ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର

ଭବାନୀପାଟଣା: ତା12.4.2026 ରାଜ୍ୟସରକାର ଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ପହିଲା ରୁ ଜିଲା ପ୍ରଶାସନ ପକ୍ଷରୁ ଓଡିଆ ପକ୍ଷ ପାଳନ କରାଯାଉଛି। ଆଜି ସ୍ଥାନୀୟ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ରେ ବନ୍ଧନୀୟ ବରପୁତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ସମ୍ମାନିତ ଅତିଥି ଭାବେ ପୂର୍ବତନ ଭାରପ୍ରାପ୍ତ ଭି ସି ଡଃ ନିବେଦିତା ନାଥ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଡେପୁଟି ରେଜିଷ୍ଟର ଜୟଦେବ ସାହୁ, ଯୋଗଦେଇ କାର୍ଯ୍ୟକ୍ରମକୁ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଲେଖକ ଉମାଶଙ୍କର କର, ଡଃ ଉମେଶ ଚନ୍ଦ୍ର ଶତପଥି, ସୁଦର୍ଶନ ଦାସ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅଜୟକୁମାର ମିଶ୍ର, ଦିଲେଶ୍ଵର ରଣା,ଅବିନାଶ ମୁଣ୍ଡ ପ୍ରମୁଖ ଯୋଗଦେଇ ଓଡିଶା ର ବରପୁତ୍ର ମାନଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ କବି କବୟତ୍ରୀ ମାନଙ୍କ ଦ୍ଵାର କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ଅଧ୍ୟାପକ ଡ଼ୋଲାମଣୀ ଧାରୁଆ ପରିଚାଳନା କରିଥିଲେ।

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

୨୭ ଜଣଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ 

Sunil Chandra Nayak

ବିଶିଷ୍ଟ ମହିଳା ସମାଜସେବୀ ଗାନ୍ଧୀ ବାଦୀ ତଥା ସର୍ବୋଦୟ ଜିଲ୍ଲା ସଭାପତି ଓ ସ୍ଵାଧୀନତା ସଂଗ୍ରାମୀ ରବି ମାଝୀ ଙ୍କ ପୁତ୍ରବଧୂ ଶ୍ରୀମତୀ ନୟନା ମାଝୀ ଙ୍କ ଦେହ ଅସୁସ୍ଥ:ଭେଟିଲେ କଂଗ୍ରେସ ଜିଲ୍ଲା ସଭାପତି ଓ ମହିଳା ସାମାଜ ସେବୀ 

masiha

ଅସହାୟ ବିଧବା ବୃଦ୍ଧା ମହିଳାଙ୍କୁ ମିଳୁନି ଅନ୍ତୋର୍ଦୟ ଗୃହ

Sunil Chandra Nayak

Leave a Comment

error: Content is protected !!