ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଜମି ସୁରକ୍ଷା ପାଇଁ ରାଜ୍ୟପାଳଙ୍କ ସଂବିଧାନିକ ହସ୍ତକ୍ଷେପ ଦାବି

ଆଦିବାସୀ ଜମି ସୁରକ୍ଷା ପାଇଁ ରାଜ୍ୟପାଳଙ୍କ ସଂବିଧାନିକ ହସ୍ତକ୍ଷେପ ଦାବି

ପୂର୍ବତନ ସାଂସଦ ନିରଞ୍ଜନ ବିଶି ପଞ୍ଚମ ସୂଚୀ, ଭୂମି ଆଇନ ଓ ସୁପ୍ରିମକୋର୍ଟ ରାୟ ଉଲ୍ଲେଖ କରି କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେ

ଭୁବନେଶ୍ୱର/ବଲାଙ୍ଗିର:12.04 —  ଆଦିବାସୀ ଜମି ଉପରେ ବୃଦ୍ଧି ପାଉଥିବା ଅବୈଧ ଦଖଲ, ବେନାମୀ କାରବାର, ଜାଲିଆତି ହସ୍ତାନ୍ତର ଓ ଅନଧିକୃତ ପ୍ଲଟିଂକୁ ଗୁରୁତର ସଂବିଧାନିକ ସଙ୍କଟ ବୋଲି ବର୍ଣ୍ଣନା କରି ପୂର୍ବତନ ସାଂସଦ ନିରଞ୍ଜନ ବିଶି ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ବିସ୍ତୃତ ପ୍ରତିନିଧିପତ୍ର ଦାଖଲ କରି ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।

ଶ୍ରୀ ବିଶି ଚିଠି ରେ ଉଲ୍ଲେଖ କରିଛନ୍ତି ଯେ ସଂବିଧାନିକ ସୁରକ୍ଷା, ରାଜ୍ୟ ଆଇନ ଓ ସୁପ୍ରିମକୋର୍ଟର ଐତିହାସିକ ରାୟ ଅନୁସାରେ ଆଦିବାସୀ ଙ୍କ ଜମି କେବଳ ସମ୍ପତ୍ତି ନୁହେଁ, ଏହା ସେମାନଙ୍କ ପରିଚୟ, ସଂସ୍କୃତି, ପାରମ୍ପରିକତା ଓ ଜୀବିକାର ଆଧାର। ଏହି ଜମିର ସୁରକ୍ଷା କରିବା ରାଜ୍ୟର ସଂବିଧାନିକ କର୍ତ୍ତବ୍ୟ।

ପତ୍ରରେ କୁହାଯାଇଛି ଯେ ଅନୁଛେଦ 244 ଅନୁଯାୟୀ ପଞ୍ଚମ ସୂଚୀ ଅନୁସୂଚିତ ଅଞ୍ଚଳ ପାଇଁ ବିଶେଷ ଶାସନ ବ୍ୟବସ୍ଥା ଦେଇଥାଏ ଏବଂ ଆଦିବାସୀ ଜମି ହସ୍ତାନ୍ତର ରୋକିବା ପାଇଁ ରାଜ୍ୟପାଳଙ୍କୁ ବିଶେଷ ବିନିୟମ କରିବାର ଶକ୍ତି ଦେଇଥାଏ। ଅନୁଛେଦ 46 ରାଜ୍ୟକୁ ଆଦିବାସୀମାନଙ୍କୁ ସାମାଜିକ ଅନ୍ୟାୟ ଓ ଶୋଷଣରୁ ସୁରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି। ଅନୁଛେଦ 338A ଅନୁଯାୟୀ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଗଠିତ ହୋଇଛି।

Related posts

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର ୪ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ପୋଡ଼ି ପାଉଁଶ

masiha

ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ପାଳିତ 

masiha

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଲେ ଓଡିଶା ରାଜ୍ଯ ଉଜ୍ଜ୍ୱଳା ଦିଦି ସଂଘ

Leave a Comment

error: Content is protected !!