ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ରମେଶ ଚନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ 

ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ରମେଶ ଚନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ 

ରାଉରକେଲା : ଅଲଚିକି ଲିପିର ଶତବର୍ଷ ପୁର୍ତ୍ତି ପାଳନରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ ଫାଗୁନ (ମାସିକ ସାନ୍ତାଳୀ ଖବରକାଗଜ) ମିଳିତ ଆନୁକୂଲ୍ୟରେ ଦିଲ୍ଲୀର ଡ଼: ଆମ୍ବେଦକର ଅନ୍ତର୍ଜାତୀୟ ପ୍ରେକ୍ଷାଳୟ ଠାରେ ଗତ ଫେବୃଆରୀ ୧୬ ରେ ଆୟୋଜିତ ହୋଇଥିଲା l ଶତବର୍ଷ ପାଳନ ଅବସର ରେ ଭାରତର ୧୦୦ ଜଣ ସାନ୍ତାଳୀ ଲେଖକ, ସଂଗଠକ, ସଙ୍ଗଠନ ଓ ପ୍ରସାରକଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବର୍ଦ୍ଧିତ କରିଥିଲେ l ଏହି ଉତ୍ସବରେ ରାଉରକେଲାର ସାନ୍ତାଳୀ କବି, ଲେଖକ, ଅନୁବାଦକ ଓ ଚିତ୍ରାଶିଳ୍ପୀ ରମେଶ ଚନ୍ଦ୍ର ପାତ୍ର ଅନୁପସ୍ଥିତ ଥିବରୁ ଗତ ୨୯ ତାରିଖରେ ଫାଗୁନ ପତ୍ରିକାର ସମ୍ପାଦକ ମାଙ୍ଗାତ ମୁର୍ମୁ ଭୁବନେଶ୍ୱରର ଧଉଳି ଠାରେ ଶାଲ, ମାନପତ୍ର, ସଂସ୍କୃତି ବିଭାଗର ଅଲଚିକିର ଶତବାର୍ଷିକୀ ସ୍ମାରକୀ ଓ ପଣ୍ଡିତ ରଘୁନାଥ ମୁର୍ମୁ ଡାକ ଟିକଟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। 

ସୂଚନାଯୋଗ୍ୟ ଯେ ଶ୍ରୀ ପାତ୍ର ୧୯୫୮ ମସିହା ଜୁଲାଇ ମାସ ୯ ତାରିଖରେ ମୟୁରଭଞ୍ଜ ଜିଲ୍ଲାର ବାହାଲଦାରୋଡ଼ ନିକଟସ୍ଥ ହେଁସଡା (ତାରଣା) ଗ୍ରାମରେ ଜନ୍ମଗ୍ରହଣ କରିଥିଲେ l ୧୯୭୮ ମସିହାରୁ ସାନ୍ତାଳୀ ଭାଷାରେ ଲେଖିବାକୁ ଆରମ୍ଭ କରିଥିଲେ l ୨୦୦୬ ମସିହାରେ ଦୈନିକ ସମ୍ବାଦ ଖବରକାଗଜ ରେ ” ସମ୍ବାଦ ତାରାସ” ଅଲଚିକିରେ ସମ୍ପାଦନ କରି ଇତିହାସ ସୃଷ୍ଟି କରିଥିଲେ l ନିଜସ୍ୱ ସମ୍ପାଦନାରେ ଅଲଚିକି ଲିପିରେ “‘ ସାରଥି ” ସାହିତ୍ୟ ପତ୍ରିକା ପ୍ରକାଶ କରୁଛନ୍ତି l ରାଞ୍ଚିରୁ ପ୍ରକାଶିତ ” ଆଖଳା ” ପତ୍ରିକାରେ ସାନ୍ତାଳୀ ବିଭାଗର ସମ୍ପାଦନା କରିଛନ୍ତି l ତାଙ୍କର ପ୍ରଥମ ପୁସ୍ତକ ” ଅଲଚିକିର ଜନ୍ମଦାତା ” ( ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀ) ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଶତବାର୍ଷିକୀ ୨୦୦୫ ମସିହାରେ ପ୍ରକାଶିତ ହୋଇଛି l ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ପ୍ରଥମ ସାନ୍ତାଳୀ ପୁସ୍ତକ ଯଦୁମଣି ବେଶ୍ରାଙ୍କର “ଭାବନା ” ର ଓଡ଼ିଆ ଅନୁବାଦ ୨୦୨୧ ମସିହାରେ ଏବଂ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଗୌରହରି ଦାସଙ୍କ ନିଜ ସଂଗେ ନିଜର ଲଢେଇର ସାନ୍ତାଳୀ ଅନୁବାଦ ୨୦୨୩ ରେ ପ୍ରକାଶିତ l ଏବର୍ଷ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସାନ୍ତାଳୀ ନାଟକ ବିଦୂଚାନ୍ଦାନ ସାହିତ୍ୟ ଏକାଡେମୀ ଦ୍ୱାରା ଓଡ଼ିଆରେ ପ୍ରକାଶ ପାଇବ l ଶ୍ରୀ ପାତ୍ର ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଲିଖିତ ଚାରିଟି ନାଟକ ଓ ଦୁଇଟି କାବ୍ୟକୁ ସାନ୍ତାଳୀରୁ ଓଡ଼ିଆରେ ଅନୁବାଦ କରିଛନ୍ତି l ଦେଢଶହରୁ ଉର୍ଦ୍ଧ୍ୱ ସାନ୍ତାଳୀ କବିତାକୁ ଓଡ଼ିଆରେ ଅନୁବାଦ କରିଛନ୍ତି l ବହୁ ଓଡ଼ିଆ କବିତା ଓ ଗଳ୍ପକୁ ସାନ୍ତାଳୀ ଭାଷାରେ ଅନୁବାଦ କରିଛନ୍ତି l ତାଙ୍କର ବହୁତ ଓଡ଼ିଆ ଓ ସାନ୍ତାଳୀ ମୌଳିକ ରଚନା ଏବଂ ଅନୁବାଦ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ଓ ପ୍ରକାଶିତ ହେଉଛି l ଶ୍ରୀ ପାତ୍ର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

World Water Day observed by the Institute of Engineers(India) Rourkela local centre

Sunil Chandra Nayak

ଆଦର୍ଶ ସାମ୍ବାଦିକ ସଙ୍ଘର ବୈଠକ 

Sunil Chandra Nayak

ଏସ ଆଇ ଆର୍ ଉପରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!