ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ ଧରଣୀ ପୀଠରେ ପୋଢ ବଳି

ଗାଁ ଧରଣୀ ପୀଠରେ ପୋଢ ବଳି

ନର୍ଲା(ମନିସ )କଳାହାଣ୍ଡି ଜିଲ୍ଲାର ଆଦିବାସୀଙ୍କ କୃଷି ଭିତ୍ତିକ ତଥା ବିଶ୍ୱାସର ପର୍ବ ପୋଢ ବଳି ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଅକ୍ଷୟ ତୃତୀୟାରେ ଗାଁ ଧରଣୀ ପୀଠରେ ଗାଁ ଜାନୀ ଅକ୍ଷୟ ମାଝୀ, ଗାଁ ଗୈାନ୍ତିଆ ବିଘ୍ନରାଜ ଭୋଇ ସହ ଗାଁ ଝାକର,ଗଣା ଓ ଗ୍ରାମବାସୀମାନେ ନିର୍ଦ୍ଧାରିତ ତିଥି ଲଗ୍ନ ଅନୁସାରେ ପୂର୍ବରୁ ବଳି ପାଇଁ ପ୍ରସ୍ତୁତ କରାଯାଇ ଥିବା ପୋଢକୁ ଗାଧୋଇ ପୂଜାର୍ଚ୍ଚନା ପରେ ଆଜି ଭୋରରୁ ଧରଣୀ ପୀଠରେ ବଳି ପକାଇଥିଲେ। ପ୍ରଚଳିତ ବହୁ ପୁରାଣ ମଧ୍ୟରୁ କଳାହାଣ୍ଡିର କନ୍ଧ ପୁରାଣ ଅନ୍ୟତମ। ଏହି ଲୋକ ପୁରାଣକୁ ଗୋଭାଉତରା ମନ୍ତ୍ର ମଧ୍ୟ କୁହାଯାଏ। ଏହାକୁ ଧରଣୀ ମାତାଙ୍କ ପାଖରେ ପୋଢବଳି ଦେବା ସମୟରେ ଗାନ କରା ଯାଉଥିବାରୁ ବଳି ପର୍ବ ପୂର୍ବରୁ ପ୍ରତିଦିନ ସଂଧ୍ୟାରେ ଏହି ଗୀତ ଗାନ କରାଯାଉ ଥିଲା। ଏହି ଗୀତ ଗାନ କରୁଥିବା ବ୍ୟକ୍ତି କୁଟିଆ କନ୍ଧ ଖୁଟଜାନୀ ନାମରେ ପରିଚିତ।କନ୍ଧ ଲୋକମାନେ ସେହି ସମୟରେ ନିଶାନ,ଢାପ ବଜାଇ ନୃତ୍ୟ ପରିବେଷିଣ କରିଥିଲେ। ଗ୍ରାମର ମଙ୍ଗଳ ସହ ଭଲ ଫସଲ, ରୋଗ ବ୍ୟାଧି ମୁକ୍ତ ଓ ମାଟି ମା’କୁ ସନ୍ତୁଷ୍ଟ କରିବା ପାଇଁ ପାଳିତ ହେଉଥିବା ଏହି ପୋଢ ବଳି ପର୍ବଟି ପ୍ରତି ୧୨ ବର୍ଷରେ ଥରେ ପାଳିତ ହେଉଥିବା ଗାଁର ବୟୋଜ୍ୟେଷ୍ଠ ଲୋକେ କହିଛନ୍ତି। ଗାଁ ଜାନୀ, ଗୌନ୍ତିଆଙ୍କ ସହ ଆନନ୍ଦ ମାଝୀ,ମିନକେତନ ମାଝୀ, କୁବେର ମାଝୀ, ପିତାମ୍ବର ମାଝୀ, ବୈକୁଣ୍ଠ ମାଝୀ,ବମ୍ବେଧର ମାଝୀ, ଭାଗ୍ୟବନ୍ତ ମାଝୀ, ଦୁର୍ଯ୍ୟୋଧନ ମାଝୀ,ଧର୍ମୁ ମାଝୀ,ସୁକଳ ମାଝୀ, ଗୋକୁଳ ମାଝୀ,ରଙ୍କନିଧି ମାଝୀ ଓ ଗ୍ରାମବାସୀମାନେ ଏଥିରେ ସହଯୋଗ କରିଥିଲେ। ଏହି ପୋଢବଳି ପର୍ବକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକେ ଯୋଗଦାନ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ନାବାଳିକା ପିଡିତା ପରିବାର କୁ ଭେଟିଲେ ଭାଜପା ପ୍ରତିନିଧି ଦଳ

Sunil Chandra Nayak

ଲକ୍ଷ୍ମୀମୁଣ୍ଡାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୁଆଁଖାଇ ଭେଟଘାଟ 

masiha

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!