ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବି. ମାଳିଗୁଡା ଲୋକକଳା ଗ୍ରାମରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳନ ଅବସରରେ ‘ଲୋକକଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ବି. ମାଳିଗୁଡା ଲୋକକଳା ଗ୍ରାମରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳନ ଅବସରରେ ‘ଲୋକକଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ 

ନବରଂଗପୁର:( ତା ୧୧.୪.୨୦୨୬)(ରବି ନାରାୟଣ ମହାନ୍ତି) ଗତ ୧୦.୪.୨୦୨୬ ରିଖ ଦିନ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଲୋକକଳା ଗ୍ରାମ ବି. ମାଳିଗୁଡାଠାରେ ‘ଓଡ଼ିଆ ପକ୍ଷ-୨୦୨୬’ ଅବସରରେ ‘ଲୋକକଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୪.୩୦ ମି ସମୟରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ଯୋଗ ଦେଇଥିଲେ। ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ଏ. ସନ୍ତୋଷ କୁମାର ପାଇକ ଆଖଡ଼ାର ଏକ ଚିତ୍ତାକର୍ଷକ କଳା ପ୍ରଦର୍ଶନ କରି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ଏବଂ ଜରୁରକାଳୀନ ବିଭାଗ ପ୍ରୋଗ୍ରାମ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିସହ ଏ ଡି ଇ ଓ ଶ୍ରୀକାନ୍ତ ଜାନୀ ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲା ଶବର ଶ୍ରୀକ୍ଷେତ୍ର ଦେଶିଆ ନାଟଗୁରୁ ମହାସଂଘର ସଭାପତି ନାଟଗୁରୁ ନରସିଂହ ତ୍ରିପାଠୀ ଅତିଥି ଭାବେ ମଞ୍ଚାସୀନ ଥିଲେ। ଗ୍ରାମରେ ଅତିଥିମାନଙ୍କୁ ଆଦିବାସୀ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା।

ଅତିଥିମାନେ ସେମାନଙ୍କ ଅଭିଭାଷଣରେ କଳାକାରମାନଙ୍କ ଗୁରୁତ୍ୱ ଏବଂ ଆଜିର ଆଧୁନିକ ଯୁଗରେ ଯୁବପିଢ଼ିଙ୍କ ମଧ୍ୟରେ ସଂସ୍କୃତି, ନୃତ୍ୟ ଓ ଓଡ଼ିଆ ଭାଷାର ପ୍ରଚାର ପ୍ରସାରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ନାଟଗୁରୁ ନରସିଂହ ତ୍ରିପାଠୀ କହିଥିଲେ ଯେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରାୟ ୩୪ ପ୍ରକାରର ଦେଶିଆ ଭାଷା ରହିଛି। ଏହି ଅବସରରେ ଜିଲ୍ଲାର ୧୮ ଜଣ ପ୍ରତିଭାବାନ ନାଟଗୁରୁ ଯଥା- ସତ୍ୟବାନ ନାୟକ (ହଂସ ନାଚ ଗୁରୁ), ଜୟସେନ ଭତ୍ରା, ଶ୍ୟାମ ଅମାନତ୍ୟ, ନରସିଂହ ତ୍ରିପାଠୀ, କମଳସାଏ ମାଝୀ, ପବିତ୍ର ନାୟକ, ଟଙ୍କ ମଣ୍ଡଳ, ସହଦେବ ବାଘ, ନବୀନ ଚନ୍ଦ୍ର ଭତ୍ରା, ଫାଲଗୁନି ପାତ୍ର, ସୁଜନ ସୁନା, ଯୁଗଳ କିଶୋର ତ୍ରିପାଠୀ, ମନୋଜ କୁମାର ପଟ୍ଟନାୟକ, ନରହରି ହରିଜନ, ଶଙ୍କର ଭତ୍ରା, ଇନ୍ଦ୍ରାଣୀ ହୋତା, ଗଙ୍ଗାଧର ମାଳି ଏବଂ ତ୍ରିପତି ମାଳିଙ୍କୁ ସେମାନଙ୍କର ଅତୁଲ୍ୟ ଅବଦାନ ପାଇଁ ପ୍ରମାଣପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଏମାନଙ୍କ ସହିତ ବ୍ଲକ ସ୍ତରର ୧୬ ଜଣ ଶିଳ୍ପୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ପିପିଲିଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଏଲ୍‌ଇଡି ସ୍କ୍ରିନ୍ ମାଧ୍ୟମରେ ୫୦୦ରୁ ଅଧିକ ଗ୍ରାମବାସୀ ଉପଭୋଗ କରିଥିବା ବେଳେ ସାତ୍ତ୍ୱିକ କଳାକେନ୍ଦ୍ର ଓ ପୁରୁଷୋତ୍ତମ କଳାକେନ୍ଦ୍ରର ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅତିଥି,ଶିଳ୍ପୀ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ କରିଥିଲେ। ଏହି ସମଗ୍ର କାର୍ଯ୍ୟକ୍ରମରେ ସଂସ୍କୃତି ସହକାରୀ ଆତ୍ମ ପ୍ରକାଶ ସାହୁ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କରେୟାଳୟ ର କର୍ମଚାରୀ ନୀଳ କଣ୍ଠ ନାୟକ ସକ୍ରିୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସେଗାସାହି ମିତ୍ତଲ କମ୍ପାନୀ ରାସ୍ତା ମରଣଯନ୍ତା; ମିତ୍ତଲ କମ୍ପାନୀ କୁ ରାସ୍ତା ମରାମତି ପାଇଁ ଗ୍ରାମବାସୀଙ୍କ ଦାବି

masiha

ସମାଧାନ ହେଲା ନନ୍ଦିଗୋର ବେଆଇନ ବାଲି ଉତ୍ତୋଳନ ସମସ୍ୟା 

Sunil Chandra Nayak

ଆନ୍ଧ୍ର ପ୍ରଦେଶ ପଥର ଖଦାନ ବିସ୍ଫୋରଣ ରେ ମୃତ ଦୁଇ ଶ୍ରମିକଙ୍କ ଶବ ଗାଁରେ ପହଞ୍ଚିଲା ,ଦୁଇ ମନ୍ତ୍ରୀ ଗାଁରେ ପହଞ୍ଚି ସମବେଦନା ଜଣାଇଲେ

Sunil Chandra Nayak

Leave a Comment

error: Content is protected !!