ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇବର ଠକେଇର ଅତ୍ୟଧିକ ତଦନ୍ତ ଜାରି ରଖିବା ଓ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ହିଞ୍ଜିଳି ଥାନା ଅଧିକାରୀ ସମ୍ମାନିତ 

ସାଇବର ଠକେଇର ଅତ୍ୟଧିକ ତଦନ୍ତ ଜାରି ରଖିବା ଓ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ହିଞ୍ଜିଳି ଥାନା ଅଧିକାରୀ ସମ୍ମାନିତ 

ଗଞ୍ଜାମ ;୧୧/୦୪ ବିଗତ ଫେବୃଆରୀ ମାସରେ ଗଞ୍ଜାମ ଜିଲ୍ଲାର ୨୬ ଟି ଥାନା ମଧ୍ୟରେ ସାଇବର ସୁରକ୍ଷା ସଚେତନତା ତଥା ସାଇବର୍ କବଚ ରେ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଲୋକଙ୍କୁ ଠକୁଥିବା ନଅ ଅପରାଧୀ ଙ୍କୁ ଧରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କ ୩୫ ଲକ୍ଷ ଟଙ୍କା ର ଆକାଉଣ୍ଟ କୁ ଜବତ୍ କରିବା,ଅଧିକ ରୁ ଅଧିକ ତଦନ୍ତ ଜାରି ରଖିବା ଓ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ହିଞ୍ଜିଳି ଥାନା ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କୁ ସମ୍ମାନିତ କରାଯାଇଛି। ଆଜି ଗଞ୍ଜାମ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।ସାଇବର ଅପରାଧ ବୃଦ୍ଧି ପାଉଥିବା ପରିପ୍ରେକ୍ଷିତ ରେ ହିଞ୍ଜିଳି ଥାନା ପକ୍ଷରୁ ବିଭିନ୍ନ ସ୍କୁଲ, କଲେଜ ଓ ଗ୍ରାମଞ୍ଚଳ ରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଲୋକମାନଙ୍କୁ ଅନଲାଇନ ଠକେଇ, OTP ଠକେଇ, ଭୁଆ ଲିଙ୍କ ଓ ସୋସିଆଲ ମିଡିଆ ଦୁରୁପଯୋଗ ସମ୍ପର୍କରେ ସଚେତନ କରାଯାଇଥିଲା। ଏହାର ଫଳରେ ଅନେକ ଲୋକ ସାଇବର ଠକେଇ ରୁ ସୁରକ୍ଷିତ ରହିପାରିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।ଏହି ସଫଳତା ପାଇଁ ହିଞ୍ଜିଳି ଥାନା ଥାନା ଅଧିକାରୀ ଓ କର୍ମଚାରୀ ଙ୍କ ଉଦ୍ୟମ କୁ ଏସପି ପ୍ରଶଂସା କରିଥିଲେ। ଆଗାମୀ ଦିନରେ ମଧ୍ୟ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related posts

ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

ଧର୍ମଗଡ ରୋଡ଼ ରେଲ ଷ୍ଟେସନ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଲେ ଧର୍ମଗଡ ବିଧାୟକ

masiha

୧- ୧୫ ଟିକିଆ ହାତୀପଲଙ୍କ ଉପଦ୍ରବ: କଦଳୀ,ନଡ଼ିଆ ଓ ପନିପରିବା ବଗିଚା ଉଜାଡ଼ିଲେ,୨-ବର୍ଷାରେ ପୁରୁଣା କଟକ ସମ୍ବଲପୁର ୪୨ ନଂ ଜାତୀୟ ରାଜପଥର ଓସ୍ତପାଳ ରୋଡ ସାଇଡି ଭାଙ୍ଗିଲା ,୩-ବିଦ୍ୟୁତ୍ ଆଘାତରେ ମହିଳା ମୃତ , ୪- ବଜ୍ରାଘାତରେ ପରିବାରର ୫ ଆହତ

Sunil Chandra Nayak

Leave a Comment

error: Content is protected !!