ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷକ ନେତା ପ୍ରକାଶ ମଲ୍ଲିକଙ୍କୁ ତୁରନ୍ତ ଖଲାସ କରିବା ଦାବିରେ ଏଆଇକେକେ ଏମ୍ଏସ ତରଫରୁ ବିକ୍ଷୋଭ 

କୃଷକ ନେତା ପ୍ରକାଶ ମଲ୍ଲିକଙ୍କୁ ତୁରନ୍ତ ଖଲାସ କରିବା ଦାବିରେ ଏଆଇକେକେ ଏମ୍ଏସ ତରଫରୁ ବିକ୍ଷୋଭ 

ବ୍ରହ୍ମପୁର/ ହିଞ୍ଜିଳିକାଟୁ ,୦୩/୦୪ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକରୁ ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚର ଉପାଧ୍ୟକ୍ଷ ଏବଂ ଅଲ୍ ଇଣ୍ଡିଆ କୃଷକ ଖେତ ମଜଦୁର ସଂଗଠନ (ଏଆଇକେକେଏମଏସ)ର ଜଣେ ଆଗଧାଡ଼ିର ନେତା ପ୍ରକାଶ ମଲ୍ଲିକଙ୍କୁ ଅଗଣତାନ୍ତ୍ରିକ ଭାବରେ ଗିରଫଦାରୀକୁ ଏ ଆଇ କେ କେ ଏମ୍ ଏସ, ଗଂଜାମ ଜିଲ୍ଲା ଦୃଢ଼ ନିନ୍ଦା କରିବା ସହିତ ହିଞ୍ଜିଳିକାଟୁ ବ୍ଲକ କମିଟି ତରଫରୁ ଏକ ବିକ୍ଷୋଭ ହିଞ୍ଜିଳିକାଟୁ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭ ସଭାରେ ବକ୍ତାଗଣ କହିଥିଲେ ଯେ ଆଗୁଆ ଜାମିନ ମିଳିଥିବା ସତ୍ତ୍ୱେ ଏହି ଗିରଫଦାରୀ କେବଳ ମନମୁଖୀ ନୁହେଁ, ଏହା ବେଆଇନ ଏବଂ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଏକ ବାଧ୍ୟତାମୂଳକ ନିର୍ଦ୍ଦେଶର ସିଧାସଳଖ ଉଲ୍ଲଂଘନ । ଏ ଗିରଫଦାରୀ ଗଣତାନ୍ତ୍ରିକ ଭିନ୍ନମତକୁ ଦମନ କରିବା ପାଇଁ ବିଶେଷକରି ଆଦିବାସୀ, ଦଳିତ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଜୀବନ, ଜୀବିକା ଏବଂ ଭୂମି ଅଧିକାରକୁ ବିପଦରେ ପକାଇଥିବା ବଡ଼ କର୍ପୋରେଟ୍ ପ୍ରକଳ୍ପଗୁଡ଼ିକୁ ପ୍ରତିରୋଧ କରୁଥିବା ଆନ୍ଦୋଳନଗୁଡ଼ିକୁ ଦମନ କରିବା ପାଇଁ ଆୟୋଜନ କରାଯାଇଛି। ତେଣୁ ତୁରନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ପ୍ରକାଶ ମଲ୍ଲିକଙ୍କୁ ତୁରନ୍ତ ନିଃସର୍ତ୍ତରେ ଖଲାସ କରାଯାଉ। ନ୍ୟାୟିକ ନିର୍ଦ୍ଦେଶ ଉଲ୍ଲଂଘନ ପାଇଁ ଦାୟୀ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଆଇନଗତ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।ପ୍ରକାଶ ମଲ୍ଲିକ ଏବଂ ଅନ୍ୟାନ୍ୟ କର୍ମୀଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ପ୍ରତ୍ୟାହାର କରାଯାଉ।

କେଉଁଝରରେ ଜିନ୍ଦଲ-ପୋସ୍କୋ ପ୍ରକଳ୍ପ ଅଞ୍ଚଳରେ ପୋଲିସ ଦମନ ତୁରନ୍ତ ବନ୍ଦ କରାଯାଉ।ଜବରଦସ୍ତି ଉଚ୍ଛେଦ ପଦକ୍ଷେପ ବଦଳରେ ପ୍ରଭାବିତ ଜନସାଧାରଣଙ୍କ ସହିତ ସ୍ୱଚ୍ଛ ଏବଂ ଗଣତାନ୍ତ୍ରିକ ପଦ୍ଧତିରେ ଆଲୋଚନା କରାଯାଉ ବୋଲି ଦାବି ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଦ୍ଧବ ମହାଙ୍କୁଡ, ସୋମନାଥ ବେହେରା ,ପପୁନ ସାହୁ, ତୋଫାନ ସାହୁ, କାମରାଜ ସାହୁ ପ୍ରମୁଖ ନେତୃତ୍ୱ ଦେଇଥିଲେ।

Related posts

Youth Social Mr.Bubun Pradhan received International Educational Award.

masiha

ଜୁନାଗଡ଼ ହାଇ ସ୍କୁଲରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ

masiha

ବଦାନ୍ୟ ବୀର ବିପିନ ମିଶ୍ର

Sunil Chandra Nayak

Leave a Comment

error: Content is protected !!