ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପରାୟଣ ମହିଳା ମେମ୍ ବାଈଙ୍କ ପରଲୋକ

ଧର୍ମପରାୟଣ ମହିଳା ମେମ୍ ବାଈଙ୍କ ପରଲୋକ

ଧର୍ମଗଡ଼ ସହରର ସ୍ୱର୍ଗତ ରାମ କୁମାର ଅଗ୍ରୱାଲ (କୋକସରିଆ)ଙ୍କ ଧର୍ମପତ୍ନୀ ପତ୍ନୀ ମେମ୍ ବାଈ ଅଗ୍ରୱାଲଙ୍କ ଛତିଶଗଡ ସ୍ଥିତ ରାୟପୁର ଠାରେ ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେଲା ଅସୁସ୍ଥ ରହି ରାୟପୁର ଠାରେ ଚିକିତ୍ସିତ ହେଉଥିଲେ। ସେ ଜଣେ ମେଳାପୀ, ପରୋପକାରୀ ମହିଳା ଥିଲେ। ବିଶେଷ କରି ମାରୱାଡି ସମ୍ପ୍ରଦାୟରେ ଜଣେ ଧର୍ମପରାୟଣ ମହିଳା ଭାବେ ସେ ବେଶ୍ ପରିଚିତ ଥିଲେ। ତାଙ୍କର ଦୁଇ ପୁଅ କମଲ କିଶୋର ଅଗ୍ରୱାଲ ଓ ନବୀନ କୁମାର ଅଗ୍ରୱାଲ ଓ ତାଙ୍କର କାକା ସୀତାରାମ ସିଂଘଲ ସହରର ଶିଳ୍ପପତି ଭାବେ ବେଶ ଜଣାଶୁଣା ବ୍ୟକ୍ତିତ୍ୱ। ତାଙ୍କର ମୃତ୍ୟୁରେ ଧର୍ମଗଡ଼ ସହର ରେ ଶୋକର ଛାୟା ଖେଳିଯାଇଛି। ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଆଇନଜୀବି ଥବିର ପ୍ରସାଦ ସାହୁ,ସମାଜସେବୀ ପ୍ରଶାନ୍ତ ପଟ୍ଟଯୋଶୀ ତଥା ମାରୱାଡ଼ି ସମାଜ ର ବରିଷ୍ଠ ସଦସ୍ୟ ସୁକଲାଲ ଅଗ୍ରୱାଲ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ,କିଶୋର ଅଗ୍ରୱାଲ, ସମେତ ବହୁ ବିଶିଷ୍ଟ ବ୍ୟକ୍ତିତ୍ଵ ତାଙ୍କର ବିୟୋଗରେ ଶୋକ ପ୍ରକାଶ କରି ତାଙ୍କର ସ୍ୱର୍ଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି। ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେଵ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଏମକେସିଜିରେ ପିଜି ପ୍ରଶ୍ନପତ୍ର ଲିକ୍, ଅଭିଯୋଗ ପରେ ତଦନ୍ତ ଆରମ୍ଭ 

Sunil Chandra Nayak

ରାଇରଙ୍ଗପୁର ରେ ସେବାସ୍ତମ୍ଭ ପ୍ରତିଷ୍ଠାତା ଦାମୋଦର ସଞ୍ଜିବାୟାଙ୍କୁ ଶ୍ରଦ୍ଧାଞ୍ଜଳି

ଫକୀରମୋହନ ପଠନଶାଳା ପକ୍ଷରୁ ବୃକ୍ଷରୋପଣ  ୬୦୦ରୁ ଊର୍ଦ୍ଧ୍ୱ ଚାରାରୋପଣ; ‘ପ୍ରକୃତି ମିତ୍ର’ ସମ୍ମାନରେ ସମ୍ମାନିତ ଅନୁଷ୍ଠାନ 

Sunil Chandra Nayak

Leave a Comment

error: Content is protected !!