ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଆସନ୍ତା ସାଧାରଣ ନିର୍ବାଚନ ଉପଲକ୍ଷେ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ନେଇ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁରରେ ଆସନ୍ତା ସାଧାରଣ ନିର୍ବାଚନ ଉପଲକ୍ଷେ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ନେଇ ପ୍ରସ୍ତୁତି ବୈଠକ

ମୟୂରଭଞ୍ଜ- ୫/୦୨ ( ମସିହା) ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳା ସହ ସଂପନ୍ନ ହେବା ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ସଭାପତିତ୍ବରେ ଏକ ପ୍ରଶାସନିକ ସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ରାଇରଙ୍ଗପୁର ଏବଂ ସଆରସକଣଆ ନିର୍ବାଚନ ମଣ୍ଡଳୀର ସମସ୍ତ ବିଡ଼ିଓ, ତହସିଲଦାର, ଆଇଆଇସି,ଓଆଇସି ଯୋଗ ଦେଇଥିଲେ । ଏଥିରେ ଆସନ୍ତା ନିର୍ବାଚନରେ ସମ୍ବେଦନଶୀଳ ଵୁଥ ଚିହ୍ନଟକରଣ,ତାହାକୁ ସିସିଟିଭି ସର୍ଭେଲାନ୍ସ ଭିତରେ ରଖିବା, ପୋଲିଂ ପାର୍ଟି ମାନେ କିଭଳି ବୁଥ ପାଖରେ ସହଜରେ ଓ ନିରାପଦରେ ପହଞ୍ଚି ପାରିବେ ତାହାକୁ ନେଇ ରୁଟ ଚାର୍ଟ କରିବା,,ଯୁବ ଭୋଟର ମାନଙ୍କୁ ଅଧିକରୁ ଅଧିକ ଭୋଟର ତାଲିକାରେ ଯୋଡିବା,ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରିବା ସହ ଭୋଟର ମାନେ ଘରେ ଥାଇ ପୋଷ୍ଟାଲ ଭୋଟ ପ୍ରଦାନ କରି ପାରିବେ ଇତ୍ୟାଦି ଉପରେ ଆଲୋଚନା କରାଯାଇ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ହୋଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଅବ୍ୟବସ୍ଥାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

masiha

ଆଜି ଜାତୀୟ ଆମ୍ବ ଦିବସ।ଜାପାନୀ ପ୍ରଜାତିର ଆମ୍ବ ଫଳାଇ ଚର୍ଚ୍ଚାରେ ରକ୍ଷାକର ଭୋଇ

Sunil Chandra Nayak

ବିଜଲୀ ସାହୁଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!