ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବ୍ଲକ ଯାଦବ ସମିତିର ସାଙ୍ଗଠନିକ ବୈଠକ

ନର୍ଲା ବ୍ଲକ ଯାଦବ ସମିତିର ସାଙ୍ଗଠନିକ ବୈଠକ

ନର୍ଲା,୨୪|୫: ନର୍ଲା ବ୍ଲକ ଯାଦବ ସମିତିର ସାଙ୍ଗଠନିକ ବୈଠକ ଓ ସମ୍ବର୍ଦ୍ଧନା ସଭା ରବିବାର ଦିନ ତିଲେଇମାଲ ଆମ୍ବତୋଟାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଯାଦବ ନେତୃତ୍ୱ ଗିରିଧାରୀ ଗଉଡ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ଜିଲ୍ଲା ଉପସଭାପତି ଯୁଧିଷ୍ଠିର ଗଉଡ, ଜିଲ୍ଲା ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗଉଡ, ବାଗପୁର ସରପଞ୍ଚ ଗୋପାଳ ହାତୀ, ନର୍ଲା ବ୍ଳକ୍ ଯୁବ ସଭାପତି ପ୍ରଶୁନ୍ କୁମାର ଜାଲ, ଲାଞ୍ଜିଗଡ଼ ବ୍ଲକ ଉପସଭାପତି ଶୋଭାବନ ଛତର ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ +୩ ବିଜ୍ଞାନରେ କୃତିତ୍ବ ହାସଲ କରିଥିବା ସ୍ମିତା ଗଉଡ, +୨ ବିଜ୍ଞାନରେ କୃତିତ୍ବ ଅର୍ଜନ କରିଥିବା ସୋଭିତ କୁମାର ବାଗ, ପିୟୁଷ ଗଉଡ, କମଳେଶ ହାତୀ ଓ ମାଟ୍ରିକ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ବୃନ୍ଦାବନ ପୋଢଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନର୍ଲା ବ୍ଲକ ଯାଦବ ସମିତି ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ ଓ ମାର୍କଣ୍ଡ ଜାଲ, ସହ ସମ୍ପାଦକ ଅଜିତ କରୁଆଁ, କୋଷାଧ୍ୟକ୍ଷ ଗିରିଧାରୀ ଗଉଡ, ୨୫ଟି ଆଞ୍ଚଳିକ ସମିତିର ସଭାପତି ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ନର୍ଲା ବ୍ଳକ୍ ଯାଦବ ସମିତି ସାଧାରଣ ସମ୍ପାଦକ ମଧୁ ସୂଦନ ରାଉତ ମଞ୍ଚ ପରିଚାଳନା କରିଥିବାବେଳେ ବିକ୍ରମ ଗଉଡ ଧନ୍ୟବାଦ ଅର୍ପଣ କରିଥିଲେ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ତହସିଲ ପକ୍ଷରୁ ବାବା ପୂର୍ଣେଶ୍ଵର ମନ୍ଦିର ପରିବେଶ ସଫେଇ କାର୍ଯ୍ୟକ୍ରମ 

masiha

ଆମ୍ବେଦକରଙ୍କ ୧୩୩ ତମ ଜୟନ୍ତୀ ପାଳିତ

masiha

ପିକଅପ ଗାଡି ଦୁର୍ଘଟଣା ଗ୍ରସ୍ତ ପ୍ରସଙ୍ଗ, ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ

Sunil Chandra Nayak

Leave a Comment

error: Content is protected !!