ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିନ୍ଦଲ ସ୍କୁଲର ଛାତ୍ର ବିରାଟ ସିଂ ଇସ୍ରୋ YUVIKA ପାଇଁ ମନୋନୀତ

ଜିନ୍ଦଲ ସ୍କୁଲର ଛାତ୍ର ବିରାଟ ସିଂ ଇସ୍ରୋ YUVIKA ପାଇଁ ମନୋନୀତ

ବଡ଼ବିଲ: ଜିନ୍ଦଲ ସ୍କୁଲର ଦଶମ ଶ୍ରେଣୀର ଛାତ୍ର ବିରାଟ ସିଂ Indian Space Research Organisation (ଇସ୍ରୋ) ଦ୍ୱାରା ଆୟୋଜିତ ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ (YUVIKA) ପାଇଁ ମନୋନୀତ ହୋଇଛନ୍ତି। ବିଜ୍ଞାନ, ବିଶେଷ କରି ମହାକାଶ ବିଜ୍ଞାନ ପ୍ରତି ତାଙ୍କର ଗଭୀର ଆଗ୍ରହ ଓ ନିଷ୍ଠା ଏହି ସଫଳତାର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି।

ଏହି ଗୌରବଜନକ ସଫଳତା ପାଇଁ ବିରାଟଙ୍କୁ ସ୍କୁଲର ଅଧ୍ୟକ୍ଷା ସଂଗୀତା ଦାସ, ଶିକ୍ଷକ-ଶିକ୍ଷୟିତ୍ରୀମାନେ ଓ ପରିଚାଳନା କମିଟିର ସଦସ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି। ସ୍କୁଲ ପକ୍ଷରୁ କୁହାଯାଇଛି ଯେ, ଏହା ନ କେବଳ ବିରାଟଙ୍କ ପାଇଁ, ବରଂ ସମଗ୍ର ସ୍କୁଲ ଓ ଅଞ୍ଚଳ ପାଇଁ ଗର୍ବର ବିଷୟ।

ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ (YUVIKA)ର ଲକ୍ଷ୍ୟ ହେଉଛି ପିଲାମାନଙ୍କ ମଧ୍ୟରେ ପୁସ୍ତକ ଜ୍ଞାନ ସହ ଗବେଷଣାତ୍ମକ ଜ୍ଞାନର ସମନ୍ୱୟ କରାଇବା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉପଗ୍ରହ ପ୍ରଯୁକ୍ତି, ରକେଟ ଉତକ୍ଷେପଣ, ମହାକାଶ ଅଭିଯାନ ଓ ମହାକାଶ ପଦାର୍ଥ ବିଜ୍ଞାନ ଭଳି ବିଷୟରେ ପ୍ରାୟୋଗିକ ଜ୍ଞାନ ଅର୍ଜନ କରିପାରିବେ।

ଏହା ସହିତ, ମନୋନୀତ ଛାତ୍ରଛାତ୍ରୀମାନେ ଦେଶର ବିଭିନ୍ନ ଇସ୍ରୋ କେନ୍ଦ୍ରରେ ପ୍ରତିଷ୍ଠିତ ବୈଜ୍ଞାନିକ ଓ ଗବେଷକମାନଙ୍କ ନିକଟରୁ ପ୍ରତ୍ୟକ୍ଷ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇବେ।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ତୃତୀୟ ଜିଲ୍ଲା ସମନ୍ଵୟ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

masiha

ରେଳ ଧାରଣାରେ କଟି ଜଣେ ମୃତ 

ଜଙ୍ଗଲ ନିଆଁକୁ ରୋକିବା ପାଇଁ ବନ ବିଭାଗ ଦ୍ବାରା ସାମିଲ୍ ହେଲେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ

Sunil Chandra Nayak

Leave a Comment

error: Content is protected !!