ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ବିଜେଡି ର ଯାଜପୁର ବିଧାୟକ ଓ ନେତୃବୃନ୍ଦ

ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ବିଜେଡି ର ଯାଜପୁର ବିଧାୟକ ଓ ନେତୃବୃନ୍ଦ

ଭୁବନେଶ୍ୱର ,(ଲିପିକା ରାଣୀ ରାଉତ)ତା 7/4/26 ରିଖଯାଜପୁର ଜିଲ୍ଲା ବିଜୁ ଜନତା ଦଳ ର ବିଧାୟକ ଗଣ ତଥା ନେତୃବୃନ୍ଦ ଆଜି ସକାଳେ ନବୀନ ନିବାସ ରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଜିଲ୍ଲା ର ରାଜନୈତିକ ପରିସ୍ଥିତି ଓ ବିକାଶ କାମ ସମ୍ପର୍କରେ ଆଲୋଚନା କରିଥିଲେ। 

  ନୂଆ ସରକାର ଦାୟିତ୍ୱ ନେବା ପରେ ଜିଲ୍ଲା ରେ ବିକାଶ କାମ ରେ ସ୍ଥାଣୁତା ଦେଖା ଦେଇଥିବାରୁ ଶ୍ରୀ ପଟ୍ଟନାୟକ ଉଦବେଗ ପ୍ରକାଶ କରିଥିଲେ।ତା ସହିତ ପଂଚାୟତ ଓ ପୌରାଞ୍ଚଳ ର ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ବିଜେପି ସରକାର ସଂକୁଚିତ କରି ଦେଇଥିବାରୁ ପରିସ୍ଥିତି କିପରି ଅଧିକ ଗମ୍ଭୀର ହୋଇଛି ସେ ସମ୍ପର୍କରେ ନେତୃବୃନ୍ଦ ଶ୍ରୀ ପଟ୍ଟନାୟକ ଙ୍କୁ ଅବଗତ କରିଥିଲେ। ସେହିପରି ବ୍ୟାପକ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ରେ ଅବନତି ଘଟିଛି ଏବଂ ଜନସାଧାରଣ ବିଶେଷ କରି ମା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି ବୋଲି ସେମାନେ ଶ୍ରୀ ପଟ୍ଟନାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। 

 ସମସ୍ତ ପ୍ରତିକୂଳ ପରିସ୍ଥିତରେ ମଧ୍ୟ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟାନ୍ୟ ବିଷୟ ମାନଙ୍କ ମଧ୍ୟରେ ଜିଲ୍ଲାରେ ବିଜେଡି ର ସାଂଗଠନିକ ସ୍ଥିତିକୁ କିପରି ଆହୁରି ମଜଭୂତ କରାଯାଇ ପାରିବ,ସେ ସମ୍ପର୍କରେ ଶ୍ରୀ ପଟ୍ଟନାୟକ,ଜିଲ୍ଲା ର ନେତା ମାନଙ୍କ ସହ ମତ ବିନିମୟ କରିଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଙ୍କ ସମେତ ବରୀ ବିଧାୟକ ଶ୍ରୀ ବିଶ୍ୱରଂଜନ ମଲ୍ଲିକ,ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ,ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ,ପ୍ରୀତିରଞ୍ଜନ ଘଡେଇ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ,ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ କ୍ୟାପଟେନ ଏସ କେ ମହାପାତ୍ର ପ୍ରମୁଖ ବିଜେଡି ସଭାପତି ଙ୍କୁ ଭେଟି ଆଲୋଚନା କରିଥିଲେ।

Related posts

ବିଜେପି ତରଫରୁ କଂଗ୍ରେସ ଅଫିସ ଘେରାଉ 

Sunil Chandra Nayak

ନବ ଜିଲ୍ଲା ଯୁବ ମୋର୍ଚ୍ଚା ନେତୃତ୍ୱଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ସାନଵଡ ଗୋପାଳପୁରୁ ପଞ୍ଚାୟତ ସ୍ତରୀୟ ବିଜେଡି ବନ୍ଧୁ ମିଳନ ଓ ସମନ୍ବୟ କର୍ମୀ ସମ୍ମିଳନୀରେ‌ ଡବଲ ଶଙ୍ଖକୁ ସ୍ବାଗତ

masiha

Leave a Comment

error: Content is protected !!