ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ସଙ୍କଟକାଳୀନ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ 

ନବରଙ୍ଗପୁର ଜିଲ୍ଲା ସଙ୍କଟକାଳୀନ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ 

ଗ୍ୟାସ,ପେଟ୍ରୋଲ,ଡିଜେଲ କୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ

ନବରଙ୍ଗପୁର :(ତା ୩୧.୩.୨୦୨୬)(ରବିନାରାୟଣମହାନ୍ତି)ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସଙ୍କଟ କାଳୀନ ପରିଚାଲନା କମିଟି ର ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତପନ କୁମାର ଖୁଣ୍ଟିଆ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଉପସ୍ଥିତ ଥିଲେ ।ଜିଲ୍ଲାରେ ଏଲ ପି ଜି ଗ୍ୟାସ, ପେଟ୍ରୋଲ, ଡିଜେଲ ଭଳି ଅତିଆବଶ୍ୟକ ସାମଗ୍ରୀର ଉପଲବ୍ଧ ସମ୍ପର୍କରେ ନିୟମିତ ଅନୁଧ୍ୟାନ ଉପରେ ଗୃହରେ ଆଲୋଚନା ହୋଇଥିଲା।ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି ଜିଲ୍ଲାରେ ଏଚ ପି ସି ଏଲ,ଆଇ ଓ ସି ଏଲ ଏବଂ ବି ପି ସି ଏଲ କମ୍ପାନୀ ର ମୋଟ ୨୧ ଟି ରନ୍ଧନ ଗ୍ୟାସ ବିତରକ ଅଛନ୍ତି ।ସୁଚନା ଅନୁସାରେ ଆଜି ସୁଦ୍ଧା ଏଚ ପି ସି ଏଲ ର ୯୪୨ , ଆଇ ଓ ସି ଏଲ ର ୨୧୭୪ ଏବଂ ବି ପି ସି ଏଲ ର ୯୩୫ ଟି ଗ୍ୟାସ ସିଲିଣ୍ଡର୍ ମହଜୁଦ ରହିଛି। ସହରାଂଚଳ ଘରୋଇ ଗ୍ୟାସ ବ୍ୟବହାରକାରୀ ୨୫ ଦିନ ଏବଂ ଗ୍ରାମାଞ୍ଚଳ ୪୫ ଦିନ ପରେ ପୁନଃ ଗ୍ୟାସ ପାଇଁ ଆବେଦନ କରିପାରିବେ।ବର୍ତ୍ତମାନ ପଞ୍ଜୀକୃତ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର କାରୀ ଙ୍କୁ ରନ୍ଧନ ଗ୍ୟାସ ବିତରକ ଙ୍କ ଦ୍ଵାରା ଯୋଗାଇଦିଆଯାଉଛି। ଜିଲ୍ଲାପାଳ ବେଆଇନ ମହଜୁଦ କାରୀ, କଳାବଜାରୀ ଓ ଅତ୍ୟଧିକ ଦର ବୃଦ୍ଧି କରି ସିଲିଣ୍ଡର୍ ବିକ୍ରୟ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସି ଏସ ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ହୋଟେଲ, ଢାବା, କଲ୍ୟାଣମଣ୍ଡପ,ରାସ୍ତାକଡ଼ ଦୋକାନରେ ବାଣିଜ୍ୟକ ଏଲପିଜି ସିଲିଣ୍ଡର ବ୍ୟତିରକେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର ହେଉଛି ସଙ୍ଗେ ସଙ୍ଗେ ଜବତ କରି ଉପଭୋକ୍ତା ମାନ୍ୟତା ରୁଦ୍ଧ କରି ତା ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ଯେ ହେତୁ ଗ୍ୟାସ ସିଲିଣ୍ଡର ଯଥେଷ୍ଟ ମହଜୁଦ ରହିଛି ଏବଂ ନିୟମ ଅନୁସାରେ ବିତରଣ କରାଯାଉଛି ଏଣୁ ଜନସାଧାରଣ ବ୍ୟସ୍ତ ନ ହୋଇ , କୌଣସି ଗୁଜବ ରେ ବିଶ୍ବାସ ନ କରି ପ୍ରଶାସନ ଉପରେ ଭରସା ରଖିବାକୁ ଗୃହରେ ଜିଲ୍ଲାପାଳ କହିଥିଲେ।ଗ୍ୟାସ କଳାବଜାରୀ ଓ ଅସାଧୁ ବ୍ୟବସାୟୀ ଙ୍କ ଉପରେ ଦୃଷ୍ଟି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନେବାକୁ ଏ ସି ଏସ ଓ,ଏମ ଆଇ ଏବଂ ମାଜିଷ୍ଟ୍ରେଟ ଅଧିକାରୀଙ୍କୁ ନେଇ ସ୍କ୍ୱାଆଡ ଗଠନ କରିବା ପାଇଁ ସି ଏସ ଓ ଙ୍କୁ ଜିଲ୍ଲାପାଳ କହିଥିଲେ।ସେହିଭଳି ଜିଲ୍ଲାରେ ପେଟ୍ରୋଲ,ଡିଜେଲ ପମ୍ପ ନିକଟରେ ଯଥେଷ୍ଟ ପରିମାଣରେ ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି ବୋଲି ସି ଏସ ଓ ସୁଚନା ଦେଇଥିଲେ।

