ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କାମାକ୍ଷାନଗର ରେ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ଶ୍ରାଦ୍ଧବାର୍ଷିକୀ ପାଳିତ 

କାମାକ୍ଷାନଗର ରେ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ଶ୍ରାଦ୍ଧବାର୍ଷିକୀ ପାଳିତ 

କାମାକ୍ଷାନଗର — କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ତରଫରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଙ୍କର ୨୯ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇ ଯାଇଛି l ସହର ର ବିଜୁ ପଟ୍ଟନାୟକ ବସଷ୍ଟାଣ୍ଡ ରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ସହ ସ୍ଥାନୀୟ ମେଡିକାଲ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା l ପରେ କାମାକ୍ଷାନଗର ଏନଏସି ଅଧ୍ୟକ୍ଷ ତଥା ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡା ଙ୍କ ଅଧ୍ୟକ୍ଷତା ରେ ଅନନ୍ତପୁର ଠାରେ ଥିବା ବିଜେଡି କାର୍ଯ୍ୟାଳୟ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ନିର୍ବାଚନମଣ୍ଡଳୀ ର ବିଭିନ୍ନ ସ୍ଥାନ ରୁ ଶତାଧିକ ବିଜୁପ୍ରେମୀ ଉପସ୍ଥିତ ରହି ପ୍ରବାଦପୁରୁଷ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଏହି ଅବସରରେ ‘ବିଜୁ ବାବୁ ଙ୍କ ଦେଶପ୍ରେମ ଏବଂ ଓଡିଶା ବିକାଶ ର ଅବଦାନ ‘ ଶୀର୍ଷକ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ବିଜୁବାବୁ ଙ୍କ ଅତୁଳନୀୟ ଅବଦାନ କୁ ସମସ୍ତେ ମନେ ପକାଇବା ସହ ତାଙ୍କର ସ୍ମୁତି ଚାରଣ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ଭୁବନ ଏନଏସି ଅଧ୍ୟକ୍ଷ ଶୁଭେନ୍ଦୁ ସାହୁ, ଭୁବନ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, କାମାକ୍ଷାନଗର ଏନଏସି ଉପାଧ୍ୟକ୍ଷା ଶକୁନ୍ତଳା ସେଠୀ,କାମାକ୍ଷାନଗର ବ୍ଲକ ବିଜେଡି ସଭାପତି ପ୍ରଭାସ ରଞ୍ଜନ ମିଶ୍ର, ଭୁବନ ବ୍ଲକ ସଭାପତି, ନଗର ସଭାପତି, ସଭାନେତ୍ରୀ, ଦଳୀୟ ପଦପଦବୀ ରେ ଥିବା ବହୁ ବ୍ୟକ୍ତି ବିଶେଷ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ବହୁ କାଉନସିଲର ଓ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନ ରୁ ଶତାଧିକ ବିଜୁପ୍ରେମୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଆଲୋକ ପାଣିଗ୍ରାହୀ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ମନୋନୀତ

masiha

ଧର୍ମଗଡରେ ଭାରତୀୟ ଜନତା ପାର୍ଟିର ର ହର ଘର ତ୍ରିରଙ୍ଗା ଅଭିଯାନ

masiha

ଧର୍ମଗଡ ରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ

masiha

Leave a Comment

error: Content is protected !!