ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସଇତାନ ସାଜିଲା ସ୍ବାମୀ….. ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ଜମିରେ ପୋତିଦେଲା

ସଇତାନ ସାଜିଲା ସ୍ବାମୀ…..

ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ଜମିରେ ପୋତିଦେଲା

ବିଷ ପିଇ ହତ୍ୟାକାରୀ ସ୍ୱାମୀ ଡାକ୍ତରଖାନାରେ…

ଭବାନୀପାଟଣା: କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରେ ସାମାନ୍ୟ ଟଙ୍କା ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ ଭଳି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ,ସନ୍ୟାସୀ କୁଣ୍ଡାମାଲ ଗ୍ରାମର ପ୍ରମୋଦ ଚନ୍ଦନ (୫୭) ଓ ତାଙ୍କ ସ୍ତ୍ରୀ କସ୍ତୁରୀ (୫୪) ମଧ୍ୟରେ ଧାନ ଟଙ୍କାକୁ ନେଇଁ ବିଭିନ୍ନ ସମୟରେ ଝଗଡା ହେଉଥିଲା। ସୋମବାର ଘାସ ବାଛିବାକୁ ଉଭୟେ ନିଜ ଚାଷ ଜମିକୁ ଯାଇଥିଲେ। ସେଠାରେ ପୁଣି ଥରେ ଧାନ କିଣା ଟଙ୍କା ପାଇଁ ସ୍ତ୍ରୀ ସହିତ ଝଗଡା କରିଥିଲେ। ସ୍ତ୍ରୀ ଟଙ୍କା ନାହିଁ ବୋଲି କହିବାରୁ ସ୍ବାମୀ ପ୍ରମୋଦ ଉତ୍ୟକ୍ତ ହୋଇ ରାଗରେ ଫାଉଡାରେ ମାରି ସ୍ତ୍ରୀ କସ୍ତୁରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।ହତ୍ୟା ପରେ ସ୍ତ୍ରୀର ମୃତ ଦେହକୁ ନିଜ ଚାଷ ଜମିରେ ପୋତି ଦେଇ ଘରକୁ ଚାଲି ଆସିଥିଲେ। ତେବେ ରାତିରେ ସେ ଭାବୁକ ହୋଇ ବିଷ ପିଇ ଦେଇଥିଲେ। ଏହାସହ ପୁଅ ଯୁବରାଜକୁ ସବୁ କଥା କହିଦେଇ ଥିଲେ। 

ଗୁରୁତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଭବାନୀପାଟଣା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ସେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ପ୍ରଥମେ କେନାଲରେ ଓ ପରେ ଜମିରେ ପୋତି ଦେଇଥିବା କହିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଡାକ୍ତରଖାନାକୁ ନେଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ମୃତ ଦେହ ହସ୍ତାନ୍ତର କରିଛି। ଏ ନେଇଁ ଜୁନାଗଡ଼ ଥାନାରେ ଏକ ମାମଲା ନଂ (୧୭୩/୨୬)ରୁଜୁ ହୋଇଛି। ସେହିପରି ଅଭିଯୁକ୍ତ ସ୍ୱାମୀ ପ୍ରମୋଦ ଏବେ ଡାକ୍ତରଖାନାରେ ଚିକିତ୍ସା ହେଉଥିବାବେଳେ ପୋଲିସ ହେପାଜତରେ ରହିଥିବା ଜୁନାଗଡ଼ ଥାନା ଅଧିକାରୀ ଶେଷଦେବ ବେହେରାଙ୍କ ଠାରୁ ଜଣାପଡିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆମ୍ବାଦଳା ପୋଲିସକୁ ମିଳିଛି ବଡ ସଫଳତା, ଗଞ୍ଜେଇ ଓ ଗାଡି ଜଵତ, ଡ଼୍ରାଇଭର ଫେରାର 12ଦିନ ପରେ କୋର୍ଟକୁ ଗଲା କେଶ୍

masiha

ଦୁଷ୍କର୍ମ କାରି ଜେଲ ଗଲେ 

Sunil Chandra Nayak

ଗଞ୍ଜେଇ ସହ ବାଇକ,ପିକ ଅପ୍ ଗାଡି ଜବତ : ୩ ବ୍ୟକ୍ତି ଗିରଫ

Sunil Chandra Nayak

Leave a Comment

error: Content is protected !!