ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରକ୍ତଦାନ ଶିବିର ଆୟୋଜନ ନେଇ ସିନାପାଲି ଶିକ୍ଷା ବିଭାଗର ପ୍ରସ୍ତୁତି 

ରକ୍ତଦାନ ଶିବିର ଆୟୋଜନ ନେଇ ସିନାପାଲି ଶିକ୍ଷା ବିଭାଗର ପ୍ରସ୍ତୁତି 

ସିନାପାଲି :୧୧/0୪-  ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ )ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ଶିକ୍ଷା ବିଭାଗ ତରଫରୁ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ପିଏମଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଇଓ ଯତୀନ୍ଦ୍ର କୁମାର ସେଠଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଚଳିତ ମାସ ୧୯ ତାରିଖ ହେବାକୁ ଥିବା ଏହି ରକ୍ତଦାନ ଶିବିରକୁ ସଫଳ କରିବାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଶିକ୍ଷକ ମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା l ଏଥିସହ ଆଗାମୀ ଦିନରେ ଶିକ୍ଷା ସମ୍ପର୍କିତ ଆଲୋଚନା ଚକ୍ର, ସୃଜନଶୀଳତାର ବୃଦ୍ଧି ପାଇଁ କବିତା ପାଠ ଭଳି ଏକାଧିକ କାର୍ଯ୍ୟକ୍ରମର ଆୟୋଜନ ସହ ଏକ ପତ୍ରିକା ପ୍ରକାଶନ କରିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା l ସେହିଭଳି ବିଦ୍ୟାଳୟ ଗୁଡିକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ କରିବାକୁ ମଧ୍ୟ ସ୍ଥିର କରାଯାଇ ଏଦିଗରେ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା l ବୈଠକରେ ରବୀନ୍ଦ୍ରନାଥ ଯୋଷୀ, ବୈଷ୍ଣବ ମେହେର, ତରୁଣ କୁମାର ମେହେର, ବଂଶୀଧର ଜଗତ, ଭୀମସେନ ମେହେର, ଉପେନ୍ଦ୍ର ସୁନାନୀ, ଖଗେଶ୍ୱର ବାଗ, ଗୌତମ ମେହେର, ହରେକୃଷ୍ଣ ମେହେର, ପ୍ରସନ୍ନ ସାହୁ, ସାନୁର୍ଯ୍ୟ ମେହେର ପ୍ରମୁଖ ଶିକ୍ଷକ ଓ ସିଆରସିସି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଶେଷରେ ଶିକ୍ଷକ ମନୋରଞ୍ଜନ ମେହେର ଧନ୍ୟବାଦ ଦେଇଥିଲେ l

Related posts

କଳାହାଣ୍ଡି: ପୋଖରୀରେ ଗାଧୋଇବା ବେଳେ ବୁଡିଗଲେ ଦୁଇ ନାବାଳକ, ଉଦ୍ଧାର ହେଲା ମୃତଦେହ

masiha

ଜଳି ହୋଇଥିବା ଥିବା ବୃଦ୍ଧା ଚିକିତ୍ସା ସମୟରେ ମୃତ 

Sunil Chandra Nayak

ସ୍ୱାୟତ୍ତ ଶାସନ ଦିବସରେ କିନ୍ନର ମାନଙ୍କୁ ସମର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!