ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରରେ ହନୁମାନ ଜୟନ୍ତୀ ପାଳିତ 

ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରରେ ହନୁମାନ ଜୟନ୍ତୀ ପାଳିତ 

ନୟାହାଟ ୧୪/୪, ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ ସ୍ଥିତ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର ପରିସରରେ ସଙ୍କଟ ମୋଚନ ଶ୍ରୀ ଶ୍ରୀ ହନୁମାନ ଜୀଉ ଙ୍କ ଜନ୍ମ ଉତ୍ସବ ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ତତ୍ବାବଧାନରେ ଆଜି ଆନନ୍ଦ ଓ ଉଲ୍ଲାସ ରେ ପାଳିତ ହୋଇଯାଇଛି। ପ୍ରତ୍ୟୁଷ ରୁ ବିଭିନ୍ନ ଅଞ୍ଚଳ ରୁ ଶହ ଶହ ଭକ୍ତ, ଶ୍ରଦ୍ଧାଳୁ ଆଶ୍ରମ ଆସି ପ୍ରଭୁ ହନୁମାନ ଜୀଉ ଙ୍କ ଦର୍ଶନ ଓ ପୂଜା ଅର୍ଚ୍ଚନା କରି କୃପା ଭିକ୍ଷା ଲାଭ କରିଥିଲେ। ଏହି ଉପଲକ୍ଷେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ସହିତ ହନୁମାନ ଚାଳିଶା କରାଯାଇଥିଲା। ବଜ୍ରଂଦଳ ର ସମସ୍ତ ସଭ୍ୟ ଏହି ପୂଜା ରେ ଭାଗ ନେଇ ଥିଲେ। ବାଳଭୋ ଗ, ରାଜ ଭୋଗ ଓ ସନ୍ଧ୍ୟା ରେ ପଣା ଭୋଗ ଲାଗି କରା ଯାଇଥିଲା। ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆନନ୍ଦ ରେ ପ୍ରସାଦ ପାଇଥିଲେ।ଆଶ୍ରମ ରେ ବର୍ଷକ ରେ ପାଳନ ହେଉଥିବା ୨୭ ପର୍ବ ରୁ ଏହା ଅନ୍ୟତମ ବୋଲି ସେବକ ପ୍ରୀତି ରଞ୍ଜନ ଦାସ ପ୍ରକାଶ କରିଛନ୍ତି।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ରୁପ୍ରା ରୋଡ ରେ ହନୁମାନ ଜୟନ୍ତୀ ପାଳିତ

Sunil Chandra Nayak

ପରମ୍ପରା ବଜାୟ ରଖି ଛନ୍ତି ଧଣ୍ଡରା ଅଞ୍ଚଳ ବାସି , ନୂଆ ଖାଇ ଅବସରରେ ଅ ଦ୍ଵିତୀୟ ପର୍ବ ମୋନାଉ ଛନ୍ତି ‘ଡଙ୍ଗରି ଚେଗା

masiha

ବ୍ରହ୍ମlକୁମାରୀ ଗୀତା ପାଠଶାଳା ରେ ତ୍ରିମୁର୍ତ୍ତି ଶିବ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!