ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧୋଡ୍ରା ମଣ୍ଡଳସ୍ତରୀୟ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ 

ଧୋଡ୍ରା ମଣ୍ଡଳସ୍ତରୀୟ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ 

ନବରଙ୍ଗପୁର(୦୯/୦୪)(ରବିନାରାୟଣମହାନ୍ତି) ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ସଦର ସ୍ଥିତ ଇଂଙ୍ଗଳାଜିନି ମନ୍ଦିର ପ୍ରାଙ୍ଗଣରେ ଧୋଡ୍ରା ମଣ୍ଡଳ ପକ୍ଷରୁ ଆଜି ପଣ୍ଡିତ ଦିନଦାୟଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ କର୍ମଶାଳା ଉଦଯାପିତ ହୋଇଯାଇଛି | ଧୋଡ୍ରା ମଣ୍ଡଳସଭାପତି ଭୁଜବଳ ଗୌଡ଼ଙ୍କ ଅଧ୍ୟକ୍ଷତାରେ ୭୦ରୁ ଉର୍ଦ୍ଧ ଭାଜପା କର୍ମକର୍ତ୍ତା ଉପସ୍ଥିତ ଥିଲା ବେଳେ ସମ୍ନାନୀୟ ଅଥିତି ଭାବେ ଝରିଗାଁ ବିଧାୟକ ନରସିଙ୍ଗ ଭତ୍ରା, ମୁଖ୍ୟବକ୍ତା ଭାବେ ଜିଲ୍ଲା ଏସଡିସି ଚେୟାରମ୍ୟାନ ବାସନ୍ତୀ ମାଝୀ, ରାଜ୍ୟ ଉପସଭାପତି ରମେଶ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ ଆଚାର୍ଯ୍ୟ ,ପୂର୍ବତନ ସାଂସଦ ପର୍ଶୁରାମ ମାଝୀ,ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ କୁମାର ଜୈନ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଜଗଦିଶ ଭାଇ,ସୋସିଆଲ ମିଡ଼ିଆ ସଂଯୋଜକ ସୁଦାମା ତିୱାରୀ,ପୂର୍ବତନ ମଣ୍ଡଳ ସଭାପତି ମନୁରାମ ଭତ୍ରା, ଉପସଭାପତି ସୁଜନ ଭକ୍ତ,ମଣ୍ଡଳ ସମ୍ପାଦକ ରଞ୍ଜିତ ଖୁରା, ପୂର୍ବତନ ସରପଞ୍ଚ ହରି ପୁଜାରୀ ,ବକଡାବେଡା ପଞ୍ଚାୟତସଭାପତିଶିବରାମ ଭତ୍ରା,ଡ଼ଙ୍ଗୀରୀଗୁଡା ଡମ୍ବରୁପନକା,ଚାଟିଗୁଡାସୁତମମାଝୀ,ଧାମନାଗୁଡ଼ା ସଞ୍ଜିତ ଭତ୍ରା, ଭିକ୍ଷା ସନୁ ଭତ୍ରା,ଧୋଡ୍ରା ସୁବାଷ ପନକା,ପ୍ରମୁଖ ଉପସ୍ଥିତିରେ କର୍ମକର୍ତ୍ତାଙ୍କୁ ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସଂଗଠନକୁ ମଜବୁତ୍ କରିବା ନିମନ୍ତେ ଏକ କାର୍ଯ୍ୟକ୍ରମ ଉପରେ ଅବଗତ କରିଥିଲେ | କର୍ମଶାଳାର ଅଭିଜ୍ଞତାକୁ ଗ୍ରାମଞ୍ଚଳ କ୍ଷେତ୍ରରେ ଉପଯୋଗ କରି ଦଳୀୟ ଦୃଷ୍ଟିକୋଣ ଓ ଆଭିମୁଖ୍ୟ ପ୍ରଚାର ପ୍ରସାର ସହ ଦଳୀୟ ସଂଗଠନକୁ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ | କର୍ମୀମାନଙ୍କୁ ସୂଚନା ଦେଇଥିଲେ ଯେ ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ଏହି ପ୍ରଶିକ୍ଷିଣ ଶିବିର ଏକ ମାଧ୍ୟମ ଭାବେ କାମ କରିବ, ପ୍ରଶିକ୍ଷଣ ଅଧିବେଶନରେ ପାର୍ଟିର ଇତିହାସ ନୀତି ଆଦର୍ଶ ସଂଗଠନିୟ ଗଠନ ବୁଥ ସ୍ତରର କାର୍ଯ୍ୟ ପଦ୍ଧତି ଏବଂ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ସମ୍ପର୍କିତ ବିଭିନ୍ନ ବିଷୟରେ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଦେହୁରୀହତା-ଜରଡ଼ା ଜଳବିଭାଜିକା ରେ ଅନିୟମିତତା ସମ୍ବନ୍ଧେ ଉଭୟ ଗ୍ରାମର ଶତାଧିକ ଲୋକ ବିଧାୟକଙ୍କୁ ଦେଲେ ଅଭିଯୋଗ ପତ୍ର

Sunil Chandra Nayak

ଅଗ୍ନି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାସ୍ତରୀୟ ମନିଟରିଂ ଟିମ୍ ଗଠିତ

ଅବ୍ୟବସ୍ଥା ମଧ୍ୟରେ ଆଲମଣ୍ଡା ସାପ୍ତାହିକ ହାଟ

masiha

Leave a Comment

error: Content is protected !!