ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତା ଜୁନ ମାସ ୧୭ ତାରିଖଠାରୁ କାର୍ଯ୍ୟକ୍ଷମ ହେବ ୬୪ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ: ଗଣଶିକ୍ଷା ମନ୍ତ୍ରୀ

 ଲୋକସେବା ଭବନ ଠାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର କାର୍ଯ୍ୟ ସମୀକ୍ଷା କରିଥିଲେ ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏହି ସମୀକ୍ଷା ବୈଠକରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣପୁଦ ସେଠୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧାରୀ ଓ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।ଏହି ବୈଠକରେ ଗ୍ରହଣ କରାଯାଇଥିବା ସିଦ୍ଧାନ୍ତ ଅନୁଯାୟୀ ରାଜ୍ୟରେ ଅଦ୍ୟାବଧି ୨୫୦ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ଥିବାବେଳେ ଅବଶିଷ୍ଟ ୬୪ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକୁ ଆସନ୍ତା ଜୁନ ମାସ ୧୭ ତାରିଖଠାରୁ କାର୍ଯ୍ୟକ୍ଷମ କରାଯିବ। ଏହି ୬୪ ଗୋଟି ଆଦର୍ଶ ବିଦ୍ୟାଳୟରେ ଆସନ୍ତା ଜୁନ୍ ମାସ ୧୭ ତାରିଖଠାରୁ ୬ଷ୍ଠ ଶ୍ରେଣୀର ପାଠପଢା ଆରମ୍ଭ କରାଯିବା ସମସ୍ତ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ୨୦୨୩ ମସିହା ନଭେମ୍ବର ମାସ ମଧ୍ୟରେ ସମାପନ କରାଯିବା ପାଇଁ ସ୍ଥିର କରାଯାଇଛି।

ସମସ୍ତ ଆଦର୍ଶ ବିଦ୍ୟାଳୟରେ ଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ହଷ୍ଟେଲ ନର୍ମାଣ କାର୍ଯ୍ୟ ୨୦୨୩ ମସିହା ନଭେମ୍ବର ମାସ ମଧ୍ୟରେ ସମାପନ କରାଯିବା ପାଇଁ ମଧ୍ୟ ସ୍ଥିରୀକୃତ ହୋଇଛି। ଏହି ବିଦ୍ୟାଳୟଗୁଡ଼ିକର ସୁପରିଚାଳନା ନିମନ୍ତେ ଆବଶ୍ୟକ ଥିବା ୧୭୪୯ ଗୋଟି ପଦବି ପୂରଣ ପ୍ରକ୍ରିୟା ଆସନ୍ତା ଜୁନ୍ ମାସ ମଧ୍ୟରେ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାହିତ୍ୟ ଅଗଣା

Sunil Chandra Nayak

ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା 

Sunil Chandra Nayak

ଆସନ୍ତୁ ଜାଣିବା ବିଷ୍ଣୁ ପୁରାଣ ପଠନ ଓ ଶ୍ରବଣର ମହତ୍ତ୍ଵ ବିଷୟରେ କିଛି..

Sunil Chandra Nayak

Leave a Comment

error: Content is protected !!