ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓକିଲ ସଂଘର ନବ-ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ଓକିଲ ସଂଘର ନବ-ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ଆସିକା,୨/୪/୨୬(ଶିବ ଶଙ୍କର ମିଶ୍ର ) ଆସିକା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥଗ୍ରହଣ ଉତ୍ସବ ବୁଧବାର ଅପରାହ୍ନରେ ଓକିଲ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ସଭାପତି ବରିଷ୍ଠ ଆଇନଜୀବୀ ଛବିଳରାମ ମିଶ୍ର, ଉପ-ସଭାପତି ଜି. ସୂର୍ଯ୍ୟପ୍ରକାଶ ରାଓ, ସଂପାଦକ ଚିତ୍ତରଂଜନ ଦାଶ, ଯୁଗ୍ମ ସଂପାଦକ ଅଜିତ୍ କୁମାର ମୁନି, ଓ ଲାଇବ୍ରେରୀଆନ୍ ସଂପାଦକ ସୀମାଞ୍ଚଳ ସେଠୀ ପ୍ରମୁଖ ଶପଥ ଗ୍ରହଣ କରିଥିଲେ। ବରିଷ୍ଠ ଆଇନଜୀବୀ ତଥା ଓକିଲ ସଂଘର ନିର୍ବାଚନ ଅଧିକାରୀ କାଳୀଚରଣ ଦାସଙ୍କ ସଂଯୋଜନାରେ ଓକିଲ ସଂଘର ନବ-ନିର୍ବାଚିତ କର୍ମକର୍ତ୍ତାଙ୍କୁ ବରିଷ୍ଟ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଅବସରରେ ସଭାପତି ଆଇନଜୀବୀ ଛବିଳରାମ ମିଶ୍ର ସଂଘର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ମିଳିମିଶି କାମ କରିବାକୁ ଦୃଢ ସଂକଳ୍ପ ନେବାକୁ ଆହ୍ବାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଅଜିତ୍ କୁମାର ଚୌଧୁରୀ, ନାରାଯଣ ମୁନି, ସୁଧାଂଶୁ କୁମାର ପାଣିଗ୍ରାହୀ, ପି.ରବିନ୍ଦ୍ର କୁମାର ପାତ୍ର, ଶରତେନ୍ଦୁ ପଣ୍ଡା, ପି. ଶିବଶଙ୍କର ପାତ୍ର, ରାଜେନ୍ଦ୍ର ନାଥ ପାତ୍ର, ଶିଶିର କୁମାର ନାୟକ, ପ୍ରସନ୍ନ କୁମାର ବିଷୋୟୀ, ସୁଧୀର କୁମାର ତ୍ରିପାଠୀ,ଉପେନ୍ଦ୍ର ବେହେରା, ମହେନ୍ଦ୍ର କୁମାର ସ୍ବାଇଁ, ଭରତେନ୍ଦୁ ଭୂଷଣ ନାୟକ, ନିଳାମ୍ବର ବେହେରା, ରୁଦ୍ର ପାଣିଗ୍ରାହୀ, ଶିବଶଙ୍କର ମହାନ୍ତି, ଦ୍ବାରିକାନାଥ ପରିଡା,ଶିବପ୍ରସାଦ ମହାପାତ୍ର, ଭି. ଖୋକନ୍ ରାଓ, ସନ୍ତୋଷ କୁମାର ମିଶ୍ର,ହର୍ଷରଂଜନ ପାଢୀ, ଅଜିତ୍ କୁମାର ପ୍ରଧାନ ପ୍ରମୁଖ ବହୁ ଆଇନଜୀବୀ ଉପସ୍ଥିତଥିଲେ ।

Related posts

ନଗର ଯାଦବ ସମାଜ ପକ୍ଷରୁ ଦୀପ ପ୍ରଜ୍ବଳନ 

masiha

ନବରଙ୍ଗପୁରଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର: ଆନନ୍ଦ ଉଲ୍ଲାସର ସହ ଛଠ୍ ପର୍ବ ପାଳିତ

masiha

Leave a Comment

error: Content is protected !!