ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ସମ୍ପାଦକ ୰ଉମେଶ ଚନ୍ଦ୍ର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପୂର୍ବତନ ସମ୍ପାଦକ ୰ଉମେଶ ଚନ୍ଦ୍ର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଖଇରା,୧୨/୪/୨୬- ବାଲେଶ୍ଵର ଜିଲ୍ଲା କୁପାରି ସ୍ଥିତ ମା ଅମ୍ବିକା ବିଶ୍ବ କଲ୍ଯାଣ ସାହିତ୍ୟ ସଂସଦର ସମ୍ପାଦକ ୰ ଉମେଶ ଚନ୍ଦ୍ର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ଭରତ ଚନ୍ଦ୍ର ଦାସ ଓ ବରିଷ୍ଠ ସଭ୍ୟ ତଥା ଉଦ୍ଯକ୍ତା ଅର୍ଜୁନ ଚରଣ ମହାରଣା ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ । ପ୍ରତିମୂର୍ତ୍ତି ଉନ୍ମୋଚନ ସଭାରେ ସଭାପତିତ୍ବ କରିଥିଲେ ସଂସଦର ଉପ-ସଭାପତି ହରେକୃଷ୍ଣ ପଣ୍ଡା । ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ସଂସଦର ସମ୍ପାଦକ ଜଗନ୍ନାଥ ମହାପାତ୍ର । ଏଥିରେ ପ୍ରଫୁଲ୍ଲ କୁମାର ଦାସ, ମହାପାତ୍ର ପୁରୁଷୋତ୍ତମ ବିଶ୍ବାଳ, ସନ୍ଧ୍ୟାରାଣୀ ପଟ୍ଟନାୟକ, ସୁରେନ୍ଦ୍ର ବଳବନ୍ତରାୟ, ଲକ୍ଷ୍ମୀକାନ୍ତ ବିଶ୍ବାଳ, ଲକ୍ଷ୍ମଣ କୁମାର ଗାହାଣ, ବିଷ୍ଣୁ ପ୍ରସାଦ ବହଳୀ, ପୁରୁଷୋତ୍ତମ ନାୟକ, ଗୋଲକ ପ୍ରସାଦ ନାୟକ, ସମିତି ସଭ୍ୟ ଅକ୍ଷୟ କୁମାର ଜେନା, ପ୍ରଭାସ ଚନ୍ଦ୍ର ଦକ୍ଷିଣରାୟ ଓ ଅଜୟ ନାଏକ ପ୍ରମୁଖ ସ୍ବର୍ଗତ ମହାନ୍ତି ବାବୁଙ୍କ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମହାନ୍ତି ବାବୁଙ୍କ ପୁତ୍ର, ପୁତ୍ରବଧୂ, ସହଧର୍ମିଣୀ ଓ ବନ୍ଧୁ ବାନ୍ଧବ କାର୍ଯ୍ୟକ୍ରମରେ ସହଯୋଗ କରି ଉତ୍ସବକୁ ସରସ ସୁନ୍ଦର କରିଥିଲେ । ବିଶ୍ବନାଥ ନାୟକ ସମସ୍ତଙ୍କୁ ଆସନ ଗ୍ରହଣ କରାଇବା ସହିତ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାୟଗଡ଼ ପୌରପରିଷଦ ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ “ଅଙ୍ଗୀକାର-୨୦୨୫” ଶିବିର ଉଦଘାଟିତ

Sunil Chandra Nayak

ନିର୍ବାଚନ ଖର୍ଚ୍ଚ ପରିଚାଳନା ଉପରେ ବୈଠକ ଅନୁଷ୍ଠିତ

masiha

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ପଞ୍ଚମ ଅର୍ଘ୍ୟ : ଭାରତୀୟ ସମ୍ବିଧାନ, ଅସମାନତା, ବିବିଧତା ଶୀର୍ଷକ ଆଲୋଚନା

masiha

Leave a Comment

error: Content is protected !!