ପଶ୍ଚିମ ଏସିଆ ଯୁଦ୍ଧ ସ୍ଥିତି ମଧ୍ୟରେ ଯେଉଁ ଅସାମାଜିକ ବ୍ୟକ୍ତି ଗୁଜବ ମାଧ୍ୟମ ରେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି ,ସେଭଳି ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏଥିପାଇଁ ସାମାଜିକ ଗଣମାଧ୍ୟମ ଉପରେ ବିଶେଷ ନଜର ରଖିବାକୁ ଡି ଆଇ ପି ଆର୍ ଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ସମସ୍ତ ଶିକ୍ଷାନୁଷ୍ଠାନ ହଷ୍ଟେଲ,ଡାକ୍ତରଖାନା, ଆହାର କେନ୍ଦ୍ର, ସରକାରଙ୍କ ଦ୍ୱାରା ପରିଚାଳିତ ଅନୁଷ୍ଠାନ ମାନଙ୍କୁ ବାଣିଜ୍ୟିକ ସିଲିଣ୍ଡର୍ ନିୟମ ଅନୁଯାୟୀ ଯୋଗାଇ ଦିଆଯାଉଛି। ଜିଲ୍ଲା ନିୟନ୍ତ୍ରଣ କକ୍ଷ ନମ୍ବର ୦୬୮୫୮୨୯୫୪୨୪ ରେ ଗ୍ୟାସ ଜନିତ କଳାବଜାରୀ ଓ ଅସାଧୁ ବ୍ୟବସାୟୀ ଙ୍କ ଉପରେ ସୁଚନା ଦେଲେ ତତ୍କ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୈଠକ ରେ ଜିଲ୍ଲା ସ୍ତରୀୟ ସଙ୍କଟ କାଳୀନ ପରିଚାଲନା କମିଟି ଅଧିକାରୀ,ଗ୍ୟାସ ବିତରକ,ହୋଟେଲ ମାଲିକ,ପେଟ୍ରୋଲ ପମ୍ପ ମାଲିକ ଉପସ୍ଥିତ ଥିଲେ।

Related posts

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ପ୍ରୟାସ!!

masiha

ସାମ୍ବାଦିକଙ୍କ କଥା ରଖିଲେ ବିଭାଗୀୟ ଅଧିକାରୀ, ମରାମତି ହେଲା ରାସ୍ତା

masiha

ସର୍ପ ଘାତରେ ଯୁବକ ଅଜୟ ମୃତ

masiha

Leave a Comment

error: Content is protected !!