ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାରଳା ପରିବାରର ମା ଶାରଳାଙ୍କ ପୂଜା 

ଶାରଳା ପରିବାରର ମା ଶାରଳାଙ୍କ ପୂଜା 

ରାଉରକେଲା: ସାମାଜିକ ଅନୁଷ୍ଠାନ ଶାରଳା ପରିବାର ତରଫରୁ ସେକ୍ଟର ୨୦ ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ଠାରେ ମା ଶାରଳାଙ୍କ ପୂଜା, ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଭଜନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଭାତ କିଶୋର ସ୍ବାଇଁ ଓ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀ ଙ୍କ ଆବାହକତ୍ୱରେ ଆୟୋଜିତ ଏହି ସମସ୍ତ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ କେଦାର ପ୍ରସାଦ ଦାସ ଓ ପ୍ରମିଳା ଦାସ ତଥା ପୂଜକ ଭାବେ ସଞ୍ଜୟ ପଣ୍ଡା ଦାୟିତ୍ଵ ତୁଲାଇଥିଲେ। ସେହିପରି ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପଣା ବଣ୍ଟନ ସହ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା। ସେହିପରି ଯୁବଜ୍ୟୋତି କଳା ପରିଷଦ ତରଫରୁ ମାନସୀ ଦେ ଙ୍କ ସଂଯୋଜନାରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶୁଭ୍ରାରାଣୀ କର, ଦେବେନ୍ଦ୍ର ରଣା, ରଶ୍ମିପ୍ରିୟା ରଣା, ଶୁଭଶ୍ରୀ ଭୋଇ, ଲିଲିରାଣୀ ପଣ୍ଡା, ସମୃଦ୍ଧି ପ୍ରତିପ୍ରିତି,ଶରତ ପଣ୍ଡା ପ୍ରମୁଖ ଭଜନ ପରିବେଷଣ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କିଛି କର୍ମକର୍ତ୍ତା ଓ କଳା ପରିଷଦର କର୍ମକର୍ତ୍ତାଙ୍କୁ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ କୋଷାଧ୍ୟକ୍ଷ ବାଇଧର ପ୍ରଧାନ, ସସ୍ମିତା ପ୍ରଧାନ, ପ୍ରଶାନ୍ତ କୁମାର ତରେଇ,ମଳୟ ନାୟକ, ସୁଧାଂଶୁ ସୂତାର, ଗୈ।ରାଙ୍ଗ ଚରଣ ସ୍ବାଇଁ, ଭବାନୀ ଦାସ,କବିନ୍ଦ୍ର ସ୍ବାଇଁ, ସୁଶାନ୍ତ ରାଉତ, ଅକ୍ଷୟ ବାରିକ, କୈଳାଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ଓ ବିଶ୍ଵମୃତ୍ତିକା ଦିବସ ପାଳିତ

masiha

ମିଶନ୍‌ ଆକାଂକ୍ଷା କଳାହାଣ୍ଡିରେ ଆରମ୍ଭ – ସ୍ଥାନୀୟ ଯୁବକମାନଙ୍କୁ ନିଶୁଳ୍କ UPSC ପ୍ରଶିକ୍ଷଣ

Sunil Chandra Nayak

ଜନଗଣନା ର ଶୁଭାରମ୍ଭ ଓ କୀଟ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!