ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକାମ୍ର କ୍ଷେତ୍ର ର ବିନ୍ଦୁସାଗରରେ ଆଳତି, ଏପ୍ରିଲ ୨ ଚୈତ ପୁର୍ଣିମା ପନ୍ଦର ତମ ବିନ୍ଦୁସାଗର ଆଳତି ଅନୁଷ୍ଠିତ ହୋଇଯାଇଛି

ଏକାମ୍ର କ୍ଷେତ୍ର ର ବିନ୍ଦୁସାଗରରେ ଆଳତି, ଏପ୍ରିଲ ୨ ଚୈତ ପୁର୍ଣିମା ପନ୍ଦର ତମ ବିନ୍ଦୁସାଗର ଆଳତି ଅନୁଷ୍ଠିତ ହୋଇଯାଇଛି

ଭୁବନେଶ୍ୱର:୨/୪ ଏକାମ୍ର କ୍ଷେତ୍ର ର ବିନ୍ଦୁସାଗରରେ ଆଳତି, ଭୁବନେଶ୍ୱର ତା ୨ ଏପ୍ରିଲ ଚୈତ ପୁର୍ଣିମା ଅବସରରେ ଭୁବନେଶ୍ୱର ଶାନ୍ତି କମିଟି ଆନୁକୂଲ୍ୟରେ ପନ୍ଦର ତମ ବିନ୍ଦୁସାଗର ଆଳତି ଅନୁଷ୍ଠିତ ହୋଇଛି,ପୌରାଣିକ କଥା ଅନୁସାରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ, ଦେଵୀ ପାର୍ବତୀ ଙ୍କ ଶୋଷ ମେଣ୍ଟାଇବା ପାଁଇ ତ୍ରିଶୂଳ ସାହାଯ୍ୟ ରେ ବିନ୍ଦୁସାଗର କୁ ଖୋଲି ପାଣି ବାହାର କରିଥିଲେ ଓ ଲୋକ କଥା ଯେ ପୃଥିବୀ ର ସମସ୍ତ ତିର୍ଥ ର ଜଳକୁ ଆଣି ଦେବତା ମାନେ ମହାଦେବଙ୍କୁ ସନ୍ତୁଷ୍ଟ କରି ଏହି ବିନ୍ଦୁସାଗର ପ୍ରତିଷ୍ଠା କରିଥିଲେ . ଏକାମ୍ର କ୍ଷେତ୍ର ର ବିନ୍ଦୁସାଗର ର ଗାରିମା ମୟ ଇତିହାସ କୁ ମନେ ପକାଇବା ପାଁଇ ଭୁବନେଶ୍ୱର ଶାନ୍ତି କମିଟି ର ପ୍ରୟାସ,ପ୍ରତି ବର୍ଷ ଭଳି ଏହି ବର୍ଷ ବିଶ୍ଵଶାନ୍ତି ଓ ଲୋକ କଲ୍ୟାଣ ଉଦେଶ ରେ ସୂର୍ଯ୍ୟାସ୍ତ ସମୟରେ ବାବା ରାମ ନାରାୟଣଜୀ ମହାରାଜ ଙ୍କ ଦ୍ୱାରା ମହା ଆଳତି କରାଯାଇ ଥିଲା l ପ୍ରଥମେ ଶ୍ରୀ ଗଣେଶ ଙ୍କୁ ପୂଜା କରା ଯାଇ, ହନୁମାନ ଚାଳିଶା, କରି ହରିବୋଲ ହୁଳହୁଳି ଓ ନାମ ସଂକୀତନ ରେ ଆଳତି କରା ଗଲା, ଅନୁଷ୍ଠାନ ର ସଭାପତି ଡ଼ ମଧୁମାଧବ ଜେନା, ଉପ ସଭାପତି ରାଜେନ୍ଦ୍ର ସାମର୍ଥl, ଉପଦେଷ୍ଟା ଡ଼ ନାରାୟଣ ମହାପାତ୍ର, ସମ୍ପାଦକ ନବକିଶୋର ବେହେରା ଙ୍କ ଉପସ୍ଥିତି ରେ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ପାଣ୍ଡିତ ସୂର୍ଯ୍ୟ ନାରାୟଣ ମିଶ୍ର ପୂଜା ଅର୍ଚନା କରିଥିଲେ, ଅନୁଷ୍ଠାନ ର ସହ ସମ୍ପାଦକ ବରିଷ୍ଟ ଆଇନିଜିଵୀ ବିଜୟ କୁମାର ପାତ୍ର କର୍ତ୍ତା ହୋଇ ଥିଲେ,ସମାଜ ସେବି ଶୀଳଭଦ୍ର ଶାସ୍ତ୍ରୀ, ଦିଲ୍ଲୀପ ରାଓ, ବିଜୟ ମୋହନ ପଣ୍ଡା ବିଜୟ ମାର୍ଥା ଶ୍ରୀନିବାସ ରାଓ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିନ୍ଦୁସାଗର ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ଜଳସ୍ତର ବୃଦ୍ଧି, ଓ ପାନୀୟ ଜଳ ରୂପେ ଗ୍ରହଣ କରାଯାଇ ପାରିବ ସମସ୍ତେ ମିଳିମିଶି ସହଯୋଗ କରିବାକୁ ଅନୁରୋଧ କରିଥିଲେ, ସମସ୍ତ ରାଜଧାନି ବାସି ସୁଖରେ ଅତିବାହିତ କରିବାକୁ କାମନା କରାଯାଇଥିଲା।

 ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍

Related posts

ନାମ୍ପୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଙ୍ଗନ୍ କା ଉତ୍ସବ ପାଳନ 

Sunil Chandra Nayak

ସ୍ତନ କର୍କଟ ରୋଗର ସଚେତନତା ରେ କ୍ରାନ୍ତି ର ବାର୍ତ୍ତା   “କ୍ୟାନସର ଜୀବନର ଏକ ଅଧ୍ୟାୟ, ପୂରା କାହାଣୀ ନୁହେଁ’ ଯାହା ସଠିକ୍ ସମର୍ଥନ ଏବଂ ସଚେତନତା ଦ୍ୱାରା କର୍କଟ ମୁକ୍ତ ଭାରତ ସମ୍ଭବ!!!

Sunil Chandra Nayak

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ ପ୍ରତଯୋଗୀତା

masiha

Leave a Comment

error: Content is protected !!