ରାଜନଗର ବିଜେଡି ବିଧାୟକ ପ୍ରାଥୀ ଧ୍ରୁବ ଙ୍କ ଶୋଭାଯାତ୍ରା ସମୟରେ ଫୁଟୁଥିବା ବାଣପଡି ଜଳିଗଲା ଘର
କେନ୍ଦ୍ରାପଡ଼ା :-ରାଜନଗର ବ୍ଲକ ହାତିନା ଗ୍ରାମରୁ ବିଜୁ ଜନତାଦଳର ଶୋଭାଯାତ୍ରା ବାହାରୁଥିଲା ।ରାଜନଗର ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ଧୃବ ସାହୁ ଶୋଭାଯାତ୍ରାରେ ଯାଉଥିବା ବେଳେ କର୍ମୀମାନେ ବାଣ ଫୁଟାଉଥିଲେ । ହାତିନା ଛକରେ ଥିବା ରମେଶଚନ୍ଦ୍ର ରାଉତଙ୍କ ଘର ଯାହାକୁ କି, ବିଶ୍ଵନାଥ ରାଉତ ଭଡାରେ ରହୁଛନ୍ତି । ବିଜେଡି କର୍ମୀ ମାନେ ଫୁଟାଉଥିବା ବକ୍ସ ବାଣ ଫୁଟୁଥିବା ବେଳେ ବାଣ ରୁ ଝରୁ ଥିବା ନିଆଁ ଗୁଲ ରମେଶଙ୍କ ଘର ଉପରେ ଛିଟିକି ପଡିଥିଲା । ଚାହୁଁ ଚାହୁଁ ନିଆଁ ଲାଗିଯାଇଥିଲା। ପରିସ୍ଥିତି ବଡ ଜଟିଳ ହୋଇ ଯାଇଥିଲା ସ୍ଥାନୀୟ ଲୋକେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଘର ଭିତରୁ ଜିନିଷପତ୍ର ଉଦ୍ଧାର କରି ଆଣି ପାରି ନ ଥିଲେ,ଅଗ୍ନି କାଣ୍ଡ ସମୟରେ ଟିଭି ଓ ଅନ୍ୟକିଛି ଆସବାବପତ୍ର ନଷ୍ଟ ହୋଇଯାଇଛି । ଶୋଭାଯାତ୍ରାରେ ଯାଉଥିବା । ବିଧାୟକ ପ୍ରାର୍ଥୀ ଶ୍ରୀ ସାହୁ ଶୋଭାଯାତ୍ରା ଯାତ୍ରା ବନ୍ଦ କରି ରମେଶଙ୍କ ଘରକୁ ଯାଇ ସମବେଦନା ଜଣାଇବା ସହ ଘର ଛପର ପାଇଁ ସଂପୂର୍ଣ ସହାୟତା ଦେବେ ବୋଲି ପ୍ରତି ଶୃ ତି ଦେଲା ପରେ ସେଠାରେ ଉତେଜନା କମିଥିଲା । ଯାହାକୁ ନେଇ ଭିନ୍ନ ଚର୍ଚ୍ଚା ରହିଛି । ଅପରପକ୍ଷରେ ଖବରପାଇ କଂଗ୍ରେସର ବିଧାୟକ ପ୍ରାର୍ଥୀ ଅଶୋକକୁମାର ପ୍ରତିହାରୀ କ୍ଷତି ଗ୍ରସ୍ତ ଅଗ୍ନି ବିପନ୍ନ ରମେଶଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।