ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମକୋଡ଼ ବାତିଲ ଦାବିରେ ଶ୍ରମିକଙ୍କ କଳା ଦିବସ 

ଶ୍ରମକୋଡ଼ ବାତିଲ ଦାବିରେ ଶ୍ରମିକଙ୍କ କଳା ଦିବସ 

ବ୍ରହ୍ମପୁର, ତା ୦୨/୦୪ ଶ୍ରମ କୋଡ଼ ମାଲିକ ସପକ୍ଷବାଦୀ, ଶ୍ରମିକଙ୍କ ଶହ ଶହ ବର୍ଷର ରକ୍ତକ୍ଷୟି ସଂଘର୍ଷ ଫଳରେ ହାସଲ କରିଥିବା ଅଧିକାର ଅକାମୀ ହୋଇଯିବ। ଏହି ନୀତି ଏପ୍ରିଲ ପହିଲାରୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶନାମା ଜାରି କରିଛନ୍ତି। ତେଣୁ ଏହା ବିରୋଧରେ ଶ୍ରମିକ କଳା ଦିବସ ପାଳନ କରାଯାଇଛି ।

ନୂଆ କୋଡ଼ କାର୍ଯ୍ୟକାରୀ ହେଲେ ମାଲିକ ମାନେ ଶ୍ରମିକ ମାନଙ୍କୁ ଗୋତି ଶ୍ରମିକ ଭାବେ ବ୍ୟବହାର କରିବେ। ସେହିଭଳି ଅସ୍ଥାୟୀ ଓ ଚୁକ୍ତି ଭିତ୍ତିକ ନିଯୁକ୍ତି,ଶହେ ପରିବର୍ତ୍ତେ ୩ ଶହ ପର୍ଯ୍ୟନ୍ତ ଶ୍ରମିକ କାର୍ଯ୍ୟ କରୁଥିବା ସଂସ୍ଥାରେ ବନ୍ଦ ପାଇଁ କୋହଳ ନୀତି ଗ୍ରହଣ ଯୋଗୁଁ ୮୦ ପ୍ରତିଶତ ଶ୍ରମିକ ଶ୍ରମ ଆଇନ ପରିସର ବାହାରକୁ ଚାଲିଯିବେ। ସେହିଭଳି ଶ୍ରମିକଙ୍କ ମୁଖ୍ୟ ହତିଆର ଉନିୟନ ଗଠନ ଓ ଧର୍ମଘଟକୁ ଅକାମୀ କରିବା ପାଇଁ ଯୋଜନା କରାଯାଇଛି। ଶ୍ରମିକ ମାନଙ୍କ ମଜୁରୀ, ବୋନସ ଓ ପେନସନଭଳି ସାମାଜିକ ସୁରକ୍ଷା କ୍ଷେତ୍ରରେ ଥିବା ପ୍ରଚଳିତ ବ୍ୟବସ୍ଥାକୁ ପରିବର୍ତ୍ତନ କରି ମାଲିକ ମର୍ଜି ଉପରେ ଛାଡି ଦିଆଯାଇଛି। ଶ୍ରମିକ ମାନଙ୍କ କାର୍ଯ୍ୟକ୍ଷେତ୍ରରେ ନିରାପତ୍ତା, ମହିଳା କର୍ମଚାରୀଙ୍କ ସୁରକ୍ଷା ଓ ଚାକିରୀ ସର୍ତ୍ତାବଳି ଗୁଡିକୁ ମାଲିକ ଲାଭ ସର୍ବସ୍ବ ନୀତିରେ ପରିବର୍ତ୍ତନ କରାଯାଇଛି।

ସେହିଭଳିକୋଟି କୋଟି ଅସଙ୍ଗଠିତ ଶ୍ରମିକଙ୍କ ମଜୁରୀ ଓ ସାମାଜିକ ସୁରକ୍ଷା ଯୋଜନାକୁ ଦୁର୍ବଳ କରାଯାଇଛି ।

ମୋଟ ଉପରେ କେନ୍ଦ୍ର ସରକାର ଲେବର କୋଡ଼ ପ୍ରସ୍ତୁତ କଲାବେଳେ ଶ୍ରମିକ ଓ ମାଲିକ ଉଭୟଙ୍କ ପରାମର୍ଶ ଗ୍ରହଣ କରିବା ପରିବର୍ତ୍ତେ ମାଲିକଙ୍କ ନିର୍ଦ୍ଧେଶରେ ନୀତି ପ୍ରଣୟନ କରିଛନ୍ତି।ତେଣୁ ଏହି ଶ୍ରମକୋଡ଼ ସମ୍ପୁର୍ଣ୍ଣ ଶ୍ରମିକ ବିରୋଧୀ ଓ ଶ୍ରମିକଙ୍କୁ ନିରୋଳା ଶୋଷଣର ଏକ ଅସ୍ତ୍ରରୂପେ କାର୍ଯ୍ୟ କରିବ।ତେଣୁ ଶ୍ରମିକଙ୍କ ପାଇଁ ଏହା ଏକ କଳା ଆଇନ।ଏହାକୁ ବାତିଲ କରିବା ପାଇଁ କେନ୍ଦ୍ରୀୟ ସଂଗଠନ ଗୁଡ଼ିକ ଆଜି କଳା ଦିବସ ପାଳନ କରିଛନ୍ତି।ଆଜି ବ୍ରହ୍ମପୁରସ୍ଥ ଯୁଗ୍ମ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଏଆଇଟିୟୁସି (AITUC) ପକ୍ଷରୁ ପ୍ରଶାନ୍ତ ପାଟଯୋଶୀ,ପ୍ରବୀଣ ଦାସ, କାମଦେବ ନାହାକ, ସିଆଇଟିୟୁ (CITU)ର ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, INTUC ର ଭୋକଲି ସେଠି, ଏଆଇୟୁଟିୟୁସି(AIUTUC) ର ସୋମନାଥ ପାତ୍ର, ଏଚଏମଏସ (HMS )ର ସତ୍ୟ ତ୍ରିପାଠୀ ଶ୍ରମିକ ନେତା ,ଅଳକ ମିଶ୍ର, ପ୍ରଫୁଲ ଜେନା, ରୋହିତ ବିଷୋୟୀ, ମହମ୍ମଦ ଉଷ୍ମମାନ୍,ମାଗୁଣୀ ବିଷୋୟୀ, ରବିନ୍ଦ୍ର ନାହାକ,ମଧୁ ବେହେରା,ନୀଳ ମାଧବ ରଥ ଓ ଗୋପାଳ ପାଣିଗ୍ରାହୀ ପ୍ରମୁଖ ସମେତ ବହୁ ସଦସ୍ୟ ନେତୃତ୍ୱ ନେଇ ଉପସ୍ଥିତ ଥିଲେ ।

 

Related posts

ବ୍ୟାଙ୍କ୍ ସମ୍ମୁଖରୁ ଡକାୟତି ରୋକିବାକୁ ଶାଖା ପରିଚାଳକ ମାନଙ୍କୁ ନେଇ ପୋଲିସ ର ବୈଠକ ଅନୁଷ୍ଠିତ

masiha

ଧର୍ମଗଡ କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ସହ ଅନ୍ୟାନ୍ୟ ସମସ୍ୟା ସଂପର୍କିତ ଦାବୀନେଇ ଆଜି ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲା ଜଗନ୍ନାଥ ସେବା ସମିତି

Sunil Chandra Nayak

ନନ୍ଦାହାଣ୍ଡି ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!