ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇବର ଠକେଇର ଅତ୍ୟଧିକ ତଦନ୍ତ ଜାରି ରଖିବା ଓ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ହିଞ୍ଜିଳି ଥାନା ଅଧିକାରୀ ସମ୍ମାନିତ 

ସାଇବର ଠକେଇର ଅତ୍ୟଧିକ ତଦନ୍ତ ଜାରି ରଖିବା ଓ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ହିଞ୍ଜିଳି ଥାନା ଅଧିକାରୀ ସମ୍ମାନିତ 

ଗଞ୍ଜାମ ;୧୧/୦୪ ବିଗତ ଫେବୃଆରୀ ମାସରେ ଗଞ୍ଜାମ ଜିଲ୍ଲାର ୨୬ ଟି ଥାନା ମଧ୍ୟରେ ସାଇବର ସୁରକ୍ଷା ସଚେତନତା ତଥା ସାଇବର୍ କବଚ ରେ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଲୋକଙ୍କୁ ଠକୁଥିବା ନଅ ଅପରାଧୀ ଙ୍କୁ ଧରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କ ୩୫ ଲକ୍ଷ ଟଙ୍କା ର ଆକାଉଣ୍ଟ କୁ ଜବତ୍ କରିବା,ଅଧିକ ରୁ ଅଧିକ ତଦନ୍ତ ଜାରି ରଖିବା ଓ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ହିଞ୍ଜିଳି ଥାନା ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କୁ ସମ୍ମାନିତ କରାଯାଇଛି। ଆଜି ଗଞ୍ଜାମ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।ସାଇବର ଅପରାଧ ବୃଦ୍ଧି ପାଉଥିବା ପରିପ୍ରେକ୍ଷିତ ରେ ହିଞ୍ଜିଳି ଥାନା ପକ୍ଷରୁ ବିଭିନ୍ନ ସ୍କୁଲ, କଲେଜ ଓ ଗ୍ରାମଞ୍ଚଳ ରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଲୋକମାନଙ୍କୁ ଅନଲାଇନ ଠକେଇ, OTP ଠକେଇ, ଭୁଆ ଲିଙ୍କ ଓ ସୋସିଆଲ ମିଡିଆ ଦୁରୁପଯୋଗ ସମ୍ପର୍କରେ ସଚେତନ କରାଯାଇଥିଲା। ଏହାର ଫଳରେ ଅନେକ ଲୋକ ସାଇବର ଠକେଇ ରୁ ସୁରକ୍ଷିତ ରହିପାରିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।ଏହି ସଫଳତା ପାଇଁ ହିଞ୍ଜିଳି ଥାନା ଥାନା ଅଧିକାରୀ ଓ କର୍ମଚାରୀ ଙ୍କ ଉଦ୍ୟମ କୁ ଏସପି ପ୍ରଶଂସା କରିଥିଲେ। ଆଗାମୀ ଦିନରେ ମଧ୍ୟ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related posts

ଶ୍ରୀଅରବିନ୍ଦ ଲିଗାଲ ୟୁନିଟର ଜିଲ୍ଲା ସ୍ତରୀୟ ସମ୍ମିଳନୀ

masiha

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କର ୧୩୬ ତମ ଜନ୍ମମହାମହୋତ୍ସବ ତଥା ରାଇରଙ୍ଗପୁର ସତସଙ୍ଗ ବିହାରର ବାର୍ଷିକ ଉତ୍ସବ

masiha

ଚାରବାହାଲକୁ ବ୍ଲକ୍ ମାନ୍ୟତା ଦାବୀ ଆନ୍ଦୋଳନ ପାଇଁ ସଜବାଜ ହେଲେ ପଞ୍ଚାୟତ ବାସି

masiha

Leave a Comment

error: Content is protected !!