ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ବାବୁଙ୍କ ୨୯ତମ ତିରୋଧାନ ଦିବସରେ ପ୍ରବାଦ ପୁରୁଷ ଦିବସ ପାଳନ କଲା ବିଜେଡି

ବିଜୁ ବାବୁଙ୍କ ୨୯ତମ ତିରୋଧାନ ଦିବସରେ ପ୍ରବାଦ ପୁରୁଷ ଦିବସ ପାଳନ କଲା ବିଜେଡି

ଭୁବନେଶ୍ୱର, ୧୭/୦୪/୨୦୨୬: ଭାରତର ଗୌରବ, ସାହସ ସଂକଳ୍ପର ଜୀବନ୍ତ ପ୍ରତୀକ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସରେ ବିଜୁ ଜନତା ଦଳ ତରଫରୁ ଶ୍ରଦ୍ଧା ଓ ଗରିମାମୟ ଭାବରେ “ପ୍ରବାଦ ପୁରୁଷ ଦିବସ” ଭାବେ ପାଳିତ ହୋଇଯାଇଛି ।

ଦଳର ନେତୃବୃନ୍ଦଙ୍କ ଉପସ୍ଥିତିରେ ଶଙ୍ଖ ଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଥାଇ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀ ନବୀନ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ, ଦେଶରେ ମହିଳା ମାନଙ୍କୁ ସଶକ୍ତିକରଣ କରିବା ଲକ୍ଷ୍ୟରେ ସେମାନଙ୍କୁ ସାମ୍ୱିଧାନିକ ପଦରେ ସ୍ଥାପିତ କରିବା ପାଇଁ ୯୦ ଦଶକରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପଦକ୍ଷେପ ନେଇଥିଲେ । ସଂଯୋଗ ବଶତଃ ବିଜୁ ବାବୁଙ୍କ ତିରୋଧାନ ଦିବସରେ ସଂସଦରେ ମହିଳା ସରଂକ୍ଷଣ ବିଲ୍ ବିଷୟରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଉଛି । ତେଣୁ ବିଜୁ ଜନତା ଦଳ ମହିଳା ସରଂକ୍ଷଣ ବିଲ୍କୁ ସମର୍ଥନ କରୁଛି ।  

ଶ୍ରୀ ନବୀନ ପଟ୍ଟନାୟକ ଆହୁରି କହିଥିଲେ, ଇତିହାସ ସାକ୍ଷୀ ଅଛି, ଓଡିଶା ଲଗାତର ଭାବେ କେନ୍ଦ୍ରୀୟ ଅବହେଳାର ଶିକାର ହୋଇଆସୁଛି । ଏବେ ଡିଲିମିଟେସନ ବିଲ୍ ମାଧ୍ୟମରେ ଓଡ଼ିଶାର ରାଜନୈତିକ ପରିଚୟ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଆ ସ୍ୱାଭିମାନ ଆଜି ବିପଦରେ । ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ କମିଯାଉଥିବା ଆଶଙ୍କା ଉପୁଜିଥିବାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ବିଧାନସଭାର ଏକ ବିଶେଷ ଅଧିବେଶନ ଡାକି, ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଅନୁରୋଧ କରିଥିଲି । କିନ୍ତୁ ଏବେ ଲାଗୁଛି ରାଜ୍ୟ ବିଜେପି ସରକାର ଏହିଭଳି ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୀରବଦ୍ରଷ୍ଟା ସାଜିବାକୁ ପସନ୍ଦ କରୁଛି । ତେଣୁ ଏଥିରୁ ସ୍ପଷ୍ଟ ହେଉଛି, ରାଜ୍ୟ ବିଜେପି ସରକାର ଓଡ଼ିଆ କି ଓଡ଼ିଶାର ସ୍ୱାର୍ଥ ନୁହେଁ ବରଂ ବିଜେପିର ସ୍ୱାର୍ଥ ପୂରଣ ପାଇଁ ଗୁରୁତ୍ୱ ଦେଉଛି । ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ । ସେ ଆହୁରି କହିଥିଲେ, ଆଉ ଏକ ଚିଠି ମାଧ୍ୟମରେ ମୁଁ ଏହି ପ୍ରସଙ୍ଗରେ ରାଜ୍ୟର ସମସ୍ତ ସାଂସଦ ମାନଙ୍କୁ ଅବଗତ କରିବା ସହିତ ରାଜ୍ୟର ହିତ ଦୃଷ୍ଟିରୁ ଦଳଗତ ରାଜନୀତିରୁ ଊଦ୍ଧ୍ୱର୍ରେ ରହି, ଏ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିବାକୁ ଅନୁରୋଧ କରିଛି । ବିଜୁ ବାବୁ ଓଡ଼ିଆ ସ୍ୱାଭିମାନର ପ୍ରତୀକ ଥିଲେ । ଆଜି ତାଙ୍କ ତିରୋଧାନ ଦିବସରେ ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ଆମର ସମ୍ମିଳିତ ଉଦ୍ୟମ ହେବ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ।  

ତିରୋଧାନ ଦିବସ ଅବସରରେ, ସକାଳେ ବିନ୍ଦୁ ସାଗର ଠାରେ ତିଳତର୍ପଣ ଅର୍ପଣ କରାଯାଇଥିଲା । ଏହାପରେ ଫରେଷ୍ଟ ପାର୍କରେ ଓ ଏୟାରପୋର୍ଟ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶ୍ରଦ୍ଧାଞ୍ଜଳି ସଭା ପରେ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଅଶୋକ ପଣ୍ଡା, ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି ଓ ଡ଼ ପି୍ରୟବ୍ରତ ମାଝୀ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

