ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଛାକୋଟ ରେ ସାନଖେମୁଣ୍ଡି ବିଧାୟକ ଙ୍କ ଉଦ୍ଘାଟନ କାର୍ଯ୍ୟକ୍ରମ

ମଛାକୋଟ ରେ ସାନଖେମୁଣ୍ଡି ବିଧାୟକ ଙ୍କ ଉଦ୍ଘାଟନ କାର୍ଯ୍ୟକ୍ରମ

ଆସିକା, ୯/୪/୨୬(ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ମଛାକୋଟ ଗ୍ରାମରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ଦ୍ଵାରା ଦୁଇଟି ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି। ଆଜି ମଛାକୋଟ ଗ୍ରାମରେ ବିଧାୟକ ଙ୍କ ଦ୍ଵାରା ଏଇରଟେଲ ଟାୱାର ଉଦ୍ଘାଟିତ ହୋଇଯାଇଛି। ଏଥିରେ ଏଇରଟେଲ ର ଟି ଏସ ଏମ ସୀମାଞ୍ଚଳ ମହାରଣା, ଜି ଏସ ଏମ ଶ୍ରୀନିବାସ ପଟନାୟକ, ଟି ସି ଓ ପୁର୍ଣଚନ୍ଦ୍ର ପ୍ରଧାନ, ଦେବୀ ପ୍ରସାଦ ତ୍ରିପାଠୀ,ହୃଷିକେଶ ଶତପଥୀ,ବଳରାମ ଜେନା,ପୂର୍ବତନ ସମିତି ସଭ୍ୟ ନୀଳମଣି ଭଞ୍ଜ , ହରି ରାଉତ, ବିଜୟ ରାଉତ ଓ ରବୀନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାପରେ ଗ୍ରାମର ନନ୍ଦିନୀ ନଦୀ ନିକଟରେ ଥିବା ଶ୍ମଶାନ ଗୃହକୁ ବିଧାୟକ ଉଦ୍ଘାଟନ କରିଥିଲେ। ଏଥିରେ ୱାର୍ଡ ସଭ୍ୟ ଲିଲି ଗୌଡ଼, ତ୍ରିନାଥ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାପରେ ବିଧାୟକ ନିକଟସ୍ଥ ଅଭୟପୁର ଗ୍ରାମର କପିଳେଶ୍ୱର ମହାଦେବଙ୍କ ମନ୍ଦିର ପରିଦର୍ଶନ କରିବା ସହ ଲୋକଙ୍କ ସହ ଏହାର ଉନ୍ନତିକରଣ କାର୍ଯ୍ୟ ପାଇଁ ଆଲୋଚନା କରିଥିଲେ। ପ୍ରକାଥାଉକି ମଛାକୋଟ ପଞ୍ଚାୟତବାସୀ ଦୀର୍ଘ ଦିନରୁ ନେଟୱାର୍କ ସମସ୍ୟାରେ ସନ୍ତୁଳିତ ହୋଇ ରହିଥିବା ବେଳେ ଏଇରଟେଲ ଟାୱାର ସ୍ଥାପନ ଯୋଗୁଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଆଜିର କାର୍ଯ୍ୟକ୍ରମରେ ବସନ୍ତ ଭଞ୍ଜ,ନାରାୟଣ ପ୍ରଧାନ,ହମ୍ବୁଲୁ ବିଷୋୟୀ,ପିଣ୍ଟୁ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ,ବିପିନ ବିହାରୀ ଷଡ଼ଙ୍ଗୀ,ଭଗବାନ ଗୌଡ଼ ଓ ରାମକୃଷ୍ଣ ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

Related posts

ଜିଲ୍ଲାସ୍ତରୀୟ ଖରିଫ ୨୦୨୫ ପାଇଁ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ 

Sunil Chandra Nayak

ଜିଲ୍ଲାର ନିର୍ବାଚନ ମଣ୍ଡଳୀ ଭୋଟ ଦାନ କେନ୍ଦ୍ରର ନାମ ଓ ସ୍ଥାନ ପରିବର୍ତ୍ତନ ସମ୍ବନ୍ଧରେ ରାଜନୈତିକ ଦଳ ସହିତ ଜିଲ୍ଲାପାଳଙ୍କ ବୈଠକ

masiha

ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ 

Sunil Chandra Nayak

Leave a Comment

error: Content is protected !!