ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡୁଡୁକେଲ ମହାଭାରତ ମହା ପାରାୟଣ ର ଆଜି କଳସ ଯାତ୍ରା 

ଡୁଡୁକେଲ ମହାଭାରତ ମହା ପାରାୟଣ ର ଆଜି କଳସ ଯାତ୍ରା 

ଗୋଲାମୁଣ୍ଡା ୦୧/୦୪କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁଡୁକେଲ ଗ୍ରାମର ମହାଭାରତ ମହା ପାରାୟଣ ମହାଯଜ୍ଞ ପାଇଁ ଆଜି କଳସ ଯାତ୍ରା ମହା ଆଡ଼ମ୍ବରରେ ସମ୍ପନ୍ନ ହୋଇଯାଇଛି। ଗୋଲାମୁଣ୍ଡା ସ୍ଥିତ ଶିବମନ୍ଦିର ପୋଖରୀରୁ ପାଣି ଉଠେଇ ଡୁଡୁକେଲ ମହାଭାରତ ପଡିଆ ପର୍ଯ୍ୟନ୍ତ ପ୍ରାୟ ୬ କିମି ଦୂର ଶତାଧିକ ମହିଳା ଏହି କଳସ ଯାତ୍ରା ରେ ସାମିଲ ହୋଇ ଥିଲେ ।ଏହି ମହା ଯଜ୍ଞ ଆସନ୍ତା କାଲି ଠାରୁ ଏକମାସ ଧରି ରୀତି କାନ୍ତିରେ ଚାଲିବ।ଏହି ଯଜ୍ଞ ରେ କର୍ତ୍ତା ଭାବେ ଶ୍ରୀ ସୁବାଷ ବଗର୍ତ୍ତି ଓ ତାଙ୍କ ଧର୍ମ ପତ୍ନୀ ମଦନା ବଗର୍ତ୍ତି , ମୁଖ୍ୟ ପୂଜକ ଗୌତମ ଯୋଶୀ ଥିବାବେଳେ ଶ୍ରୀ ଗୋବର୍ଦ୍ଧନ ମିଶ୍ର (ସୋନପୁର ଜିଲ୍ଲା) ବ୍ୟାସ ଆସନ ଅଳଙ୍କୃତ କରିବେ ବୋଲି ଆୟୋଜକ କମିଟିର ସଭାପତି ଗିରିଧାରୀ ତେଜୀ ପ୍ରକାଶ କରିଛନ୍ତି।ତତ୍ ସହିତ ଏହି ମହା କଳସ ଯାତ୍ରା ରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଯଜ୍ଞ କମିଟିର ସଂପାଦକ ପରୀକ୍ଷିତ ଖର୍ସେଲ , ଧର୍ମଗଡ ବ୍ଳକ ଯାଦବ ସଭାପତି ଶଙ୍କର ଯୁଆଡ,ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ, ମାନଝରି ସରପଞ୍ଚ ଜଗୁଜିବନ୍ ଅଘ୍ରୀଆ, ସମିତି ସଭ୍ୟ ସୁବାସ ନାଏକ, ନାରାୟଣ ଅଘ୍ରୀଆ,ସାଧୁ ବଗର୍ତ୍ତି, ତିଲେଶ୍ୱର୍ ଘି ସହିତ ଗ୍ରାମବାସୀ ଓ ଅନେକ ସାଧୁ ସନ୍ଥ ଯୋଗଦେଇଥିଲେ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଲେଖିକା ସଂଘ ର ଶ୍ରାବଣୀ କାବ୍ୟୋତ୍ସବ

Sunil Chandra Nayak

ସ୍ୱାଧୀନତା ଦିବସ–୨୦୨୬ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ବଦଳିଲେ ଖଇରା ତହସିଲଦାର

masiha

Leave a Comment

error: Content is protected !!