ଯୋଗୀମାରି ଠାରେ ପଞ୍ଚୁଦଣ୍ଡ ମହାମିଳନ
ଭଞ୍ଜନଗର,୦୫/୪ :(ପପୁ ପ୍ରଧାନ)ଭଞ୍ଜନଗର ବ୍ଳକ ଯୋଗୀମାରି ଗ୍ରାମର ସୁବାସ ଚନ୍ଦ୍ର ପ୍ରଧାନଙ୍କ ଗୃହ ସମ୍ମୁଖରେ ରବିବାର ପଞ୍ଚୁଦଣ୍ଡ ଅନୁଷ୍ଠିତ ହୋଇଛି। ଏହି ମହାମିଳନରେ କୁଲାଙ୍ଗୀ,ନାରୀଗୋଛା,କଳିଙ୍ଗପଦର,ପଟ୍ଟାଙ୍ଗି,ତୋଲଡି ଦଣ୍ଡପୁଞ୍ଜା ଅଂଶ ଗହଣ କରିଥିଲେ। ସକାଳ ସମୟରେ ସମସ୍ତ ଦଣ୍ଡ ପୁଞ୍ଜା କର୍ତ୍ତାଙ୍କ ଗୃହ ନିକଟରେ ପହଞ୍ଚିବା ପରେ ପ୍ରାରମ୍ଭିକ ବନ୍ଦନା କାର୍ଯ୍ୟକ୍ରମ ହୋଇଥିଲା। ଏହାପରେ ରୀତିନୀତି ମୁତାବକ ଠାକୁରଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବାପରେ ମଧ୍ୟାହ୍ନରେ ଧୂଳିଦଣ୍ଡ, ପାଣି ଦଣ୍ଡ ଓ ଅଗ୍ନିଦଣ୍ଡ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ପଞ୍ଚୁଦଣ୍ଡ ଓ ପଞ୍ଚଶମ୍ଭୁ ମହାମିଳନ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଆଳତି ଦେଖିବା ଲାଗି ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ପୁଲିସ ବାହିନୀ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଗ୍ରାମବାସୀ ଓ ଯୁବଗୋଷ୍ଠୀ ଏହାକୁ ପରିଚାଳନା କରିଥିଲେ।

