି, ବ୍ଲକ କର୍ମଚାରୀ ବି ଆସି ବସଲେ। କଳାହାଣ୍ଡିରୁ ଯେତେ ସରକାରୀ ଚାକିରି ଲାଗି ନାଇ ଯାଇ ସେତେ ବାହାରୁ ଆସି ଗଲେ।

‎ଆଶ୍ଚର୍ୟ୍ଯ ଲାଗଶି ଏବେ ଆମର ପିଲା ପିଅନ, ଅଙ୍ଗନ ବାଡ଼ି, ମାଷ୍ଟର ଯେତେ ନାଇ ଦିଶ ବାର, ବାହାରୁ ଆସଲା ଲୋକ ସେତେ ଦିଶୁଛନ। ଭଲ କଥା ସ୍ଵାଧୀନ ଭାରତ, ଆମେ ସବେ ସବୁ ଆଡ଼େ ଯାଇ ପାରମା। ସବେ ଆସି ପାରବେ।

‎କିନ୍ତୁ ଆମେ ଭାବୁଛୁଁ, ଏସ.ଟି, ଏସ.ସି, ଆଉ ଓ.ବି. ସି. ସ୍ଥାନ ସଂରକ୍ଷଣ ସହିତ, ସବୁ ବ୍ଲକ୍ କେ ସୁଯୋଗ ଦେବାଲାଗି ସବୁ ସିଲେକ୍ସନ୍ ନେ ପଞ୍ଚାୟତ, ବ୍ଲକ୍, ଜିଲ୍ଲା ସଂରକ୍ଷଣ ରଖି ଥିଲେ, ସବୁ ଜିଲ୍ଲାର ପିଲା, ସବୁ ବ୍ଲକ୍ ର ପିଲା, ସବୁ ଠା ନେ, ସବୁ ମାତ୍ରାରେ ପୁଲିସ, ପ୍ରଶାସନ, କିରାଣୀ, ଅଫିସର ସବୁ ଠାନେ ସବୁ ଜିଲ୍ଲାରୁ ସୁଯୋଗ ପାଇ ଥିତେ। ସବୁ ଆଡ଼େ ସମାନ ସଚେତନତା  ହି ଥିତା। ଏବେ ଭଲ ଶିକ୍ଷା ଦିକ୍ଷା ପାଇ, ଉପକୂଳ କିମ୍ବା ଜିଲ୍ଲା ମହକୁମାରେ ହଁ ପ୍ରତିବାଦ କରି ପାରର୍ବାର ଲୋକ ଅଛନ।

‎ଆଜି ନିଜର ଅଧିକାର ଲାଗି ଆମର ଲୋକ ସ୍ୱର ଉଠାଇ ନାଇ ପାର ବାର, ଜେନ୍ତାକି:

‎ଆମର ଲାଞ୍ଜି ଗଡ ଆଉ ଥୁଆମୂଲ୍ ରାମପୁର ରେ ପାହାଡ ପର୍ବତ, ନାଲ ଜଙ୍ଗଲରେ ପଶୁ ପକ୍ଷୀ, ଖାଦ୍ୟ ପେୟ ଭର୍ତ୍ତି ଅଛେ ବଲି ସିନା ଜାନିଥିଲୂ, ଆଉ ଜଙ୍ଗଲ, ବିକାଶ କାମ ଲାଗି ସରୁଛେ ବଲି ଜାନିଥିଲୁ, କିନ୍ତୁ ଏସିଆ ମହାଦେଶର ସବୁ ଠାନୁ ବେଶୀ ବକସାଇଡ୍, ଆମର ଲାଞ୍ଜି ଗଡ ଆଉ ଥୁଆମୂଲ୍ ରାମ ପୁର ନେ ଅଛେ, କିଏ ଜାନି ଥିଲା। ଅବଶ୍ୟ ୧୯୬୧ ର statistic ରେ Dombmali, Dakapatua Parba Lakrish, Teljhiri, Sijimali, Kalrapat hill, Jiragaon hill, ‎Kisanmali and Karniber ରେ ବକସାଇଡ୍ ଥିବାର କଥା ଲେଖା ହିଛେ।

‎ଏବେ ଜଣା ପଡୁଛେ ସରକାର, କମ୍ପାନୀ ମାନକେ ଅଧିକାର ଦି ଦେଲେନା, ଆଉ ଗାଁ ମାନକେ ଉଠାବେ ବୋଲି ଲୋକ କହୁ ଛନ୍ । ଗାଆଁ ମାନକେ କମ୍ପାନୀର ଲୋକ ବୁଝାଉଛନ ପରେ ଯେ, ସେମନେ, ବିସ୍ଥାପିତ ହେବେ କିନ୍ତୁ କାହାର କିଛି କ୍ଷତି ନାଇ ହୁଏ। ସବକେ କ୍ଷତି ପୂରଣ ମିଲବା।

