ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ହନୁମାନ ଜୟନ୍ତୀ ପାଳିତ 

ଗୋଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ହନୁମାନ ଜୟନ୍ତୀ ପାଳିତ 

ଜୁନାଗଡ଼ (ମ ନି ସ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ହନୁମାନ ଜୟନ୍ତୀ ଉପଲକ୍ଷେ ଛାତ୍ର ଛାତ୍ରୀଙ୍କୁ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଶ୍ରୀଯୁକ୍ତ ଆଶିଷ କୁମାର ଅଗ୍ରୱାଲ ଓ ତାଙ୍କ ପତ୍ନୀ ଦର୍ଶନ ଅଗ୍ରୱାଲ ,ଅଭିଭାବିକା ଦେବୟନ୍ତି ସେନାପତି ସମେତ ସମସ୍ତ ଗୁରୁଜୀ ଗୁରୁମା ଶ୍ରୀ ହନୁମାନଜୀଙ୍କ ଆଦର୍ଶ, ଚରିତ୍ର, ଶକ୍ତି, ନିଷ୍ଠା ଓ ନିସ୍ୱାର୍ଥପର ଭକ୍ତି ବିଷୟ ରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅତି ସରଳ ଭାବରେ ଉଦବୋଧନ ଦେଇ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଭଜନ ଗାଇଥିଲେ ଓ ହନୁମାନ ଚାଳିଶା ପାଠ କରିଥିଲେ।ଶିଶୁ ମନ୍ଦିର ଆଗାମୀ ଦିନରେ କିଭଳି ଉନ୍ନତି, ବିକାଶ ହେବ ଛାତ୍ରଛାତ୍ରୀମାନେ ପାଠ ପଢ଼ି ଦେଶର ଉନ୍ନତ କରିବେ ସୁସ୍ଥ ସମାଜ ଗଠନ କରିପାରିବେ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ଅଗ୍ରୱାଲ ସମସ୍ତଙ୍କୁ ମାର୍ଗଦର୍ଶନ ଦେଖାଇଲେ। ଉତ୍କଳ ଦିବସ ଛାତ୍ରଛାତ୍ରୀ ମାନଙ୍କୁ ଯେଉଁ ପୁରସ୍କାର ପ୍ରତିଶ୍ରୁତି ଦେଇ ଥିଲେ ତାହା ବିତରଣ କରିବା ସହିତ ଫଳ ବଣ୍ଟନ କରିଥିଲେ । ଯାହା ଫଳରେ ଅଭିଭାବକ , ଶିଶୁ ମନ୍ଦିର କମିଟିର କାର୍ଯ୍ୟ କର୍ତ୍ତା ଓ ଗୁରୁଜୀ ଗୁରୁମା ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ଆଶିଷ ଅଗ୍ରୱାଲ ଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମପାନ କରା ଯାଇଛି।

ଜଗ ଜୀବନ ସା ଙ୍କ ରିପୋର୍ଟ୍ 

Related posts

ବାଲ୍ୟ ବିଭାହ ଓ ଶିଶୁ ଅଧିକାର ସଚେତନତା କାର୍ଯ୍ୟକ୍ରମ   

Sunil Chandra Nayak

ବିଜାତଳା ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପେରେଣ୍ଟସ ଏଜ ପାଟନର କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଶ୍ରମ ବାହିନୀ ପକ୍ଷରୁ ଗୋଲାମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!