ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ହନୁମାନ ଜୟନ୍ତୀ ପାଳିତ 

ଗୋଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ହନୁମାନ ଜୟନ୍ତୀ ପାଳିତ 

ଜୁନାଗଡ଼ (ମ ନି ସ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ହନୁମାନ ଜୟନ୍ତୀ ଉପଲକ୍ଷେ ଛାତ୍ର ଛାତ୍ରୀଙ୍କୁ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଶ୍ରୀଯୁକ୍ତ ଆଶିଷ କୁମାର ଅଗ୍ରୱାଲ ଓ ତାଙ୍କ ପତ୍ନୀ ଦର୍ଶନ ଅଗ୍ରୱାଲ ,ଅଭିଭାବିକା ଦେବୟନ୍ତି ସେନାପତି ସମେତ ସମସ୍ତ ଗୁରୁଜୀ ଗୁରୁମା ଶ୍ରୀ ହନୁମାନଜୀଙ୍କ ଆଦର୍ଶ, ଚରିତ୍ର, ଶକ୍ତି, ନିଷ୍ଠା ଓ ନିସ୍ୱାର୍ଥପର ଭକ୍ତି ବିଷୟ ରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅତି ସରଳ ଭାବରେ ଉଦବୋଧନ ଦେଇ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଭଜନ ଗାଇଥିଲେ ଓ ହନୁମାନ ଚାଳିଶା ପାଠ କରିଥିଲେ।ଶିଶୁ ମନ୍ଦିର ଆଗାମୀ ଦିନରେ କିଭଳି ଉନ୍ନତି, ବିକାଶ ହେବ ଛାତ୍ରଛାତ୍ରୀମାନେ ପାଠ ପଢ଼ି ଦେଶର ଉନ୍ନତ କରିବେ ସୁସ୍ଥ ସମାଜ ଗଠନ କରିପାରିବେ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ଅଗ୍ରୱାଲ ସମସ୍ତଙ୍କୁ ମାର୍ଗଦର୍ଶନ ଦେଖାଇଲେ। ଉତ୍କଳ ଦିବସ ଛାତ୍ରଛାତ୍ରୀ ମାନଙ୍କୁ ଯେଉଁ ପୁରସ୍କାର ପ୍ରତିଶ୍ରୁତି ଦେଇ ଥିଲେ ତାହା ବିତରଣ କରିବା ସହିତ ଫଳ ବଣ୍ଟନ କରିଥିଲେ । ଯାହା ଫଳରେ ଅଭିଭାବକ , ଶିଶୁ ମନ୍ଦିର କମିଟିର କାର୍ଯ୍ୟ କର୍ତ୍ତା ଓ ଗୁରୁଜୀ ଗୁରୁମା ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ଆଶିଷ ଅଗ୍ରୱାଲ ଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମପାନ କରା ଯାଇଛି।

ଜଗ ଜୀବନ ସା ଙ୍କ ରିପୋର୍ଟ୍ 

Related posts

ରାୟଗଡା ଜିଲ୍ଳାରେ ଡିସେମ୍ବର ୧୭ରୁ ଆରମ୍ଭ ହେବ ଧାନ ମଣ୍ଡି

masiha

ହମିରପୁର ରେ ରେଭେନ୍ୟୁ କ୍ୟାମ୍ପ ଅନୁଷ୍ଠିତ 

masiha

ଜଙ୍ଗଲ ବିଭାଗର ବନ୍ୟ ପ୍ରାଣୀ ସୁରକ୍ଷା କେତେ ଫଳପ୍ରଦ, ପାଣି ନପାଇ ଘରେ ପଶିଲା ହରିଣ 

Leave a Comment

error: Content is protected !!