‎କିନ୍ତୁ ବଞ୍ଚି ଥିଲା, ଅଗ୍ଲୁଲା, ଜଙ୍ଗଲ, ପଶୁ, ପକ୍ଷୀ, ନାଲ, ନର୍ଦ୍ଦମା, ଗଛ, ଲତା, ସେ ମାନକର କାଣା ହେବା? ଜେନ ମାନେ, ଯୁଗ ଯୁଗ, ବର୍ଷ ବର୍ଷ ଧରି ଜଙ୍ଗଲ କେ ଦେବତା ଆଉ ଜୀବନ ଭାବିଥିଲେ, ଯାହାର ଠାନେ ପଟ୍ଟା ପରଚା ନାଇ, ସେ କାଇଁ କ୍ଷତି ପୂରଣ ପାଇବା। ଜଙ୍ଗଲ, ପଶୁ, ପକ୍ଷୀ, ନାଲ, ନର୍ଦ୍ଦମା, ଗଛ ଲତା, ସେମାନେ କାଏଁ କ୍ଷତି ପୂରଣ ପାଇବେ।

‎ରାମ ଲାଲା ଯେ, ମନ୍ଦିର, ଅଯୋଧ୍ୟାରେ ପାଇଲେ, ନିୟମଗିରି ଆଉ ତିଜମାଲି ଭଗବାନ, ସେମାନେ କାଣା ପାଇବେ, କେବେ ପାଇବେ, ତାକର କଥା କିଏ ପଚାରବା, କିଏ ଉତ୍ତର ଦେବା।

‎ସେନର, ସଂସ୍କୃତି, ସଭ୍ୟତା, ପରମ୍ପରା, ଇତିହାସ, ଖଣି ଖୁଲିକରି ତୁପି ଦିଆଜିବାକେଁ? ଆମେ କଳାହାଣ୍ଡି ବାଶି, ଆମର ଆଖିନେ ଦେଖି ଦେଖି ତୁମ ପଡ଼ି ଥିମାକେଁ। ସେ ଠାନେ ସିନା ନାଇ ରହିବାର, ସେନର ପାନି ପବନ ତୋ ଖାଉଛୁ।

‎ଏବେ ପରେ ସତେ କି ମିଛେ ଯେ, ଡ୍ରୋନ ମାନେ ଉଡୁଛେ, ଆଉ ପୁଲିସ ମାନେ ଗାଁ ଗାଁ କେ ବୁଲି କରି କମ୍ପାନୀ ଲାଗି ଲୋକ ଲଗାଇ କରି ଗାଁ ମାନେ ଖାଲି କରବାକେ ପ୍ରକ୍ରିୟା ଆରମ୍ଭ ହିଛେ। ‎ଇଟା ଯଦି ସତ, ସରକାର ପୁରା କଳାହାଣ୍ଡିରେ ଡିଙ୍ଗ୍ରି ପିଟି କରି   କଳାହାଣ୍ଡିର ଶବକର ମତା ମତ ନେବାର ଉଚିତ୍। କାଏଁ କାଜେ ନେଇ କରୁଛନ?

‎‎ଆଉ ଗରିବ ଘରେ ସୁଂଦ୍ଦରି ଟୁକେଲଟେ ଅଛେ ବଲି, ତମର ଧନ ଜନ, ସମ୍ପତି, ପୁଲିସ, ଆଉ ପ୍ରଶାସନ ହାତେ ପାତେ ଅଛେ ବୋଲି ଆମ କେ ଖାତିର ନାଇ କରି ଆମର ସୁନ୍ଦରୀ ତୁକେଲ କେ ଉଠାଇ ନେବ?

