ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଷ ପଈ ବ୍ୟକ୍ତି ଙ୍କ ଆତ୍ମହତ୍ୟା 

ବିଷ ପଈ ବ୍ୟକ୍ତି ଙ୍କ ଆତ୍ମହତ୍ୟା 

ଡାବୁଗାଁ, ୧୪/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ବିଜାପୁର- ଡ଼ଙ୍ଗରିଗୁଡା ଗ୍ରାମର ଜଣେ ବ୍ୟକ୍ତି ବିଷ ପଈ ଆତ୍ମହତ୍ୟା କରିଥିବା ନେଇ ମଙ୍ଗଳବାର ଅପରାହ୍ନରେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ବିଜାପୁର- ଡ଼ଙ୍ଗରିଗୁଡା ଗ୍ରାମର କମଳଲୋଚନ ନାୟକ (୫୫) ଙ୍କ କିଛି ଦିନ ହେଲା ମାନସିକ ବିକୃତି ହୋଇଥିଲା | ଯାହା ଫଳରେ କମଳଲୋଚନ ଗାଁରେ ବିଭିନ୍ନ ଆଡେ ବୁଲାବୁଲି କରୁଥିଲେ | ୧୩ ତାରିଖ ଦିନ ପୂର୍ବାହ୍ନ ପ୍ରାୟ ୧୧ ଘ. ସମୟ ହେବ କମଳଲୋଚନ ନିଜ ଚାଷ ଜମି ଆଡକୁ ବୁଲିବାକୁ ଯାଇ ସେଠାରେ ଥିବା କୀଟନାଶକ ଔଷଧ ପିଇ ଦେଇଥିଲେ | ବିଷ ପଈବା ପରେ କମଳଲୋଚନ ସେହି ସ୍ଥାନରେ ପଡି ଯାଇ ପାଟିକରି ଥିଲେ | ଜମିରେ କାମ କରୁଥିବା ଲୋକ ମାନେ ତାଙ୍କୁ ଉଦ୍ଧାର କରି ଗ୍ରାମକୁ ଆଣିଥିଲେ | ସଙ୍ଗେ ସଙ୍ଗେ କମଳଲୋଚନ ଙ୍କୁ ଉମରକୋଟ ଉପଖଣ୍ଡ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ | ସେଠାରେ ଚିକିତ୍ସିତ ହେଉଥିବା ବେଳେ ମଙ୍ଗଳବାର ସକାଳ ୧୦ ଘ. ସମୟରେ ଡାକ୍ତର କମଳଲୋଚନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ | ଏନେଇ ମୃତକର ପୁତୁରା ଆଜି ଅପରାହ୍ନ ୧ ଘ. ସମୟରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ପରେ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୭/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭିଜିଲାନ୍ସ ଜାଲରେ କନିଷ୍ଟ ଯନ୍ତ୍ରୀ ଦେବ ଚନ୍ଦନ ରାଉତ

Sunil Chandra Nayak

ଜାତିକୁ ଆକ୍ଷେପ କରି ଗାଳିଗୁଲଜ ଅଭିଯୋଗ, ଥାନାରେ ଏତଲା

ରକ୍ତାକ୍ତ ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର ,ହତ୍ୟା ହୋଇଥିବା ନେଇ ଥାନାରେ ଏତଲା

Leave a Comment

error: Content is protected !!