ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସ୍ଥା ତରଫରୁ ଉତ୍କଳ ଦିବସ ପାଳିତ

ଆସ୍ଥା ତରଫରୁ ଉତ୍କଳ ଦିବସ ପାଳିତ

ରାଉରକେଲା: ସରକାରୀ ସୀକୃତି ପ୍ରାପ୍ତ ରାଉରକେଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା, ରାଉରକେଲା ଇସ୍ପାତ କାରଖାନା ଅବସର ପ୍ରାପ୍ତ କର୍ମଚାରୀ ସଂଘ ଓ ରୋଜା ନୃତ୍ୟାନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଅବସର ଭବନ, କୋଏଲ ନଗର ପ୍ରାଙ୍ଗଣରେ ଉତ୍କଳ ଦିବସ ମହାସମାରୋହରେ ପାଳନ କରାଯାଇଛି । ଉକ୍ତ ସମାରୋହରେ ଆରଏସପି ଉପ ମହାପ୍ରବନ୍ଧକ କୁଳକାନ୍ତ ମହାନ୍ତ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ର ସଭାପତି ଇଂ ଅଭୟ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ଅବସର ଭବନର ସମ୍ପାଦକ ପ୍ରେମାନନ୍ଦ ସାମଲ ଙ୍କ ସହ ଆସ୍ଥା ର ଉପସଭାପତି ରାଜକୁମାର ପଣ୍ଡା, ସାମାଜିକ ଉନ୍ନୟନ ଅଧିକାରୀ ସୁରେଶ ରାଉତରାୟ ଓ ସାଂସ୍କୃତିକ ସମ୍ପାଦିକା ଶିବାନୀ ରଣା ମଞ୍ଚରେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଉତ୍କଳ ଦିବସର ଆଭିମୁଖ୍ୟ ସହିତ ଆସ୍ଥାର ଓଡିଆ ବିଦ୍ୟାଳୟର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଖୁବ ନିଆରା ବୋଲି ଦର୍ଶାଇ ଥିଲେ । ସମ୍ମାନିତ ଅତିଥି ଉତ୍କଳ ଦିବସରେ ଆସ୍ଥା ର ଓଡିଆ ସ୍କୁଲ ମାନଙ୍କୁ ନେଇ ପ୍ରତିଯୋଗୀତା ମୂଳକ ପ୍ରଚେଷ୍ଠା କୁ ସାଧୁବାଦ ଜଣାଇ ଥିଲେ ଏବଂ ବନ୍ଦେ ଉତ୍କଳ ଜନନୀ ଗାନ ସମସ୍ତ ଓଡିଆ ମାନଙ୍କୁ ଏକ କରିଥାଏ ବୋଲି କହିଥିଲେ । ମୁଖ୍ୟବକ୍ତା ଓଡିଶାର ବରପୁତ୍ର ମାନଙ୍କ ସ୍ମୃତି ଚାରଣ ସହିତ ପ୍ରତିବର୍ଷ ଆସ୍ଥା, ଅବସର ପ୍ରାପ୍ତ କର୍ମଚାରୀ ସଂଘ ଓ ରୋଜା ନୃତ୍ୟାନୁଷ୍ଠାନ ର ମିଳିତ ପ୍ରୟାସରେ ଉତ୍କଳ ଦିବସର ରୂପରେଖ ଖୁବ ସୁନ୍ଦର ହୋଇ ପାରୁଛି ବୋଲି ବର୍ଣନା କରିଥିଲେ । ଆସ୍ଥା ର ଉପସଭାପତି ଶ୍ରୀ ପଣ୍ଡା ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆସ୍ଥା ର ସାମାଜିକ ଉନ୍ନୟନ ଅଧିକାରୀ ଶ୍ରୀ ରାଉତରାୟ ଆସ୍ଥା ଆଭିମୁଖ୍ୟ କୁ ପ୍ରତିପାଦନ କରିଥିଲେ । ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ରଣା ପାର୍ଶ୍ଵବର୍ତ୍ତୀ ଓଡିଆ ବିଦ୍ୟାଳୟର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଓ ସାଂସ୍କୃତିକ ସନ୍ଧ୍ୟାର ଆକର୍ଷଣ ଉପରେ ବ୍ୟକ୍ତ କରିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ଆସ୍ଥା ତରଫରୁ ସମ୍ବର୍ଦ୍ଧନା ନିମନ୍ତେ ଅବସର ସଂଘର ବରିଷ୍ଠ ସଦସ୍ୟ ଜଗନ୍ନାଥ ମହାନ୍ତ ଙ୍କୁ ଆସ୍ଥାର ସଭାପତି ବିଷ୍ଣୁ ମୋହନ ମିଶ୍ର ଓ ସାଧାରଣ ସମ୍ପାଦକ ଆଲୋକ ଜେନା ମଞ୍ଚକୁ ପାଛୋଟି ନେଇଥିଲେ ତତ୍ ସହିତ ସମ୍ମାନିତ ଅତିଥି ଙ୍କ କର କମଳରୁ ପୁଷ୍ପ ଗୁଚ୍ଛ ଓ ଶ୍ଵେତ କମଳ ସହ ଉପଢୌକନ ଦ୍ଵାରା ବିଶିଷ୍ଠ କର୍ମବୀର ସମ୍ମାନରେ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଆସ୍ଥା ର କାର୍ଯ୍ୟସୂଚୀ ଅଧିକାରୀ କୁନୁ ରାଣୀ ବିଶ୍ଵାଳ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସାଧାରଣ ସମ୍ପାଦକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭ ରେ ସରୋଜିନୀ ପତି ଓ ସୁକାନ୍ତି ପ୍ରଧାନ ଙ୍କ ଅଧକ୍ଷତା ରେ ଓଡିଶା ର ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଆସ୍ଥା ସଦସ୍ୟ ମାନଙ୍କ ଦ୍ଵାରା ଗାନ କରାଯାଇଥିଲା ।   

