ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

କେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା 

ଡାବୁଗାଁ, ୧୬/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ନନ୍ଦପୁରା ଗ୍ରାମରେ ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ନେଇ ଗୁରୁବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଡୁରୁକିଗୁଡା ଗ୍ରାମର ଚଇତୁ ଭତ୍ରା (୨୩) ଗୁରୁବାର ସକାଳୁ ନିଜ ଘରୁ ବାହାରି ଆସିଥିଲେ | ଗ୍ରାମ ନିକଟ ନନ୍ଦପୁରା ଗ୍ରାମର ହାଟପଦା ଠାରେ ଥିବା ଏକ ଆମ୍ବ ଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ | ଆଜି ଦିନ ୨ ଘ. ସମୟରେ ନନ୍ଦପୁରା ଗ୍ରାମର ଲୋକ ସେହି ସ୍ଥାକୁ ଛାଇରେ ବିଶ୍ରାମ ନେବାକୁ ଯାଇଥିଲେ | ସେଠାରେ ଥିବା ପିଣ୍ଡିରେ ବସିଥିବା ବେଳେ ଉପରକୁ ଦେଖିବାରୁ ଜାଣିଥିଲେ ଯେ ଜଣେ ଯୁବକ ଆମ୍ବ ଗଛରେ ଝୁଲୁଛି | ଉକ୍ତ ଖବର ଗ୍ରାମରେ ଖେଳି ଯାଇ ଅନ୍ୟ ଗ୍ରାମକୁ ଖବର ଦିଆଯାଇଥିଲା | ଡୁରୁକିଗୁଡା ଗ୍ରାମର ଲୋକେ ଆସି ଦେଖି ନିଜ ଗ୍ରାମର ଯୁବକ ବୋଲି ଚିହ୍ନଟ କରି ଯୁବର ପରିବାରକୁ ଖବର ଦେଇଥିଲେ | ଖବରପାଇ ମୃତକର ଭାଇ ଧନର ଭତ୍ରା ଆସି ଦେଖି ଥିଲେ ଯେ ଚଇତୁ ଆତ୍ମହତ୍ୟା କରିଛି | ଏନେଇ ମୃତକର ଭାଇ ଧନର ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନାର ସିଂସାରୀ ଫାଣ୍ଡି ଅଧିକାରୀ ଦୂର୍ଗାପ୍ରସାଦ ବ୍ରହ୍ମା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଥିଲା | ଏନେଇ ଥାନା କେସ ନଂ ୯/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନିଖୋଜ ବ୍ୟକ୍ତିଙ୍କ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଗଳିତ ଶବ ଉଦ୍ଧାର

masiha

କୋର୍ଟ ହାଜତକୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ : ପରିତ୍ୟକ୍ତ ଘରୁ ଉଦ୍ଧାର କଲେ ଅବକାରୀ ପୋଲିସ

Sunil Chandra Nayak

ଫେଭର ମାଗି କଲେଜ ଡାଟା ଏଣ୍ଟ୍ରି ଅପରେଟର ଗିରଫ

Sunil Chandra Nayak

Leave a Comment

error: Content is protected !!