ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବର୍ଦ୍ଧିତ ହେଲେ ସମାଜସେବୀ ଭରତ ବାଇ 

ସମ୍ବର୍ଦ୍ଧିତ ହେଲେ ସମାଜସେବୀ ଭରତ ବାଇ 

ରାଉରକେଲା: ନିଜର ପ୍ରତିବଦ୍ଧତା ଓ ସାମାଜିକ ଦାୟିତ୍ୱବୋଧ କୁ ଦୃଷ୍ଟିରେ ରଖି କାର୍ଯ୍ୟ କରୁଥିବା ସମାଜସେବୀ ଭରତ ବାଇଙ୍କୁ ହମିରପୁର ଉନ୍ନୟନ ପରିଷଦ ତରଫରୁ ହମିରପୁର ସେବାନିଧି ସମ୍ମାନରେ ସମ୍ମାନିତ କରାଯାଇଛି। ହମିରପୁର ସ୍ଥିତ ହନୁମାନ ମନ୍ଦିରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ଡ଼ ସୁମନ ଦତ୍ତ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥି ଭାବେ ଐତିହାସିକ ଡ଼ଃ ପ୍ରଭାତ କୁମାର ମଲ୍ଲିକ ଯୋଗଦେଇ ଓଡ଼ିଆ ନବବର୍ଷ ଓ ସମାଜସେବୀ ଶ୍ରୀ ବାଇ ଙ୍କ ସାମାଜିକ ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲେ। ଏହାସହ ଭାଷା ସାହିତ୍ୟ ଓ ଓଡ଼ିଆ ନବବର୍ଷ ପାଳନର ଭିତ୍ତିଭୂମି ଉପରେ ବେଶ ଉପାଦେୟ ତଥ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସମାଜସେବୀ ଭରତ ବାଇଙ୍କୁ ଯିଏ କି ନିଜେ ଭଡା ଘରେ ରହି ସୁନ୍ଦରଗଡ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ନିରାଶ୍ରୟଙ୍କୁ ୪୫ ଟି ଗୃହ ନିର୍ମାଣ କରି ଦାନ କରିଛନ୍ତି, ତାଙ୍କର ଏହି ଅବଦାନକୁ ସମ୍ମାନ ଜଣାଇ ହମିରପୁର ଉନ୍ନୟନ ପରିଷଦ ସେବାନିଧି ସମ୍ମାନ ରେ ସମ୍ମାନିତ କରିଛି। ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ ସ୍ବାଗତ ଭାଷଣ ଓ ସମ୍ପାଦକ ଆଇନଜୀବୀ ନିରଞ୍ଜନ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ଆରତୀ କର ବନ୍ଦେ ଉତ୍କଳ ଜନନୀ ଗାନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ସାମନ୍ତରାୟ,ଏସ ରାଜୁ,ପି ପି ରାୟ, ବିଷ୍ଣୁଚରଣ ନାୟକ, ମହେଶ୍ୱର ସାହୁ, କ୍ରିଷ୍ଣା ସାହୁ, ପ୍ରିୟବ୍ରତ ମହାପାତ୍ର, ପ୍ରତ୍ୟୁଷ ମିଶ୍ର,ପି ମହାପାତ୍ର,ଜି ବେଗ୍,ଏ କେ ସାହୁ, ଶାନ୍ତନୁ ପାତ୍ର, ଜ୍ୟୋସ୍ନରାଣୀ ରାଉତ, ନିର୍ଝରଣୀ ସାମନ୍ତରାୟ,ମଞ୍ଜୁରାଣୀ ଗୋଥ, ଶାନ୍ତିଲତା ସାହୁ, ଉର୍ମିଳା ସାହୁ, ଆରତୀ କର, ମହେନ୍ଦ୍ର ପଣ୍ଡିତ, ଗଙ୍ଗାଧର ଦାଶ,କରୁଣାକର ବିଶ୍ବାଳ,ଶମ୍ବୁ ପାଣ୍ଡେ, ଏସ କେ ରାୟଗୁରୁ,ସାନି ପାତ୍ର,ଡିମ୍ପି ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦାନ କର୍ମ ଜ୍ଞାନ ସାହିତ୍ୟ କର୍ମଶାଳା

masiha

୧୧ ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ପ୍ରତିବାଦ ସଭା

Sunil Chandra Nayak

ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ,ଗୋବିନ୍ଦପୁରରେ ଗୁରୁଦିବସ ପାଳନ ସହ ସର୍ବପଲ୍ଲୀ ଗୁରୁଗୌରବ ସମ୍ମାନ-୨୦୨୩ ପ୍ରଦାନ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!