ଅନୁଷ୍ଠାନ ପକ୍ଷ ରୁ ଉତ୍କଳ ଦିବସ ଉପଲକ୍ଷେ ପାର୍ଶ୍ଵବର୍ତ୍ତୀ ବିଭିନ୍ନ ଓଡିଆ ବିଦ୍ୟାଳୟ ରୁ ୭ମ/୮ମ ଶ୍ରେଣୀ ର ୨୪ ଜଣ ଶ୍ରେଷ୍ଠ ବିଦ୍ୟାର୍ଥୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଅବଶେଷରେ ରୋଜା ନୃତ୍ୟାନୁଷ୍ଠାନ, ଜଗନ୍ନାଥ କଳା ପରିଷଦ ଓ ଶ୍ରୀନୃତ୍ୟାନୁଷ୍ଠାନ ର କଳାକାର ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ରୋଜା ନୃତ୍ୟାନୁଷ୍ଠାନ ର ବିଜୟ, ଜଗନ୍ନାଥ କଳା ପରିଷଦର ପୁଷ୍ପା ମିଶ୍ର ଓ ଶ୍ରୀନୃତ୍ୟାନୁଷ୍ଠାନର ସୁଜାତା ସାମଲ ଙ୍କୁ ନୃତ୍ୟଗୁରୁ ରୂପେ ସମ୍ମାନିତ କରାଯାଇଥିଲା । ଅବସର ପ୍ରାପ୍ତ କର୍ମଚାରୀ ସଂଘର କପିଳେଶ୍ଵର ମହାରଣା, ସଚ୍ଚିଦାନନ୍ଦ ମିଶ୍ର ଙ୍କ ସହ ଆସ୍ଥାର ମଧୁମିତା ପଣ୍ଡା, ବିଭୁତି ସେଠି, ପୁର୍ଣିମା ଭଟ୍ଟାଚାର୍ଯ୍ୟ, ପ୍ରାଞ୍ଜଳି ନାଗ, ଶୁଭଲକ୍ଷ୍ମୀ ପାତ୍ର, ହରେନ୍ଦ୍ର ନାୟକ, ରାଜା ଭଗତ, ସୁଜାତା ଖଟୁଆ ଓ ମନୀଷା ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହାସମାରୋହର ସହ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ପ୍ରତିମା ପାତ୍ର

Sunil Chandra Nayak

ଏନଏଚ ୨୬ ରୁ ଡେଙ୍ଗାଗୁଡା ମହିମା ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

masiha

Leave a Comment

error: Content is protected !!