ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଓଡ଼ିଶା ଦିବସ -୨୦୨୬ ପାଳିତ

ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଓଡ଼ିଶା ଦିବସ -୨୦୨୬ ପାଳିତ

ଢେଙ୍କାନାଳ:ତା.୦୧.୦୪.୨୦୨୬ ରିଖ: (ମ ନି ସ     ) ଦିବା ୦୭ ଘଟିକା ସମୟରେ ନିରାଡ଼ମ୍ବର ଭାବରେ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଓଡ଼ିଶା ଦିବସ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ରଞ୍ଜନ ଦଳେଇଙ୍କ ଅବାହକତ୍ବରେ ଓ ମାର୍ଗଦର୍ଶନରେ ପ୍ରାକ୍ତନ ବରିଷ୍ଠ ସହକାରୀ ଶିକ୍ଷକ ତଥା ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଓଡ଼ିଶା ଦିବସ ପାଳନର ଆବଶ୍ୟକତା,ଉଦ୍ଦେଶ୍ୟ,ଯଥାର୍ଥତା,ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷାର ସୁରକ୍ଷା ହିଁ ଓଡ଼ିଶାର ଅସ୍ମିତା ରକ୍ଷାର ପ୍ରଥମ ସୋପାନ ବୋଲି ଦୃଢ଼ ମତପୋଷଣ କରି ସମସ୍ତେ ଏଥିପାଇଁ ସମ୍ମିଳିତ ଉଦ୍ୟମ ଜାରି ରଖିବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ ଓ ଓଡ଼ିଆ ଭାଷା ସୁରକ୍ଷା ସମ୍ପର୍କରେ ସ୍ୱରଚିତ ଦୁଇଟି ଓଡ଼ିଆ ସନେଟ୍ କବିତା ଆବୃତ୍ତି କରିଥିଲେ।ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ସଂସ୍କୃତ ଶିକ୍ଷକ ଦୀପ୍ତିଶ କୁମାର ଶତପଥୀଙ୍କ ସଂଯୋଜନା ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ତଥା କର୍ମଚାରୀବୃନ୍ଦଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଶିକ୍ଷୟିତ୍ରୀ ତଥା ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱାଗତିକା ରଥ ସଭାପତିତ୍ୱ କରିଥିଲେ।ଓଡ଼ିଶା ଦିବସ ଉପଲକ୍ଷେ ଅନୁଷ୍ଠିତ ବ୍ଲକ୍ ସ୍ତରରେ,ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରରେ ଯୋଗଦାନ କରି ଉଚ୍ଚ ପ୍ରଶଂସିତ ହୋଇ ପୁରସ୍କୃତ ହୋଇଥିବା ବିଦ୍ୟାଳୟର ଦଶମଶ୍ରେଣୀ ଛାତ୍ରୀ ସୁଶ୍ରୀ ସାଗରିକା ସ୍ୱାଇଁଙ୍କ ସମେତ ଅନେକ ଛାତ୍ରୀ,ଛାତ୍ର ସ୍ଵୀୟ ବକ୍ତବ୍ୟରେ ଓଡ଼ିଶା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରି ଓଡ଼ିଶାର ସର୍ବାଙ୍ଗୀନ ବିକାଶରେ ସହଭାଗୀ ହୋଇ ଆଗେଇ ଆସିବାକୁ ଦୃଢ଼ ଆହ୍ୱାନ ଦେଇଥିଲେ।ଏହି ଅବସରରେ ବିଦ୍ୟାଳୟରେ ଅବସ୍ଥାପିତ ପଞ୍ଚସଖା,ବ୍ରଜନାଥ ବଡ଼ଜେନା,ନୃସିଂହ କାନୁନଗୋ,ଉତ୍କଳ ଗୌରବ ମଧୁସୂଦନ ଦାସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଗଣେଶ,ସରସ୍ୱତୀ ଓ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ,ଧୂପ ଦୀପ ଅର୍ପଣ କରାଯାଇ ସମ୍ମିଳିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତଗାନ କରାଯାଇଥିଲା।ବିଦ୍ୟାଳୟର ଆଜିର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵାଗତିକା ରଥ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ,ପ୍ରଭାସିନୀ ସାହୁ,ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ,ବିରଞ୍ଚି ନାଏକ, ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ସ୍ୱାଗତିକା ରଥ,ନଳିନୀ ବେହେରା,ସୁଜାତା ପଣ୍ଡା,ଜ୍ଯୋତିରଞ୍ଜନ ନାୟକ,ସୁଚିତ୍ରା ସାହୁ,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,କିରଣମୟୀ ମାହାଳିକ, କଲ୍ୟାଣୀ ବଡ଼ଜେନା,ସ୍ଵପ୍ନାମୟୀ ପଣ୍ଡା,ରାକେଶ ସାହୁ, ଶୁଭସୁନ୍ଦର ବେହେରା,ଅପରାଜିତା ସାମଲ,ସୁଚିସ୍ମିତା ମହାନ୍ତି,ଦିପ୍ତୀଶ କୁମାର ଶତପଥୀ,ସ୍ମିତିସୁଧା ଜେନା, କ୍ଷୀରାବଧିତନୟା ମହାପାତ୍ର,ସ୍ମିତା ପଟ୍ଟନାୟକ,ଅନିତା ସାହୁ, ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା, କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ,ବାସୁଦେବ ରଣା,ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ପି ଏମ୍ ଶ୍ରୀ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସହକାରୀ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର ଆଜିର ସମସ୍ତ କାର୍ଯ୍ୟକ୍ରମର ସାମଗ୍ରିକ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର,

ଇ-ମେଲ: debiprasadmishra085@gmail.com 

debisirscience@gmail.com

Related posts

ଦାଦନ ଶ୍ରମିକର ମୃତ୍ୟୁ ବେସାହାରା ସ୍ତ୍ରୀ ଓ ପୁଅ , ନୂଆଖାଇ ପଡିଲା ଫିକା

masiha

ରାୟଗଡ ଜିଲ୍ଲା ସାଂସ୍କୃତିକ ଲୋକ ମହୋତ୍ସବ “ଚଇତି- ୨୦୨୨” ମିନଝୋଲା ଶୈବ ପୀଠରୁ ଶୁଭାରମ୍ଭ

Sunil Chandra Nayak

ଅତଡ଼ା ମାଟି ଚାପା ରେ ଯୁବକ ର ମୃତ୍ୟୁ 

masiha

Leave a Comment

error: Content is protected !!