ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୯ତମ ତିରୋଧାନ ଦିବସ ରାଜ୍ୟବ୍ୟାପି ପାଳିତ ହେବ: ବିଜେଡି

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୯ତମ ତିରୋଧାନ ଦିବସ ରାଜ୍ୟବ୍ୟାପି ପାଳିତ ହେବ: ବିଜେଡି

ତିଳ ତର୍ପଣ, ଫଳ ବଣ୍ଟନ ଓ ରକ୍ତଦାନ ଶିବିର ଇତ୍ୟାଦି ଆୟୋଜିତ ହେବ
ଆଧୁନିକ ଓଡିଶା ନିର୍ମାଣରେ ବିଜୁ ବାବୁଙ୍କ ଭୂମିକା ଶୀର୍ଷକରେ ବୌଦ୍ଧିକ ଆଲୋଚନାଚକ୍ର

ଭୁବନେଶ୍ୱର,(ଲିପିକା ରାଣୀ ରାଉତ)୧୦/୦୪/୨୦୨୬: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ପ୍ରତିବର୍ଷ ପରି ବିଜୁ ଜନତା ଦଳ ତରଫରୁ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ପାଳିତ ହେବ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି ।  

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟସଭା ସଦସ୍ୟ ଶ୍ରମତୀ ସୁଲତା ଦେଓ, ଯୁବ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ତିରୋଧାନ ଦିବସ ଅବସରରେ ଦଳ ତରଫରୁ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ।  

ଶ୍ରୀ ମିଶ୍ର କହିଥିଲେ, ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ଏହି ପ୍ରବାଦ ପୁରୁଷ ଦିବସ କାର୍ଯ୍ୟକ୍ରମ କରିବାକୁ ଦଳ ତରଫରୁ ସ୍ଥାନୀୟ ନେତୃତ୍ୱଙ୍କୁ ନିଦେ୍ର୍ଦଶ ଦିଆଯାଇଛି । କାର୍ଯ୍ୟକ୍ରମର ରୂପରେଖ କ୍ଷେତ୍ରୀୟ ସ୍ତରରେ ନିଷ୍ପତ୍ତି ନେବାକୁ କୁହାଯାଇଥିବା ବେଳେ, ତିଳ ତର୍ପଣ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଅସହାୟ ବା ରୋଗୀଙ୍କୁ ଫଳ ବଣ୍ଟନ, ରକ୍ତଦାନ ଶିବିର ଇତ୍ୟାଦି ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହାଛଡା, ସ୍ୱାଧୀନତା ସଂଗ୍ରାମ ତଥା ଆଧୁନିକ ଓଡିଶା ନିର୍ମାଣରେ ବିଜୁ ବାବୁଙ୍କ ଭୂମିକା ଶୀର୍ଷକରେ ଏକ ବୌଦ୍ଧିକ ଆଲୋଚନାଚକ୍ର ଆୟୋଜନ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଦଳର ଛାମୁଆ ସଂଗଠନର ନେତୃବୃନ୍ଦ ମାନେ ସହଯୋଗ କରିବେ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରିବା ସହିତ ତାଙ୍କ ତିରୋଧାନ ଦିବସରେ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ।  

ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ ମଧ୍ୟ ଭୁବନେଶ୍ୱର ଜିଲ୍ଲା ବିଜେଡି ତରଫରୁ ପ୍ରତିବର୍ଷ ପରି ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ସକାଳେ ବିନ୍ଦୁ ସାଗର ଠାରେ ତିଳ ତର୍ପଣ କାର୍ଯ୍ୟକ୍ରମ ହେବ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ହେବ । ଶଙ୍ଖ ଭବନ୍ ଠାରେ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ସୂଚନା ଦେଇଥିଲେ ।

Related posts

ଜୁନାଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀ 2024 ନିର୍ବାଚନ :   ଆସନ ଫେରାଇ ଆଣି ପାରିବ କି ବିଜେପି ?  

masiha

ନଟାକଟାରେ ବିଜେପିର ମୋଦୀ ମହୋତ୍ସବ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର 

masiha

ରାଜ୍ୟରେ ନାରୀ ନିର୍ଯାତନା ବିରୁଦ୍ଧରେ କଂଗ୍ରେସ ର କେଣ୍ଡେଲ ଶୋଭାଯାତ୍ରା 

masiha

Leave a Comment

error: Content is protected !!