ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାନୀୟ ଜଳ ଯୋଗାଣ ରେ ଅବ୍ୟବସ୍ଥା – ଉପ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ଡୁମେରଗୁଡା ବାସୀ 

ଧର୍ମଗଡ:୯/୫/୨୨: ମ ନି ସ  ଗ୍ରାମାଞ୍ଚଳ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହି ସବୁ ଯୋଜନା ର ଲାଭ ସାଧାରଣ ଲୋକ ପାଈ ପାରୁ ନାହାନ୍ତି । ଅଧିକାରୀ ଏବଂ ଠିକା ସଂସ୍ଥା ଙ୍କ ମଧୁ ଚନ୍ଦ୍ରିକା ଯୋଗୁ ପ୍ରକଳ୍ପ ସବୁ ନିମ୍ନ ମାନ ର ହେଉଥିବା ବେଳେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହୋଇ ହଇରାଣ ହେବା ହିଁ ସାର ହେଉଛି । ଏଭଳି ଅଭିଯୋଗ ନେଇ ଆଜି ଡୁମର ଗୁଡା ବାସୀ ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଛନ୍ତି ।

     ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଧର୍ମଗଡ ବ୍ଲକ ଡୁମେରଗୁଡା ପଞ୍ଚାୟତ ର କନ୍ଦାମାଳ, ଜାମ ପଡ଼ା ଦୁଇଟି ଗ୍ରାମ ପ୍ରାୟ ଦୁଇ ହଜାର ଲୋକ ବସ ବାସ କରନ୍ତି । ଫ୍ଲୋରାଇଡ୍ ଯୁକ୍ତ ପାଣି ପିଇ ଗତ ସାତ ବର୍ଷ ମଧ୍ୟରେ ପ୍ରାୟ ଶହେ ଜଣ ଲୋକ ପ୍ରାଣ ହରାଇଲେଣି । ପାନୀୟ ଜଳ ପାଈ ବାରମ୍ବାର ଅଭିଯୋଗ ହେବା ପରେ ନିକଟସ୍ତ ତେଲନଦୀ ରୁ ଜଳ ଯୋଗାଣ ପାଇଁ ଏଠାରେ ଏକ ଓଭର ହେଡ୍ ଟ୍ୟାଙ୍କ ନିର୍ମାଣ କରାଯାଇ ଜଳ ଯୋଗାଣ ଆରମ୍ଭ ହୋଇ ଥିଲା । ପ୍ରାୟ ଅଢେ଼ଇ କୋଟି ଟଙ୍କା ବ୍ୟୟ ବରାଦ ହୋଈ ଏହାର ନିର୍ମାଣ ହୋଇଥଲା । ତେବେ ନିର୍ମାଣ ସରି ଚାରି ବର୍ଷ ଅତିବାହିତ ହୋଇ ଥିଲେ ହେଁ ଓଭର ହେଡ଼ ଟ୍ୟାଙ୍କ ରୁ ପାଣି ଯୋଗାଣ ନ ହୋଇ ସିଧାସଳଖ ନଦୀ ରୁ ପମ୍ପ ଯୋଗେ ପାଣି ଯୋଗାଣ ହେଉଛି ତାହା ମନ ଇଛା କେଉ ଦିନ ଆସୁଛି କେଊ ଦିନ ନାହିଁ । ଫଳ ରେ ଠିକ ଭାବେ ଗାଁ କୁ ପାଣି ପହଞ୍ଚି ପାରୁନାହଁ । କୁହାଯାଉଛି ଯେ ଓଭର ହେଡ ଟ୍ୟାଙ୍କ ନିମ୍ନ ମାନର ହେଇଥିବାରୁ ପାଣି ଲୋଡ ହେଲେ ଏହା ଲିକେଜ ହେବା ସହ ଭାଙ୍ଗି ଯିବା ସମ୍ଭାବନା ଅଛି ବୋଲି ସରପଞ୍ଚ ପ୍ରତିନିଧି ଚିତ୍ତ ରଂଜନ ବେହେରା ପ୍ରକାଶ କରିଛନ୍ତି । ଏ ସମ୍ପର୍କ ରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର ଅଧିକାରୀ ଙ୍କୁ ଅଭିଯୋଗ କଲେ ମଧ୍ୟ ସେ ଶୁଣୁ ନାହାନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଉପ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ ଜଳ ଯୋଗାଣ କୁ ବ୍ୟବସ୍ଥିତ କରିବା ପାଇଁ ପ୍ରକଳ୍ପ ପରିଚାଳନା ଦାୟିତ୍ଵ ପଞ୍ଚାୟତ କୁ ହସ୍ତାନ୍ତର କରିବା କୁ ଦାବୀ ହୋଇଛି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

 

Related posts

ଦ୍ୱିତୀୟ ଥର ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ଚିଲିଗୁଡାର ସ୍ୱୟଂ ଶିବ ଯୋଶୀ

Sunil Chandra Nayak

ମହାବିଦ୍ୟାଳୟ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

ଗ୍ରାମ ପଂଚାୟତରେ ନାଏବ ସରପଂଚ ନିର୍ବାଚନ

Sunil Chandra Nayak

Leave a Comment

error: Content is protected !!