‎ଲୋକେ ନାଇ ଚାହେଁ ବାର ବୋଲି ଜାନୁଛ ଯଦି, ମହା ପଞ୍ଚାୟତ ଆୟୋଜନ ହେଉ, ମିଟିଂ ହେଉ। ଗଣ ତନ୍ତ୍ରତ ନାଇ ମର ବାର ତାଲ, ଆଲୋଚନା ହେଉ। ଯଦି ସତ, କମ୍ପାନୀର ଲୋକ ଆଉ ପୁଲିସ, ମାଁ ବୁହେନ୍ ର ହାତ ଡେନା ଧରି ବାହାର କର୍ବା ତକ କଥା ନାଇ ଯିବାର କଥା। 

‎‎ଏବେତ, ଭବାନୀପାଟନା ଜେଲନେ ଥର ଥର କରି ଲୋକ ଭରୁଛନ। ଗଲା କିଛି ଦିନ ତଲେ ୨୧ ଲୋକ କେ ଆନିକରି ରଖିଛନ, ସେନେ ଦସ୍ ଟା ମା ବୁହେନ, ଶେନେବି ଗର୍ଭ ବତି ଆଉ କୁଆଁରୀ ଝିଅ ଅଛନ କହୁଛନ।

‎ଇକଥା ମାନେ ଯଦି ସତ, ଇଟା କାଏଁ ସହି ହେବା । ଆଇନ ଆଇନ ର କାମ କରୁ କିନ୍ତୁ, ଆମର କଳାହାଣ୍ଡିର ଦୁଃଖ ଦୂର ହେବାକେ? ଆମର ଅପାଠୁଆ ଆଦିବାସୀ, ହରିଜନ କେବକେ କାଣା ପାଇବେ। ଜଙ୍ଗଲ, ପଶୁ, ପକ୍ଷୀ, ନାଲ, ନର୍ଦ୍ଦମା, ଗଛ ଲତା, ସେମାନେ କାଏଁ କ୍ଷତି ପୂରଣ ପାଏବେ। ଆଉ ସେନର ଜଙ୍ଗଲ ଦେବତା କାଣ କାଣା ପାଇବେ?

‎‎ଆମର ଟାକେ ଆମେ ସୁରକ୍ଷା କର୍ବା ଟା ଆମର କାମ ନେଇ ସେ କେ? କେତେ ବେଲେ କେନ୍ କାଏଁ ପର୍ମିଶନ ମିଲିଛେ, କି ଦିଛେ ଯେ ଦେଖବାର କଥା।

‎ଆଜି କାଲି, ଦୁଖାବା ଏନ୍ତା ଲେଖା ଲେଖଲେ ସମ୍ପାଦକ ଆଉ ପତ୍ର ପତ୍ରିକାରର ଅଧିକାରୀ ମାନେ ଆଉ ସେ ପ୍ରକାର ଲେଖାକେ ନାଇ ବାହାର କରବାର। ଜେନ ଲେଖା ସରକାରୀ, କମ୍ପାନୀ, ପୁଲିସ ଆଉ ପ୍ରଶାସନ ସେପକ୍ଷରେ, ସେଟା ଏକା ପ୍ରକାଶ ପାଉଛେ। କିନ୍ତୁ ଆମର କଥା, ପ୍ରକୃତି ବଞ୍ଚଲେତ ଲୋକ, ସରକାର, କମ୍ପାନୀ, ପୁଲିସ ଆଉ ପ୍ରଶାସନ ସବେ ବଞ୍ଚବେ। ଆମେତ ସବୁ ଗୁଟେ।

‎‎ଆମର ଦୁଃଖ ହେଲା, ଆମର, ସ୍ଵୟଂ ସହାୟକ ସମିତିର ବିପ୍ଲବ, ଆମର ପଞ୍ଚାୟତି ରାଜ ବିପ୍ଲବ, କୁ-ପୋଷଣ ବିରୁଦ୍ଧରେ ବିପ୍ଲବ, ଚାଷର ବିପ୍ଲବ, ସ୍ୱାକ୍ଷରତାର ବିପ୍ଲବ, ପ୍ରକୃତି ସୁରକ୍ଷାର ବିପ୍ଲବ, ସବୁକେ ମଝିନୁ ଟଟି ଚିପି ଦେଉଛନ, “ସେମାନେ ସିଖାଉଛନ ଆରୂ ସେମାନେ ମାରୁଛନ” ।

‎ଡୁଇଟ ଡେଭିଡ ଫିଲିପ୍ 

‎ଭବାନୀପାଟଣା ,‎କଳାହାଣ୍ଡି, ଓଡ଼ିଶା ୭୬୬୦୦୧,

ଫୋନ: ୯୪୩୭୧୦୪୩୦୩

Related posts

ଆଜିର ଦିବସର ଅନୁଚିନ୍ତା : ଅପ୍ରେଲ ୧୦ ତାରିଖ: ଏକ ଆହ୍ୱାନ,ଏକ ଚେତନା,ଏକ ଦିଗ

Sunil Chandra Nayak

ସିଯିମାଲିର କ୍ଷତିପୁରଣ କେମିତିବା ଦେଇ ହେବ 

ଦି ଟଲ ମ୍ୟାନ…. ବିଜୁ ପଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!