ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓକିଲ ସଂଘର ନବ-ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ଓକିଲ ସଂଘର ନବ-ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ଆସିକା,୨/୪/୨୬(ଶିବ ଶଙ୍କର ମିଶ୍ର ) ଆସିକା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥଗ୍ରହଣ ଉତ୍ସବ ବୁଧବାର ଅପରାହ୍ନରେ ଓକିଲ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ସଭାପତି ବରିଷ୍ଠ ଆଇନଜୀବୀ ଛବିଳରାମ ମିଶ୍ର, ଉପ-ସଭାପତି ଜି. ସୂର୍ଯ୍ୟପ୍ରକାଶ ରାଓ, ସଂପାଦକ ଚିତ୍ତରଂଜନ ଦାଶ, ଯୁଗ୍ମ ସଂପାଦକ ଅଜିତ୍ କୁମାର ମୁନି, ଓ ଲାଇବ୍ରେରୀଆନ୍ ସଂପାଦକ ସୀମାଞ୍ଚଳ ସେଠୀ ପ୍ରମୁଖ ଶପଥ ଗ୍ରହଣ କରିଥିଲେ। ବରିଷ୍ଠ ଆଇନଜୀବୀ ତଥା ଓକିଲ ସଂଘର ନିର୍ବାଚନ ଅଧିକାରୀ କାଳୀଚରଣ ଦାସଙ୍କ ସଂଯୋଜନାରେ ଓକିଲ ସଂଘର ନବ-ନିର୍ବାଚିତ କର୍ମକର୍ତ୍ତାଙ୍କୁ ବରିଷ୍ଟ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଅବସରରେ ସଭାପତି ଆଇନଜୀବୀ ଛବିଳରାମ ମିଶ୍ର ସଂଘର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ମିଳିମିଶି କାମ କରିବାକୁ ଦୃଢ ସଂକଳ୍ପ ନେବାକୁ ଆହ୍ବାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଅଜିତ୍ କୁମାର ଚୌଧୁରୀ, ନାରାଯଣ ମୁନି, ସୁଧାଂଶୁ କୁମାର ପାଣିଗ୍ରାହୀ, ପି.ରବିନ୍ଦ୍ର କୁମାର ପାତ୍ର, ଶରତେନ୍ଦୁ ପଣ୍ଡା, ପି. ଶିବଶଙ୍କର ପାତ୍ର, ରାଜେନ୍ଦ୍ର ନାଥ ପାତ୍ର, ଶିଶିର କୁମାର ନାୟକ, ପ୍ରସନ୍ନ କୁମାର ବିଷୋୟୀ, ସୁଧୀର କୁମାର ତ୍ରିପାଠୀ,ଉପେନ୍ଦ୍ର ବେହେରା, ମହେନ୍ଦ୍ର କୁମାର ସ୍ବାଇଁ, ଭରତେନ୍ଦୁ ଭୂଷଣ ନାୟକ, ନିଳାମ୍ବର ବେହେରା, ରୁଦ୍ର ପାଣିଗ୍ରାହୀ, ଶିବଶଙ୍କର ମହାନ୍ତି, ଦ୍ବାରିକାନାଥ ପରିଡା,ଶିବପ୍ରସାଦ ମହାପାତ୍ର, ଭି. ଖୋକନ୍ ରାଓ, ସନ୍ତୋଷ କୁମାର ମିଶ୍ର,ହର୍ଷରଂଜନ ପାଢୀ, ଅଜିତ୍ କୁମାର ପ୍ରଧାନ ପ୍ରମୁଖ ବହୁ ଆଇନଜୀବୀ ଉପସ୍ଥିତଥିଲେ ।

Related posts

ଓକିଲ ଙ୍କ ଅକାଳ ବିୟୋଗରେ ଶୋକ ସଭା 

ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷକଙ୍କ ଉଦ୍ୟମ କ୍ରମେ ଗାୟତ୍ରୀ ପିଠିରେ ନଳକୂପ ଖନନ

ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

Leave a Comment

error: Content is protected !!