ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ରାମଚନ୍ଦ୍ର ମିଶ୍ରଙ୍କ 38ତମ ଶ୍ରାଦ୍ଧ ଦିବସ ପାଳିତ

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ରାମଚନ୍ଦ୍ର ମିଶ୍ରଙ୍କ 38ତମ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର, 11/4 : ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ଜିଲ୍ଲା ବୋର୍ଡ ସଦସ୍ୟ ରାମଚନ୍ଦ୍ର ମିଶ୍ରଙ୍କ 38ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ କୋର୍ଟପେଟା ଜଗନ୍ନାଥ ମନ୍ଦିରରେ ଇଂ. ଗିରିଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରଥମେ ଆଡ଼ଭୋକେଟ୍‌‍ ଶିବ ପ୍ରସାଦ ମିଶ୍ର ସ୍ଵର୍ଗତ ମିଶ୍ରଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନର ଅଧ୍ୟକ୍ଷ ତଥା ନବୀନର ସମ୍ପାଦକ ରବି ରଥ ଯୋଗଦେଇ ଦେଶକୁ ସ୍ଵାଧୀନତା କରିବା ପାଇଁ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ରାମଚନ୍ଦ୍ରଙ୍କ ଭଳି ବହୁ ଲଢ଼ୁଆ ବ୍ୟକ୍ତି ଯେଉଁ କଷ୍ଟ ସ୍ଵୀକାର କରି ସ୍ଵାଧୀନତା ଆଣିଥିଲେ ତାହା ଆଜି ଜନସାଧାରଣଙ୍କ ମଧ୍ୟରେ ଶିଥିଳତା ପଡ଼ିଯାଇଛି । ଦେଶର ସାମ୍ୱିଧାନିକ ସଙ୍କଟ ଉକଟ ଭାବରେ ପହଞ୍ଚିଛି । ତାହା ଦେଶ ପ୍ରତି ବିପଦ ସୃଷ୍ଟି କରିବ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟୋଗପତି ପ୍ରୀତି ମୋହନ ମହାପାତ୍ର, ରାମପ୍ରସାଦ ଦାଶ, ଦୀଲିପ କୁମାର ମିଶ୍ର, ଇଂ. ଅନିଲ କୁମାର ଆଚାର୍ଯ୍ୟ, ସୂର୍ଯ୍ୟ ନାରାୟଣ ମହାପାତ୍ର, ଆଡ଼ଭୋକେଟ ଲୋକନାଥ ପୂଜାରୀ, ଲକ୍ଷ୍ମୀ ଚରଣ ପଣ୍ଡା, ପାର୍ବତୀ ପ୍ରସାଦ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ମିଶ୍ରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ସ୍ମୃତିଚାରଣ କରିଥିଲେ ।

Related posts

ବିଜେପି ସରକାର ଦେଶ ବାସୀଙ୍କୁ କ୍ଷମା ମାଗନ୍ତୁ #କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସଭା ଓ ରାଲି

Sunil Chandra Nayak

ଜିଲ୍ଲା ସ୍ତରୀୟ ସର୍ଗିଫଲ୍ କାର୍ଯ୍ୟକ୍ରମ ଉଦଘାଟିତ, , ଆମେ ସମସ୍ତେ ପିଲାଙ୍କ ପଛେ ଅଛୁ (ଜିଲ୍ଲାପାଳ)

Sunil Chandra Nayak

ବି.ବି.ହାଇସ୍କୁଲ,ଢେଙ୍କାନାଳର ୧୯୮୦ ବ୍ୟାଚ୍ ର ସହପାଠୀ ଚତୁର୍ଥ ବନ୍ଧୁ ମିଳନ କାର୍ଯ୍ୟକ୍ରମ-୨୦୨୬ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!