ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରାରୋଡ ରେ ହନୁମାନ ଜୟନ୍ତୀ ପାଳିତ

ରୁପ୍ରାରୋଡ ରେ ହନୁମାନ ଜୟନ୍ତୀ ପାଳିତ

ନର୍ଲା , 03/04(ଫଟୋ ଅଛି) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ଗ୍ରାମ ବାସୀ ଙ୍କ ମିଳିତ ସହଯୋଗରେ ଆଜି ଗୁରୁବାର ଦିନ ହନୁମାନ ଜୟନ୍ତୀ ମହାଧୁମ ଧାମରେ ପାଳିତ ହୋଇ ଯାଇଛି। ସ୍ଥାନୀୟ ରୁପ୍ରାରୋଡ ଗ୍ରାମ ବାସୀ ଙ୍କ ଦ୍ୱାରା ଭଗବାନ ହନୁମାନ ଙ୍କ ପ୍ରତିମା ଙ୍କୁ ଏକ ସୁସଜ୍ଜିତ ରଥରେ ବସାଇ ନଗର ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ ରୁପ୍ରାରୋଡ ଗ୍ରାମ ର ସମସ୍ତ ପରିବାର ର ମହିଳା ପୁରୁଷ, ଯୁବକ, ଯୁବତୀ ଅଂଶ ଗ୍ରହଣ କରିଥିଲେ। ଶୋଭାଯାତ୍ରା ସହିତ ସ୍ଥାନୀୟ ହନୁମାନ ମନ୍ଦିର ପରିସରରେ ଭଜନ କୀର୍ତନ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ରେ ରୁପ୍ରାରୋଡ ଗ୍ରାମ ବାସୀ ଙ୍କ ଦ୍ୱାରା ମନ୍ଦିର ପରିସରରେ ଅନ୍ନ ମହାପ୍ରସାଦ ରେ ଶହ ଶହ ସଂଖ୍ୟାରେ ମହିଳା ପୁରୁଷ ଓ ଜନସାଧାରଣ ଅନ୍ନ ପ୍ରସାଦ ପାଇବା ପାଇଁ ପ୍ରବଳ ଭିଡ଼ ହୋଇଥିଲା।ଏହି କାର୍ଯ୍ୟ କ୍ରମ ଟି କୁ ରତନ ଅଗ୍ରୱାଲ, ବଣ୍ଟି ଶର୍ମା, ବଣ୍ଟି ଖେତାନ, ଅମିତ ଅଗ୍ରୱାଲ, ସାନୁ ଶର୍ମା, ପ୍ରଦିପ ଅଗ୍ରୱାଲ, ଦୀନେଶ ଅଗ୍ରବାଲ,ଅନିଲ, ଓମପ୍ରକାଶ ଅଗ୍ରବାଲ, ବବଲୁ ଜ୍ୟେନ, ବିଜୟ ଅଗ୍ରବାଲ, ଟିଟୁ ଅଗ୍ରବାଲ,ମୁକେଶ ଅଗ୍ରବାଲ, କମଲ ଅଗ୍ରବାଲ, ଛୋଟୁ ଅଗ୍ରବାଲ, ଅମର ଅଗ୍ରବାଲ, ଆଲୋକ ଅଗ୍ରବାଲ, ସନ୍ଦିପ ଶର୍ମା, ପବନ ଶର୍ମା, ରଞନ ମହାନ୍ତି,ଭାରତି ମହାନ୍ତି ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ ର ସଭାପତି ସୁବାଷ ଅଗ୍ରୱାଲ, ଦୀପକ ମହାନ୍ତି, କାଲିଚରଣ ମହାପାତ୍ର, ବାପି ମହାନ୍ତି, ମହେଷ ଅଗ୍ରବାଲ,ଅନିଲ, ଗୋବିନ୍ଦ ରାମ ଅଗ୍ରବାଲ, ରାଜେଶ ଦତ୍ତା, ମହେଷ କୋଟକ, ମାରବାଡି ସମ୍ମେଳନ ର ରାଧେଶ୍ୟାମ ଖେତାନ ,ପ୍ରଦିପ ଅଗ୍ରୱାଲ, ସୁମିତ ଅଗ୍ରବାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ପୂଜକ ରୁପେ ବିଷ୍ଣୁ ଶର୍ମା ସହଯୋଗ କରିଥିଲେ । ଏହା ସହିତ ରୁପ୍ରାରୋଡ ପଂଚାୟତ ବୁଡିପଦର ସ୍ଥିତ ରାମାନୁଜ ରାଇସ ମିଲରେ ମଧ୍ୟ ହନୁମାନ ଜୟନ୍ତୀ ପାଳନ ସହିତ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। 

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ରୁପ୍ରାରୋଡ ରେ ଶ୍ରୀ ଅଗ୍ରସେନ ଜୟନ୍ତୀ ମହୋତ୍ସବ ଧୂମ ଧାମରେ ପାଳିତ

Sunil Chandra Nayak

ପବିତ୍ର ରାମ ନବମୀରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ରେ CRCC ବାବୁଲାଲ ହରିଜନ

Sunil Chandra Nayak

ରେଙ୍ଗାଲି କେନାଳ ପୋଲ ଠାରୁ ମୃତ ଶବ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!