ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିମା ପରିବାରର ଉତ୍କଳ ଦିବସ ପାଳନ

ଗରିମା ପରିବାରର ଉତ୍କଳ ଦିବସ ପାଳନ

ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଗରିମା ପରିବାରର ଅଷ୍ଟମ ଉତ୍କଳ ଦିବସ ପାଳନ ସିଭିକ ସେଣ୍ଟର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଗରିମା ର ଅଧ୍ୟକ୍ଷା ନିହାରିକା ବସ୍ତିଆ ଙ୍କ ଅଧ୍ୟକ୍ଷତା ସଭାପତି ମମତା ନାୟକ ଙ୍କ ଆବାହକତ୍ଵ ମୋନାଲିସା ସାହୁ ଓ ମୋନାଲିସା ଗୈ।ଡଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଦୀପିକା ମହିଳା ସଂହତିର ଉପସଭାପତି ପ୍ରତିଜ୍ଞା ପଲେଇ, ସୁନ୍ଦରଗଡ ସ୍ବତନ୍ତ୍ର କାରାଗାରର ସୁପରିଟେଣ୍ଡେଣ୍ଟ ଜୀବନ ସିଂ ମୁଣ୍ଡା, ସେକ୍ଟର ୧୯ ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ, ଅର୍ବାନ ବ୍ୟାଙ୍କ ସଭାପତି ଦିଲ୍ଲିପ ମହାପାତ୍ର ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଅନୁଷ୍ଠାନ ଭାଷା ସାହିତ୍ୟ ତଥା ସଂସ୍କୃତି ର ବିକାଶ ପାଇଁ ନିରନ୍ତର ପ୍ରୟାସ କୁ ସାଧୁବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ସମାଜସେବୀ ଅନୁଶ୍ରୀ ଦାଶ ଓ ସୁନ୍ଦରଗଡ଼ ର ଗୀତାଞ୍ଜଳି ଗୁରୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ଓଡ଼ିଆ କଳା, ସଂସ୍କୃତି ଓ ନାରୀ ସଶକ୍ତିକରଣ ଆଧାରିତ ମନୋରଞ୍ଜନ କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ, ଦି ନେକ୍ସଟଜେନ ର ଗୁରୁ ଆନନ୍ଦ ସୁନାଙ୍କ ଗୃପ ଦ୍ଵାରା ନୃତ୍ୟ ପରିବେଷଣ, ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀଙ୍କୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓ ନବଦୁର୍ଗା କାର୍ଯ୍ୟକ୍ରମ ସହ ସ୍ବର୍ଗତ ଅଭିଜିତ ମଜୁମଦାର ଓ ହ୍ୟୁମାନ ସାଗର ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତରୁଣ କୁମାର ଓ ରାହୁଲ କୁମାର ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ବରଂଜନ ବେହୁରା, ସଞ୍ଜୀବ ମହାନ୍ତି, ପ୍ରଦୀପ କୁମାର ଦାସ, ଗୋପାଳ ବାଗାଡିଆ, ସୁନିଲ କାୟଲ, ସନ୍ତୋଷ ଅଗ୍ରୱାଲ,ଭାରତ ଚନ୍ଦ୍ର ବାଇ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଶଙ୍କର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ନିହାରିକା ବସ୍ତିଆ, ସଭାପତି ମମତା ନାୟକ, ସମ୍ପାଦିକା ଡ ସରିତା ମଲ୍ଲ, କାର୍ଯ୍ୟକ୍ରମର ସଂଯୋଜିକା ସୁମିତା ପଟ୍ଟନାୟକଙ୍କ ସହ ପ୍ରଣତୀ ପଟ୍ଟନାୟକ, ଶଙ୍ଖରିନା ପ୍ରଧାନ, ଶାନ୍ତିଲତା ବାରିକ, ରେବତୀ ବାରିକ, ମୀନାକ୍ଷୀ ପାଢ଼ୀ,ରିମି ଚକ୍ରବର୍ତ୍ତୀ, ଶର୍ମିଲା ତ୍ରିପାଠୀ, ସନ୍ତୋଷୀ ମଲ୍ଲିକ, ଲୀନା ତ୍ରିପାଠୀ, ରଶ୍ମିତା ଚୈ।ଧୁରୀ, ମମତା ଦାସ, ସୁନିତା ଶ୍ରିନିବାସନ, ଦେବସ୍ମିତା ଶତପଥୀ, ମୀନତି ମୋଦୀ,ଲୁସି ଦାଶ, ସସ୍ମିତା ମିଶ୍ର, ତପସ୍ଵିନୀ ପାତ୍ର, ମଞ୍ଜୁ ରାଣୀ ମେହେର, ସବିତା ମହାପାତ୍ର, ରଶ୍ମି ନାୟକ, ଭାଗ୍ୟଶ୍ରୀ ଦାସ,ବ୍ରତତୀ ପ୍ରଧାନ, ଗାୟତ୍ରୀ ମହାନ୍ତି, ଶୁଭଲକ୍ଷ୍ମୀ ପାତ୍ର, ପ୍ରତିଷ୍ଠାତା ଶଙ୍କର ଜେନା ଓ ମୁଖ୍ୟ ଉପଦେଷ୍ଟା ରଶ୍ମିତ ସାହାଣୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସହରବାସୀ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ଉପଭୋଗ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସଂକଳ୍ପ ସପ୍ତାହ ର କାର୍ଯ୍ୟକ୍ରମରେ ମନ କିଣିଲା ମାଣ୍ଡିଆ ଖାଦ୍ୟ

masiha

ଜଟାଵାଲ ଭଙ୍ଗା ପୋଲ ତଳକୁ ଖସିଲା ବାଇକ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର 

masiha

ରୋଗୀ କଲ୍ୟାଣ ସମିତି ର ବୈଠକ ଅନୁଷ୍ଠିତ କିନ୍ତୁ ସ୍ଥାୟୀ କମିଟି ସଦସ୍ୟ ଅନୁପସ୍ଥିତ

Leave a Comment

error: Content is protected !!