ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

” ଟିକାବାଲି ମହୋତ୍ସବ -୨୦୨୬” ଉଦଯାପିତ 

” ଟିକାବାଲି ମହୋତ୍ସବ -୨୦୨୬” ଉଦଯାପିତ 

କନ୍ଧମାଳ , ତା, ୩୧/୦୩:(ମନିସ): ପାରମ୍ପରିକ ଲୋକ କଳାକାର ମହାସଂଘ,ଓ ବ୍ଲକ କଳା ସଂସ୍କୃତି ସଂଘ ତରଫରୁ ଟିକାବାଲି ସ୍ଥିତ ହାଇସ୍କୁଲ ପଡିଆରେ “ଟିକାବାଲି ମହୋତ୍ସବ” ର ଶୁଭ ଉଦଘାଟନ ଉତ୍ସବ ଅତି ନିଆରା ଡ଼ଙ୍ଗରେ ଅନୁଷ୍ଠିତ ହୋଇଛି l ହାଇସ୍କୁଲ ପଡ଼ିଆରୁ ଏକ ବିରାଟ ପଟୁଆରରେ ମଶାଲ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲୀପ କହଁର, ସମ୍ମାନିତ ଅତିଥି ଭାବେ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଷ୍ଣୁ ଗୋବିନ୍ଦ, ଖଜୁରୀପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦତ୍ତାତ୍ରୟ ବାହିନୀପତି, ଟିକାବାଲି ତହସିଲଦାର ହରିଶ୍ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ମଳିକ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବେଦଭୂଷଣ, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଷ୍ଣୁ ଗୋବିନ୍ଦ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲୀପ କହଁର. ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ, ବରିଷ୍ଠ କଳାକାର ଜଳନ୍ଦର ବେହେରା, କଲେଜ ଅଧକ୍ଷ ଦୀନବନ୍ଧୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ I ଦୁଇ ଦିନ ଧରି ଆୟୋଜିତ ଏହି ଉତ୍ସବ ରେ ଟିକାବାଲି ବ୍ଲକ ତଥା ଏହାର ଆଖପାଖ ଅଞ୍ଚଳ ରୁ ଶତାଧିକ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ I

ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

କେନ୍ଦୁବିଲ୍ୱରେ ଶ୍ରୀ ଜୟଦେବ ଜୟନ୍ତୀ କବି ଜୟଦେବ ଆମ ଓଡ଼ିଆ ଅସ୍ମିତାର ଅନ୍ୟତମ ମହାନାୟକ

masiha

ଭବାନୀପାଟଣା ଠାରେ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ଯ୍ୟଶକ୍ତି ଓ ସଚେତନତା ବୈଠକ 

Sunil Chandra Nayak

ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ, ବିଦ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!