ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଇଟେକ୍ ପବ୍ଲିକ୍ ସ୍କୁଲ୍ ର  ୧୭ ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ଧୁମଧାମ ରେ ପାଳିତ

ହାଇଟେକ୍ ପବ୍ଲିକ୍ ସ୍କୁଲ୍ ର  ୧୭ ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ଧୁମଧାମ ରେ ପାଳିତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥାନୀୟ ଦୁଆରଶୁଣି ସ୍ଥିତ ହାଇଟେକ୍ ପବ୍ଲିକ୍ ସ୍କୁଲ୍ ରେ ବିଦ୍ୟାଳୟ ର ୧୭ ତମ ପ୍ରତିଷ୍ଠା ଦିବସ ଏବଂ ଉତ୍କଳ ଦିବସ ଧୁମଧାମ ରେ ପାଳିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସାନ୍ଧ୍ୟ ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଶ୍ରୀ ଯୁକ୍ତ ପ୍ରତାପ ଚନ୍ଦ୍ର ଦାଶ ଅଧ୍ୟକ୍ଷତା କରି କିପରି ଭାବରେ ଭବିଷ୍ୟତ ରେ ଭଲ ମଣିଷଟିଏ ହୋଇପାରିବା ସେହି ବିଷୟରେ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ କିପରି ଭାବରେ ବିଭିନ୍ନ ସ୍ଥାନରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟର ଗୌରବ ରଖି ଆସୁଛନ୍ତି ସେହି ବିଷୟରେ ଆଲୋକ ପାତ କରିଥିଲେ ।ବିଦ୍ୟାଳୟର ସଭାପତି ଶ୍ରୀ ଯୁକ୍ତ ଗିରିଶ ଚନ୍ଦ୍ର ବେହେରା, ନିର୍ଦ୍ଦେଶକ ଶ୍ରୀ ଯୁକ୍ତ ସତ୍ୟଜିତ୍ କର ବିଦ୍ୟାଳୟ ର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଯାତ୍ରା ର ଇତିହାସ ଉପରେ ଜଣାଇ ଥିଲେ ଓ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅଳ୍ପନା ପଟ୍ଟନାୟକ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ ।ଏହି କାର୍ଯ୍ୟ କ୍ରମରେ ବିଭିନ୍ନ ଚିତା କର୍ଷକ ନୃତ୍ୟ, ସଙ୍ଗୀତ ତଥା ବାଦ୍ୟ ଯନ୍ତ୍ର ର ଚାଳନା ଇତ୍ୟାଦି ଛାତ୍ର ଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ସବୁଠାରୁ ସୁନ୍ଦର ଭାବରେ ଆମ ଓଡ଼ିଶାର ମହାନ ପୁରୁଷ ଓ ବିରଙ୍ଗନା ମାନଙ୍କ ଅବିକଳ ନକଲ କୁନି କୁନି ଛୁଆ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ଯାହାକି ଅଭିଭାବକ ମହଲକୁ ଆକୃଷ୍ଟ କରିଥିଲା । ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଅଧିକ ଅଭିଭାବକ/ଅଭି ଭାବିକା ଏବଂ ୧୪୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇ ପରିବେଶ ଟିକୁ ଉତ୍ସବ ମୁଖର ହୋଇ ଉଠିଥିଲା ।ବିଦ୍ୟାଳୟ ର ଶିକ୍ଷକ ସୌରଭ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ଦିପ୍ତିମୟୀ ସାହୁ, ରୋଷ୍ନି ମୟୀ ମୁର୍ମୁ, ପ୍ରତିମା ସାହୁ, ବିଜୟ ଲକ୍ଷ୍ମୀ ସାହୁ, କୁଞ୍ଜ ବିହାରୀ ଶାହା, ଝାଂଶୀ ମିଶ୍ର ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ କୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର, ଉପ ଅଧ୍ୟକ୍ଷ ଭି ସୁରେନ୍ଦ୍ର ନାଥ ଏବଂ ଶିବରାମ ମିଶ୍ର ଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁୁରୁ ରେ ପରିଚାଳିତ ହୋଇ ସମାପ୍ତ କରାଯାଇଥିଲା, ଶେଷରେ ଶିକ୍ଷୟତ୍ରୀ ପ୍ରିୟଙ୍କା ମିଶ୍ର ଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ।

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

Related posts

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

କୋକସରା ପଞ୍ଚାୟତ ସମିତିରେ ସମିତି ବୈଠକରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା ଓ ଆଲୋଚନା

ପହଲଗାଁମ ଆତଙ୍କବାଦ ଘଟଣାରେ ପ୍ରତିବାଦରେ ରାଉରକେଲାରେ ବିକ୍ଷୋଭ ପ୍ରଦର୍ଶନ

masiha

Leave a Comment

error: Content is protected !!