ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ ନଗର କମିଟିର ଖଡ୍ଗ ଶୋଭାଯାତ୍ରା ଆସନ୍ତା ୨୧ ରେ ….

ଇସ୍ପାତ ନଗର କମିଟିର ଖଡ୍ଗ ଶୋଭାଯାତ୍ରା ଆସନ୍ତା ୨୧ ରେ ….

ରାଉରକେଲା :ସେକ୍ଟର ୩ ସ୍ଥିତ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟିର ଖଡ୍ଗ ଶୋଭାଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଡ୍ଗ ଭବନ ପରିସରରେ ଅନୁଷ୍ଠିତ ଏହି ବୈଠକରେ ଉପଦେଷ୍ଟା ହରିହର ରାଉତରାୟଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ୱରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆଗାମୀ ଦଶହରା ପର୍ବ ପାଳନ, ବାର ହାତ ଖଣ୍ଡା ପୂଜା, ଖଡ୍ଗ ଶୋଭାଯାତ୍ରା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇଥିଲା। ଉପସ୍ଥିତ ସଭ୍ୟମାନେ ଓ ରାଣୀ ଶୁଇଦେଇ ମହିଳା ଶାଖାର ସଭ୍ୟାମାନେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ସମସ୍ତଙ୍କୁ ୨୧ ତାରିଖ ଦିନ ସକାଳ ୧୦ଟା ପୂର୍ବରୁ ମହାସଭାରେ ଉପସ୍ଥିତ ରହି ପଞ୍ଜିକରଣ, ଶୋଭାଯାତ୍ରା ପ୍ରସ୍ତୁତି ଓ ପୂଜା ଦାୟିତ୍ୱ ନିର୍ବାହ କରିବାକୁ ସାଧାରଣ ସମ୍ପାଦକ ଶ୍ରୀ ପାତ୍ର ଅନୁରୋଧ କରିଥିଲେ। ଠିକ୍ ୧୧ଟା ସମୟରେ ଶୋଭାଯାତ୍ରା ମହାସଭା ଭବନରୁ ବାହାରି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେକ୍ଟର ୨ ବଜାର ଅଞ୍ଚଳ ମଧ୍ୟ ଦେଇ ସେକ୍ଟର ୧ ଦୂର୍ଗା ପୂଜା ମଣ୍ଡପ ହୋଇ ରାଉରକେଲା କ୍ଲବ ବାଟେ ରିଂ ରୋଡ କୁ ବାହାରିବ ଓ ପୁଣି ସେକ୍ଟର ୬ କେନ୍ଦ୍ରୀୟ ବିଦ୍ୟାଳୟ, ସେକ୍ଟର ୬ ହାଇସ୍କୁଲ ରାସ୍ତାରେ ସୁରୁଚି ବଜାର ଓ ମଧୁବନ ରାସ୍ତାରେ ମହାସଭାକୁ ଫେରିବ। ଶେଷରେ ସମସ୍ତେ ଏକତ୍ରିତ ହୋଇ ମଧ୍ୟାହ୍ନ ଭୋଜନ କରି ପ୍ରସ୍ଥାନ କରିବେ। ଏହାକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ ୪ଟି ସବ କମିଟି ଗଠନ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚାସୀନଙ୍କ ମଧ୍ୟରେ ସର୍ବଶ୍ରୀ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାୟକ, ଉପଦେଷ୍ଟା ସୁରେନ୍ଦ୍ର ରାଉତ, ବାବାଜୀ ସ୍ଵାଇଁ, ନାରାୟଣ ସାମଲ ମଞ୍ଚାସୀନ ଥିଲାବେଳେ ସର୍ବଶ୍ରୀ ଅକ୍ଷୟ ଦାସ, ଅକ୍ଷୟ ଜେନା, ଅର୍ଜୁନ ଭୁୟାଁ, ତନୁ ପ୍ରଧାନ, ରଞ୍ଜନ କୁମାର ବିଶ୍ବାଳ ପ୍ରମୁଖ ସୁଚିନ୍ତିତ ମତାମତ ରଖିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଗଙ୍ଗାଧର ନାୟକ, ଜଗନ୍ନାଥ ରାଉତ, ଚାନ୍ଦମଣି ବେହୁରା, ତପସ୍ଵିନୀ ନାୟକ,ସ୍ବପ୍ନାରାଣୀ ଭଞ୍ଜଦେଓ ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିର୍ବାଚନ ଖର୍ଚ୍ଚ ପରିଚାଳନା ଉପରେ ବୈଠକ ଅନୁଷ୍ଠିତ

masiha

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ଖଟରୁ ପଡ଼ି ଶିଶୁକନ୍ଯା ମୃତ

Sunil Chandra Nayak

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

masiha

Leave a Comment

error: Content is protected !!