ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଥର କୁଆରୀ ଲିଜ ନଦେବା ପାଇଁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

ପଥର କୁଆରୀ ଲିଜ ନଦେବା ପାଇଁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

ଆସିକା, ୨/୪/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ତହସିଲ ଅନ୍ତର୍ଗତ ଆମ୍ବଡା ବଣ ପଥର କୁଆଁରୀ କୁ ଚଳିତ ବର୍ଷ ଲିଜ ନଦେବା ପାଇଁ ବାହାରପୁର ପଞ୍ଚାୟତ ର ଗୋପାଳପୁର ଓ ମାଧପୁର ଗାଁ ଲୋକେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ଏହି ଦୁଇ ଗାଁ ନିକଟରେ ରହିଥିବା ଆମ୍ବଡା ବଣ ପଥର କୁଆରୀ ରେ ପଥର ଉତ୍ତୋଳନ ବେଳେ ବ୍ଲାଷ୍ଟିଂ କରାଯାଉଥିବା ଯୋଗୁଁ ସେମାନଙ୍କ ବାସଗୃହ ଗୁଡିକରେ ଫାଟ ସୃଷ୍ଟି ହେଲାଣି । ଏଣୁ ସେମାନଙ୍କ ଜୀବନ ଜୀବିକା ର ନିରାପତ୍ତା ଦୃଷ୍ଟିରୁ ଏହି ପଥର କୁଆରୀ କୁ ଚଳିତ ବର୍ଷ ଲିଜ ନଦେବା ପାଇଁ ଉଭୟ ଗ୍ରାମବାସୀ ଗଞ୍ଜାମ ଜିଲ୍ଲାପାଳ,ଭଞ୍ଜନଗର ଉପ ଜିଲ୍ଲାପାଳ,ଖଣି ଅଧିକାରୀ,ଉପଖଣ୍ଡ ପୋଲିସ ଅଧିକାରୀ,ବଡଗଡ ଥାନା ଅଧିକାରୀ ଓ ଧରାକୋଟ ବି ଡି ଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣା ସମ୍ପର୍କରେ ତହସିଲଦାର ଜିଲ୍ଲା ଖଣି ଅଧିକାରୀ ଙ୍କ ନିକଟରେ ଅଭିଯୋଗ ଦାଖଲ ପାଇଁ ଗ୍ରାମବାସୀ ମାନଙ୍କୁ କହିଥିବା ଜଣାଯାଇଛି ।

Related posts

ପେଟ କାମ ଚଳା ଶାଳ ଦାନ୍ତ କାଠି

Sunil Chandra Nayak

ଓଡ଼ିଶା ସଚିବାଳୟ ସ୍ୱଳ୍ପ ବେତନ ଭୋଗୀ କର୍ମଚାରି ଉନ୍ନୟନ ଓ ବହୁମୁଖୀ ସମବାୟ ସମିତି ଲିଃ ର ୫୩ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ 

ଗଣେଶ ମୂର୍ତ୍ତୀ ବିସର୍ଜନ ଶୋଭାଯାତ୍ରାରେ ଟ୍ରାକ୍ଟର ଚକତଳେ ପଡ଼ି ଜଣେ ମୃତ୍ୟୁ

masiha

Leave a Comment

error: Content is protected !!