ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ଧର୍ମଗଡ଼ ବିଧାୟକ କର କମଳରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ଯକ୍ରମ…

ଧର୍ମଗଡ଼ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ଼ ବିଧାୟକ କର କମଳରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ଯକ୍ରମ….

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଇଚ୍ଛାପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନୀ ମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇଥିଲେ। ବଗାଡ଼ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ବିନୋଦିନୀ ଗୌଡ଼,ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅରୂପାନନ୍ଦ ଭୋଇ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱଜିତ ବେହେରା ଓ ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଏଥିରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀର ନୂତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ସ୍ଵାଗତ କରାଯାଇଥିଲା। ଏହା ଜାତୀୟ ଶିକ୍ଷା ନୀତି ଅନୁଯାୟୀ ୪ ଦିନ ଧରି ଚାଲୁଥିବା ଏକ ବିଶେଷ କାର୍ଯ୍ୟକ୍ରମ, ଯେଉଁଥିରେ ଖେଳକୁଦ ଓ ସଂସ୍କାର ମାଧ୍ୟମରେ ପିଲାଙ୍କ ଶିକ୍ଷାରମ୍ଭ କରାଇବା ପିଲାମାନଙ୍କୁ ଭୟମୁକ୍ତ ପରିବେଶରେ ବିଦ୍ୟାଳୟକୁ ଆକୃଷ୍ଟ କରିବା ଏବଂ ଶିକ୍ଷାର ଶୁଭାରମ୍ଭ କରିବା।ଅପ୍ରେଲ ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କାର୍ଯ୍ୟକ୍ରମରେ ଆଜି ପ୍ରଥମ ଦିନରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବେହେରାଙ୍କ ଦ୍ୱାରା ଶପଥ ପାଠ କରଯାଇଥିଲା।ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ପଟ୍ଟଯୋଶୀ ଙ୍କ କର କମଳରେ ଶିକ୍ଷଣ କିଟ୍ ବ୍ୟାଗ ପ୍ରଦାନ କରି ଓ ସିଲଟ ଖଡ଼ି ଦ୍ୱାରା ଖଡ଼ି ଛୁଆଁ କରା ଯାଇଥିଲା। ଏହି ଅବସରରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପାଇଁ ଶିକ୍ଷା ସଚେତନତା ରଥକୁ ପତାକା ଦେଖାଇ ଶ୍ରୀ ପଟ୍ଟଯୋଶୀ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ଗାଁକୁ ଯାଇ ସମସ୍ତ ୫ବର୍ଷ ରୁ ଉର୍ଦ୍ଧ୍ବ ବୟସର ପିଲାଙ୍କୁ ଓ ଅଭିଭାବକଙ୍କୁ ଶିକ୍ଷା ସଚେତନତାର ବାର୍ତ୍ତା ଦେବ।

ସମଗ୍ର କାର୍ଯ୍ୟକ୍ରମକୁ ଇଛାପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୂର୍ଯ୍ୟ ନାରାୟଣ ଯୋଶୀ ପରିଚାଳନା କରିଥିବାବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ର ସଫଳ ପରିଚାଳନା ପାଇଁ ସମସ୍ତ ସି ଆର ସି ସି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥାଇ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଖଇରପଦର ନିକଟରେ ଥିବା ଦଶ ଘର ସାପୁଆ ପଡ଼ାବାସୀ ଦେଶାନ୍ତର, ତାଙ୍କର ଦୁଃଖ ବୁଝିବ କିଏ

Sunil Chandra Nayak

ବିଜୟୱାଡାରୁ ଫେରିଲା ଦାଦନ ଶ୍ରମିକଙ୍କ ଶବ, ଗାଁରେ ଶୋକାକୁଳ ପରିବେଶ

Sunil Chandra Nayak

ରାଇରଙ୍ଗପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ 

masiha

Leave a Comment

error: Content is protected !!