ଶଙ୍ଖ ଭବନରେ ଆୟୋଜିତ “ପ୍ରବାଦ ପୁରୁଷ ଦିବସ” କାର୍ଯ୍ୟକ୍ରମକୁ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ସଂଯୋଜନା କରିଥିବା ବେଳେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂଦେଓ, ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ଇତ୍ୟାଦି ନିଜର ବକ୍ତବ୍ୟ ରଖିବା ସହିତ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଜୟ ନାୟକ, ଡ଼ ଲେନିନ ମହାନ୍ତି, ଡ଼ ପି୍ରୟବ୍ରତ ମାଝୀ, ତୁମ୍ବନାଥ ପଣ୍ଡା, ମିହିର ରାୟ, ମନ୍ମଥ ରାଉତରାୟ, ସୁମିତ୍ରା ଜେନା, ବିପ୍ଳବ ପାତ୍ର, ଅମରେଶ ପତି୍ର, ଦୁର୍ଗା ସାମନ୍ତରାୟ, ତନ୍ମୟ ସ୍ୱାଇଁ, ଡେପୁଟି ମେୟର ମଞ୍ଜୁଲତା କହଁର, ପୂର୍ବତନ ବିଧାୟକ ଆୟୁବ ଖାନ୍, ବାସନ୍ତୀ ମଲ୍ଲିକ, ରମାରଞ୍ଜନ ବଳିଆରସିଂହ, ପୂର୍ବତନ ମେୟର ମିହିର ମହାନ୍ତି, କର୍ପୋରେଟର ମାନସୀ ସୁନ୍ଦରରାୟ, ପ୍ରୀତିନନ୍ଦା ରାଉତରାୟ, ଭାରତୀ ସିଂହ, ଆସିଆ ବେଗମ, ରଞ୍ଜୁଲତା ରାୟ, ଛବି ଦାସ, ପୁଷ୍ପାଞ୍ଜଳି ସେଠୀ, ପିଙ୍କି ସ୍ୱାଇଁ, ଅଲିଅଳି ମଲ୍ଲିକ, ପ୍ରଭାସିନୀ ମହାନ୍ତି, ପୁଷ୍ପା ରାଉତ, ଡ଼ ଗୀତାଞ୍ଜଳି ବସ୍ତିଆ, ସକୁନ୍ତଳା ସାହୁ, ଡ଼ ମିନତୀ ବେହେରା, ସଂଯୁକ୍ତା ମହାନ୍ତି, ଶାରଳା ସ୍ୱାଇଁ, ଜ୍ୟୋତ୍ସ୍ନା ପରିଡ଼ା, ଈଲା ସ୍ୱାଇଁ, ଅଂଶୁ ତି୍ରପାଠୀ, ମୋନାଲିସା ଗନ୍ତାୟତ, କବିତା ମଞ୍ଜରୀ ପରିଡ଼ା, ଭାଗ୍ୟଶ୍ରୀ ପ୍ରଧାନ, ଜ୍ୟୋତ୍ସ୍ନା ରାଉତରାୟ, ସୁସ୍ମିତା ଦାସ, ବାସନ୍ତୀ ସିଂହ, ଶେଖ୍ ନିଜାମୁଦ୍ଦିନ୍, ମହାମାୟା ସ୍ୱାଇଁ, ଆସିୟା ବେଗମ୍, ପଦ୍ମଜା ପ୍ରିୟଦର୍ଶିନୀ, ମୋନାଲିସା ବେହେରା, ତିଳୋତ୍ତମା ଚୌଧୁରୀ, ବିନୟନୀ ଜେନା, ସୂର୍ଯ୍ୟକାନ୍ତି ଜେନା, ସୁଭ୍ରଜିତ ପାଢ଼ୀ, ଆଶିଷ ସାହୁ, ଅବିନାଶ ଠାକୁର, ଦିପକ ମହାପାତ୍ର, ନୀଳମାଧବ ମହାନ୍ତି, ବିକ୍ରମ ରଞ୍ଜିତ ପଟ୍ଟନାୟକ, ସତ୍ୟଜିତ ପଟ୍ଟନାୟକ, ଅରୂପ ଶ୍ରୀଚନ୍ଦନ, ମନୋଜ ସେନାପତି, ମନୋଜ ମହାନ୍ତି, ସୋମ୍ୟ ସାର୍ଥକ ରାୟ, ଲଗ୍ନାଦୀପ ମିଶ୍ର, ଚିନ୍ମୟୀ ପଣ୍ଡା, ସୌମ୍ୟରଞ୍ଜନ ତ୍ରିପାଠୀ, ସୋନାଲି ପ୍ରିୟଦର୍ଶିନୀ, ମଧୁସ୍ମିତା ପରିଡା, ଅଫତାବ ଆଲମ ଖାନ, ସୁଧାଂଶୁ ରଣା, ଜଗମୋହନ ବଳିଆରସିଂ, ଶୁଭମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ୭୩ ତମ ଜନ୍ମ ଦିନ ପାଳିତ

masiha

ଜିଲ୍ଳା ରେ ମଣ୍ଡି ସମସ୍ୟା ତଥା ଗରିବ ଓ କୃଷକ ବିରୋଧୀ କେନ୍ଦ୍ର ବଜେଟ ବିରୁଦ୍ଧରେ ଯୁବ କଂଗ୍ରେସର‌ ବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

ଭୁବନରେ ଗରିବ କଲ୍ୟାଣ ସମାବେଶ ପାଳନ କଲା ବିଜେପି

Leave a Comment

error: Content is protected !!