ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଦେଵାନୀ ବିଚାରପତି ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ବରିଷ୍ଠ ଦେଵାନୀ ବିଚାରପତି ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ନବରଙ୍ଗପୁର:(୧୬|୪)(ରବି ନାରାୟଣ ମହାନ୍ତି)*ଆଜି ସ୍ଥାନୀୟ ନବରଙ୍ଗପୁର ଜିଲ୍ଲା ଓ ଦୌରା ଜଜ ଙ୍କ ଅଦାଲତ ପରିସରରେ ଥିବା ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ତରଫରୁ ବରିଷ୍ଠ ଦେଵାନୀ ବିଚାରପତି ଶ୍ରୀମତୀ ମୋନିତା ତ୍ରିପାଠୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଏଥିସହ ନବରଙ୍ଗପୁର ଓକିଲ ସଙ୍ଘ ସହ ବାର ଓ ବେଞ୍ଚ ସହ ସମ୍ପର୍କ ସହ ତାଙ୍କର ନ୍ୟାୟିକ ପ୍ରକ୍ରିୟା ର ସ୍ମୃତିଚାରଣ କରାଯିବା ସହ ତାଙ୍କୁ ନବରଙ୍ଗପୁର ଜିଲ୍ଲା କୁ ପୁଣି ଥରେ ଆସିବା ପାଇଁ ଅନୁରୋଧ କରାଯାଇଥିଲା* l *ଏଥିରେ ମୁଖ୍ୟ ଅତିଥି ଭାବେ ବିଦାୟକାଳୀନ ବିଚାରପତି ଶ୍ରୀମତୀ ମୋନିତା ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରେଜିଷ୍ଟ୍ରାର ଶ୍ରୀମତୀ ଶାଶ୍ଵତୀ ମିଶ୍ର ଯୋଗ ଦେଇଥିଲେ l ଏହି ସଭାରେ ସିରାଜଉଦ୍ଦିନ ଅହମଦ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ତପନ ସିଂ ସ୍ୱାଗତ ଭାଷଣ ଦେଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ l ଏଥିରେ ରେଜିଷ୍ଟ୍ରାର ଶ୍ରୀମତୀ ଶାଶ୍ଵତୀ ମିଶ୍ର ପ୍ରଥମେ ବକ୍ତବ୍ୟ ରଖିଥିଲେ ଓ ପରେ ମୁଖ୍ୟ ଅତିଥି ଶ୍ରୀମତୀ ମୋନିତା ତ୍ରିପାଠୀ ନିଜ ବକ୍ତବ୍ୟ ରଖିଥିଲେ ଯାହା ଗୋଟିଏ ଭାବବିହ୍ଵଳ ପରିବେଶ ସୃଷ୍ଟି କରିଥିଲା l ନବରଙ୍ଗପୁର ଓକିଲ ସଙ୍ଘର ବରିଷ୍ଠ ସଦସ୍ୟ ସି.ଏଚ ବାବା ଯୁଗନ୍ଧର,ହରିନାରାୟଣ ବେହେରା,ମାନସ ତ୍ରିପାଠୀ,ସନ୍ତୋଷ ମିଶ୍ର,ଶ୍ରୀକାନ୍ତ କୁମାର ପଣ୍ଡା, କିଶୋରୀ ପଟ୍ଟନାୟକ,ବିଧୁ ଶେଖର ତ୍ରିପାଠୀ ପ୍ରମୁଖ ନିଜ ବକ୍ତବ୍ୟ ରଖିବା ସହ ତାଙ୍କ ଚାକିରୀ ରହଣି ସମୟ ର ସ୍ମୃତିଚାରଣ କରିଥିଲେ l ଏଥିରେ ସଙ୍ଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ପରିଶେଷରେ ସଙ୍ଘ ର ଉପସଭାପତି ସଦାଶିବ ସାହୁ ଧନ୍ୟବାଦ ଅର୍ପଣ କରିବା ସହ ସଭା ସମାପ୍ତ କରାଯାଇଥିଲା* l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗୋସାଣୀନୂଆଗାଁ ଓ ବିଜିପୁର ମଣ୍ଡଳରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ନୂତନ ରାଶନ କାର୍ଡ ବଣ୍ଟନ

Sunil Chandra Nayak

ରାୟଗଡ ଜିଲ୍ଲାପାଳଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

Sunil Chandra Nayak

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଦିନିକିଆ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

Sunil Chandra Nayak

Leave a Comment

error: Content is protected !!