ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣ ପୂର୍ବ ରେଳବାଇ ଏ ଡି ଆର ଏମ ଙ୍କ ଦ୍ଵାରା ଜଳେଶ୍ଵର ଷ୍ଟେସନରେ ଅମୃତ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା 

ଦକ୍ଷିଣ ପୂର୍ବ ରେଳବାଇ ଏ ଡି ଆର ଏମ ଙ୍କ ଦ୍ଵାରା ଜଳେଶ୍ଵର ଷ୍ଟେସନରେ ଅମୃତ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା 

ଜଳେଶ୍ଵର,୨/୪(ମନିସ)- ଦକ୍ଷିଣ ପୂର୍ବ ରେଳବାଇ ଏ.ଡି.ଆର.ଏମ ଦେବଜିତ ଦାସ ଆଜି ପୂର୍ବାହ୍ନ ୧୦.୦୬ ମିନିଟ ଜଳେଶ୍ଵର ଷ୍ଟେସନରେ ପହଞ୍ଚି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଭିନ୍ନ ସ୍ଥାନରେ ଚାଲି ଥିବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା,ଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ଆବଶ୍ୟକୀୟ ବ୍ୟବସ୍ଥା,ସେବାମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ପ୍ରଭୁତି ସମ୍ପର୍କରେ ଶ୍ରୀ ଦାସ ଷ୍ଟେସନ ମ୍ୟାନେଜର ଚନ୍ଦନ କୁମାର ସିଂଙ୍କ ସହିତ ଆଲୋଚନା କରିଥିଲେ।୨ ନମ୍ବର ପ୍ଲାଟଫର୍ମରେ ନିର୍ମାଣଧୀନ ପୁରୁଷ ଓ ମହିଳା ଯାତ୍ରୀଙ୍କ ପାଇଁ ଶୌଚାଳୟ ଆସନ୍ତା ୧ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସେହିପରି ଫୁଟ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ଦାସ ଠିକାଦାର କମ୍ପାନୀ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସେହିପରି ଜଳେଶ୍ଵର ଷ୍ଟେସନରେ ଅମୃତ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହିତ କାର୍ଯ୍ୟ ଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏ.ଡି.ଆର.ଏମଙ୍କ ସହିତ ଖଡଗପୁର ଡିଭିଜନର ଡେପୁଟି ସି.ପି.ଏମ୍, ଏ.ସି.ଏମ୍, ଆସିଷ୍ଟଣ୍ଟ ଇଞ୍ଜିନୟର,କମର୍ସିଆଲ ଇନ୍ସପେକ୍ଟର ଶୁଭଙ୍କର ରାଉଳ ପ୍ରମୁଖ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।ସେ ପ୍ରାୟ ୧.୩୦ ଘଣ୍ଟା ଜଳେଶ୍ଵର ଷ୍ଟେସନରେ ରହିବା ପରେ ପୂର୍ବାହ୍ନ ୧୧.୪୦ ମିନିଟ ସମୟରେ ବାଲେଶ୍ୱର ଷ୍ଟେସନ ସମୀକ୍ଷା ପାଇଁ ବାଲେଶ୍ୱର ଅଭିମୁଖେ ଯାଇଥିଲେ। 

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ହାଇଦ୍ରାବାଦ ର ରାଜ୍ୟ ଚିତ୍ରକଳା ଗ୍ୟାଲେରୀରେ ନିପୁଣ ସୁନ୍ଦର କଳା କୃତି ପ୍ରଦର୍ଶନ

Sunil Chandra Nayak

ଓଡ଼ିଶା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟରେ (କ୍ଷୁଦ୍ର ଅଣୁ ମଧ୍ୟମ ଉଦ୍ୟୋଗୀ)ସଚେତନତା ବୈଠକ ପାଳିତ

masiha

Leave a Comment

error: Content is protected !!